Advertisment

ବାଇକ୍‌ରେ ଯାଉଥିବା ପରିବାରକୁ ଧକ୍କା ଦେଲା ବୋଲେରୋ: ୩ ମୃତ

ବଲାଙ୍ଗିର: ବଲାଙ୍ଗିର ତୁଷରା ନିକଟ ଜମ୍ଭେଳ ଛକରେ ମର୍ମନ୍ତୁତ ଦୁର୍ଘଟଣା ହୋଇଛି। ବୋଲେରୋ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ବାଇକ୍‌ରେ ବାପା, ମାଆ ଓ ୨ କୁନି ପୁଅ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସମସ୍ତେ ବାଇକ୍‌ରୁ ଛିଟିକି ପଡ଼ିଥିଲେ।  ବାପା, ମାଆ ଓ ୩ ବର୍ଷ ପୁଅର ମୃତ୍ୟୁ ହୋଇଥିବା ବେଳେ ୭ ମାସର ସାନ ପୁଅ ସାମାନ୍ୟ ଆହତ ହୋଇଛି। ଦୁର୍ଘଟଣା ପରେ […]

author-image
Otv Khabar Bureau
ବାଇକ୍‌ରେ ଯାଉଥିବା ପରିବାରକୁ ଧକ୍କା ଦେଲା ବୋଲେରୋ: ୩ ମୃତ

accident

ବଲାଙ୍ଗିର: ବଲାଙ୍ଗିର ତୁଷରା ନିକଟ ଜମ୍ଭେଳ ଛକରେ ମର୍ମନ୍ତୁତ ଦୁର୍ଘଟଣା ହୋଇଛି। ବୋଲେରୋ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ବାଇକ୍‌ରେ ବାପା, ମାଆ ଓ ୨ କୁନି ପୁଅ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସମସ୍ତେ ବାଇକ୍‌ରୁ ଛିଟିକି ପଡ଼ିଥିଲେ।  ବାପା, ମାଆ ଓ ୩ ବର୍ଷ ପୁଅର ମୃତ୍ୟୁ ହୋଇଥିବା ବେଳେ ୭ ମାସର ସାନ ପୁଅ ସାମାନ୍ୟ ଆହତ ହୋଇଛି। ଦୁର୍ଘଟଣା ପରେ ବାଇକ୍‌ଟି ଜଳି ଯାଇଥିଲା।  ଆହତ ଶିଶୁକୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଅନ୍ୟପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ତୁଷରା ହସ୍ପିଟାଲର ବୋଲେରୋ ଏହି ଦୁର୍ଘଟଣା ଘଟାଇଥିବାରୁ କ୍ଷତିପୂରଣ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

Advertisment
Advertisment