Advertisment

୨୩ ଜିଲ୍ଲାରୁ ଆଉ ୨୬୪ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୩୦ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା […]

୨୩ ଜିଲ୍ଲାରୁ ଆଉ ୨୬୪ କରୋନା ଆକ୍ରାନ୍ତ‌ ଚିହ୍ନଟ

coronavirus

Advertisment

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

Advertisment

ଚିହ୍ନଟ ନୂଆ ୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୩୦ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୫, ଝାରସୁଗୁଡ଼ାରୁ ୧୮, କୋରାପୁଟ, ଭଦ୍ରକ, କନ୍ଧମାଳ, ନୂଆପଡ଼ା, ଗଜପତି, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏ, ଯାଜପୁରରୁ ୪୧, କେନ୍ଦୁଝରରୁ ୨୫, ମାଲକାନଗିରିରୁ ୨, ବରଗଡ଼ରୁ ୧୮, ବାଲେଶ୍ୱର ଓ କଟକରୁ ୧୨ଜଣ ଲେଖାଏ, ଅନୁଗୁଳ ଓ ଜଗତସିଂହପୁରରୁ ୪ଜଣ ଲେଖାଏ, ଗଞ୍ଜାମରୁ ୭୬, ନୟାଗଡ଼ରୁ ୨, ପୁରୀରୁ ୭, ସୁନ୍ଦରଗଡ଼ରୁ ୪ ଓ ବଲାଙ୍ଗିରରୁ ୨ ଓ ମୟୂରଭଞ୍ଜରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

publive-image

publive-image

publive-image

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୧୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୮୦ଜଣ ଚିକିତ୍ସାଧୀନ ଥିବାବେଳେ ୪,୬୦୬ଜଣ ସୁସ୍ଥ ହୋଇଛନ୍ତି। ୨୧ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

publive-image

Odisha Corona Update Today Corona Cases In Odisha କରୋନା Odisha Corona Update In Odia Corona Cases Updates In Odisha Odisha Corona Update କରୋନା ଭାଇରସ୍ Odisha Corona Updates କରୋନା ଖବର ଓଡ଼ିଶା
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: