Advertisment

ମହିଳାଙ୍କୁ ଅପହରଣ ଉଦ୍ୟମ, କନଷ୍ଟେବଳଙ୍କ ସମେତ ୩ ଗିରଫ

ଭୁବନେଶ୍ୱର: ଥାନାକୁ ଅଭିଯୋଗ ଜଣାଇବାକୁ ଆସୁଥିବା ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ପୋଲିସ ଜଣେ କନଷ୍ଟେବଳଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଘଟଣାଟି ଗତ କାଲି ରାତିରେ ରାଜଧାନୀର ସହିଦ ନଗର ଅଞ୍ଚଳରେ ଘଟିଛି। ଗିରଫ କନଷ୍ଟେବଳ ଜଣଙ୍କ ଓଡିଶା ଆର୍ମଡ ପୋଲିସରେ କାର୍ଯ୍ୟରତ ଅଛନ୍ତି। ଖବର ଅନୁଯାୟୀ, ମହିଳା ଜଣଙ୍କ ଗତ କାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ  ଏକୁଟିଆ ଚାଲିଚାଲି ସହିଦ ନଗର ଥାନାକୁ ଏତଲା ଦେବା ପାଇଁ ଯାଉଥିଲେ। […]

ମହିଳାଙ୍କୁ ଅପହରଣ ଉଦ୍ୟମ, କନଷ୍ଟେବଳଙ୍କ ସମେତ ୩ ଗିରଫ

police

Advertisment

ଭୁବନେଶ୍ୱର: ଥାନାକୁ ଅଭିଯୋଗ ଜଣାଇବାକୁ ଆସୁଥିବା ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ପୋଲିସ ଜଣେ କନଷ୍ଟେବଳଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଘଟଣାଟି ଗତ କାଲି ରାତିରେ ରାଜଧାନୀର ସହିଦ ନଗର ଅଞ୍ଚଳରେ ଘଟିଛି। ଗିରଫ କନଷ୍ଟେବଳ ଜଣଙ୍କ ଓଡିଶା ଆର୍ମଡ ପୋଲିସରେ କାର୍ଯ୍ୟରତ ଅଛନ୍ତି।

Advertisment

ଖବର ଅନୁଯାୟୀ, ମହିଳା ଜଣଙ୍କ ଗତ କାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ  ଏକୁଟିଆ ଚାଲିଚାଲି ସହିଦ ନଗର ଥାନାକୁ ଏତଲା ଦେବା ପାଇଁ ଯାଉଥିଲେ। ଠିକ୍‌ ସେତିକିବେଳେ ଅଟୋରେ ଜଣେ କନଷ୍ଟେବଳଙ୍କ ସମେତ ୩ଜଣ ବ୍ୟକ୍ତି ମହିଳାଙ୍କ ପାଖରେ ପହଁଞ୍ଚିଥିଲେ। ସେମାନେ ମହିଳାଙ୍କ ସହ କଥା ହୋଇ ତାଙ୍କୁ ଥାନାରେ ପହଁଞ୍ଚାଇଦେବୁ ବୋଲି କହିଥିଲେ।

ଏହାପରେ ମହିଳା ଜଣଙ୍କ ଅଟୋରେ ବସିଥିଲେ। କିନ୍ତୁ ସେମାନେ ମହିଳାଙ୍କୁ ଥାନାକୁ ନେବା ପରିବର୍ତ୍ତେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲାଇଥିଲେ। ମହିଳାଙ୍କ ସହ ଅଟୋରେ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

Advertisment

ପରେ ମହିଳାଙ୍କୁ ନେଇ ସେମାନେ ସହିଦ ନଗର ଆସିଥିଲେ। ଗାଡିଟି ସହିଦ ନଗର ଥାନା ଦେଇ ଯାଉଥିବାବେଳେ ମହିଳା ଜଣଙ୍କ ଅଟୋରୁ ଡେଇଁ ପଡି ଚିତ୍କାର କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଦୌଡିଆସି କନଷ୍ଟେବଳଙ୍କ ସମେତ ୩ଜଣଙ୍କୁ କାବୁ କରି ମହିଳାଙ୍କୁ ଉଦ୍ଧାର କରିଥିଲେ। ପୋଲିସ ଘଟଣାରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ଗିରଫ କନଷ୍ଟେବଳଙ୍କର ଗତକାଲି ଖଣ୍ଡଗିରି ଥାନାରେ ରାତି ସାଢ଼େ ନଅଟାରୁ ସକାଳ ସାଢ଼େ ସାତଟା ଯାଏଁ ଡ୍ୟୁଟି ରହିଥିଲା ବୋଲି ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ