Advertisment

ପୋଲ ତଳକୁ ଖସିଲା କାର୍‌; ୩ ମୃତ, ୨ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଏନ୍‌ଏଚ-୧୬ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବିର୍ଲା ଟାୟାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲ ତଳକୁ କାର୍‌ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପୋଲ ତଳକୁ ଖସିଲା କାର୍‌; ୩ ମୃତ, ୨ ଗୁରୁତର

accident

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଏନ୍‌ଏଚ-୧୬ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବିର୍ଲା ଟାୟାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲ ତଳକୁ କାର୍‌ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସମସ୍ତ ମୃତାହତ ବାରିପଦା ଅଞ୍ଚଳର ବୋଲି ସୂଚନା ମିଳିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଚିଲିମା ଗାଁର ପିଣ୍ଟୁ ଆଚାର୍ଯ୍ୟ, ବାରିପଦା ଟାଉନ ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳର ରବୀନ୍ଦ୍ର ସାହୁ ଓ ସନ୍ତୋଷ ପଣ୍ଡା।

Advertisment

ଏକ କାର୍‌ରେ ୫ ଜଣ ଯୁବକ ବାରିପଦାରୁ ଭୁବନେଶ୍ୱର ଯାଉଥିଲେ। ସେମାନଙ୍କ ମଧ୍ୟରେ ଜଣେ କରୋନା ରୋଗୀ ଥିଲେ। ୪ ଜଣ ଯୁବକ ଉକ୍ତ ଯୁବକଙ୍କୁ ଭୁବନେଶ୍ୱରରେ ଏକ ହସ୍ପିଟାଲ୍‌ରେ ଆଡ୍‌ମିଟ୍‌ କରିବା ଲାଗି ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଗାଡ଼ିଟି ଭାରସାମ୍ୟ ହରାଇ ଏନ୍‌ଏଚ-୧୬ ବିର୍ଲା ଟାୟାର ନିକଟରେ ପୋଲ ତଳକୁ କାର୍‌ଟି ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଭାଗ ପୂରା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଶିଳ୍ପାଞ୍ଚଳ ପୋଲିସ୍‌ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। 

ବାଲେଶ୍ଵର ଶିଳ୍ପାଞ୍ଚଳ ପୋଲିସ୍‌ ବାରିପଦା ଟାଉନ ଥାନାକୁ ଜଣାଇବା ପରେ ବାରିପଦା ପୋଲିସ ମୃତକଙ୍କ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

Advertisment
Advertisment
Advertisment