/odishatv-khabar/media/post_attachments/uploadimage/library/16_9/16_9_0/corona-1-4_1625169783.jpg)
corona 1
ଭୁବନେଶ୍ୱର: ଓଡ଼ିଶା ରେ କରୋନା ସ୍ଥିତିକୁ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୀତରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କାରଣ ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ। ତେଣୁ ସଜାଗ ନ ରହିଲେ ସଂକ୍ରମଣ ବଢ଼ିପାରେ।
Advertisment
ସେ ଆହୁରି କହିଛନ୍ତି, ‘ବର୍ତ୍ତମାନ ସଂକ୍ରମଣ କମିଛି ଓ ଦୈନିକ ୧୫ଶହ ପାଖାପାଖି ରହିଛି। ପୂଜାରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲା, ତେବେ ଲୋକଙ୍କ ସହଯୋଗ ଯୋଗୁ ଏହା କମିଛି। ଓଡ଼ିଶାରେ କରୋନା ରି-ଇନ୍ଫେକ୍ସନ୍ ହେଉଛି। କିନ୍ତୁ ବହୁତ କମ୍। ILSରେ ଟେଷ୍ଟିଂରେ ୩/୪ ଜଣ ଲୋକଙ୍କୁ ରି-ଇନ୍ଫେକ୍ସନ୍ ହୋଇଥିବା ଜଣାପଡ଼ିଛି।
‘ପଜିଟିଭ୍ ପରେ ପୁଣି କାହିଁକି ରି-ଇନ୍ଫେକ୍ସନ୍ ହେଉଛି, ସେନେଇ ତର୍ଜମା ଚାଲିଛି। ରାଜ୍ୟରେ ସେକେଣ୍ଡ ୱେଭ୍ ସମ୍ଭାବନା ରହିଛି। ତେଣୁ ଲୋକେ ସଚେତନ ରହିବା ଦରକାର’ ବୋଲି ILS ନିର୍ଦ୍ଦେଶକ କହିଛନ୍ତି।
Advertisment
ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)