3arrest
- ଜଙ୍ଗଲରେ ନିଆଁ ଲଗାଇ ୩ ଗିରଫ
- ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରୁ ଗିରଫ
- ଏମାନେ ଜଙ୍ଗଲରେ ନିଆଁ ଲଗାଇଥିବା ଅଭିଯୋଗ
- ନିଆଁ ଲଗାଇ ପଳାଉଥିବା ବେଳେ ଧରିଲା ସ୍ୱତନ୍ତ୍ର ସ୍ୱ୍କାର୍ଡ
ବୌଦ୍ଧ: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ପୁରୁଣା କଟକ ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇବା ପରେ ପଳାଉଥିବା ବେଳେ ଏମାନେ ସ୍ୱତନ୍ତ୍ର ସ୍ୱ୍କାର୍ଡ ହାତରେ ଧରାପଡ଼ିଛନ୍ତି। ଏବେ ରାଜ୍ୟ ସାରା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି।
ଏଥିରେ ଆକ୍ତାମାକ୍ତା ହେଉଛନ୍ତି ଜଙ୍ଗଲ ଜୀବଜନ୍ତୁ। ମୂଲ୍ୟବାନ ଗଛଲତା ସବୁ ପୋଡ଼ି ଯାଉଛି। ନିଆଁକୁ ଆୟତ୍ତ କରିବା ବନ ବିଭାଗ ପାଇଁ କଡ଼ା ଚ୍ୟାଲେଞ୍ଜ ହୋଇଥିବା ବେଳେ ଜଙ୍ଗଲରେ ଜାଣିଶୁଣି ନିଆଁ ଲଗାଉଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ବନ ବିଭାଗ ଗଠନ କରିଛି ସ୍ୱତନ୍ତ୍ର ସ୍ୱ୍କାର୍ଡ। ଏହି ସ୍ୱ୍କାର୍ଡ ଜଙ୍ଗଲରେ ପଇଁତରା ମାରୁଛନ୍ତି ଏବଂ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କୁ ଧରୁଛନ୍ତି। ବୌଦ୍ଧ ଜିଲ୍ଲା ପୁରୁଣା କଟକରେ ଏପରି ନିଆଁ ଲଗାଉଥିବା ୩ ଜଣଙ୍କୁ ଗିରଫ କରାଯାଇଛି।
ସେପଟେ ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ । ଦୁଇ ଦିନର ବର୍ଷା, ବନ କର୍ମଚାରୀ, ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ପଞ୍ଚାୟତିରାଜ ସଂସ୍ଥା କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଲିଭୁନି ନିଆଁ। ଶିମିଳିପାଳ ବନଖଣ୍ଡ ଅଞ୍ଚଳରେ ଥିବା ବିଶୋଇ ପାହାଡରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । କିଛି ଦିନ ତଳେ ଏହି ଜଙ୍ଗଲରେ ନିଆଁ ଲାଗିଥିଲା ବନ କର୍ମଚାରୀମାନେ ଏହାକୁ ଆୟତ୍ତ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ପୁଣି ସେଠାରେ ନିଆଁ ଲାଗିଥିବା ଲୋକମାନେ ଅଭିଯୋଗ କରିଛନ୍ତି।
ଏହାସହ ବୌଦ୍ଧ ବନଖଣ୍ଡର ପ୍ରାୟ ୪୦ଟି ସ୍ଥାନରେ ନିଆଁ ଜଳୁଛି। ତେବେ ନିଆଁ ଲିଭାଇବାକୁ ଭିତ୍ତିଭୂମି ସହ ଲିଫ୍ ବ୍ଲୋଅର୍ ସଂଖ୍ୟା ଦୁଇଗୁଣା କରିବାକୁ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ଅଧିବାସୀଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବାକୁ DFO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଫରେଷ୍ଟ ଫାୟାର ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି।
ସେପଟେ ଗତ ୧୧ ତାରିଖ ଦିନ ମଧ୍ୟ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ୩ ଜଣଙ୍କୁ ଗିରଫ କରାଯାଇଛି।
ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ପୋଡାଡିହା ରେଞ୍ଜର ଏକ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଶିକାର ପାଇଁ ନିଆଁ ଲଗାଉଥିବାବେଳେ ସେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଟାଙ୍ଗିଆ ଓ ୭ କିଲୋଗ୍ରାମ ଓଜନର ଝିଙ୍କ ମାଂସ ଜବତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/3arrest_1626252388.jpg)