Advertisment

Orphan Girl: ଅନାଥ ଝିଅ ଗୁରୁବାରୀଙ୍କୁ ଭରସା ବୁଢ଼ୀ ଜେଜେମାଙ୍କ ଭତ୍ତା

୩ ବର୍ଷରୁ ଅଧିକ ହେବ ଗୁରୁବାରୀ ଏକ ଅଜଣା ରୋଗରେ ପୀଡିତ ହୋଇ ଯନ୍ତ୍ରଣାରେ ଜୀବନ କାଟୁଛନ୍ତି। ଅସହାୟ ଓ ଅନାଥ ହେବା ସତ୍ତ୍ୱେ ସେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଲଢ଼ୁଛନ୍ତି।

Koraput-Orphan-Girl

Koraput-Orphan-Girl Photograph: (OTV)

Advertisment

ଏପଟେ ଜୀବନ, ସେପଟେ ମୃତ୍ୟୁ ଆଉ ଏହାରି ଭିତରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ଗୁରୁବାରି ଦୁରୁଆ। ବୟସ ପ୍ରାୟ ୨୬ ବର୍ଷ। ବାପାଙ୍କୁ ଭଲ କରି ଦେଖି ନାହାନ୍ତି ଆଉ ବାପା ମରିଯିବା ପରେ ଜନ୍ମ କଲା ମା ଅନ୍ୟ ଜଣଙ୍କୁ ବାହା ହୋଇ ଛାଡି ଚାଲିଯାଇଛନ୍ତି। ଘର କୋରାପୁଟ ଜିଲ୍ଲା,କୁନ୍ଦୁରା ବ୍ଲକର, କେନ୍ଦୁଗୁଡ଼ାଗାଁରେ। ୩ ବର୍ଷରୁ ଅଧିକ ହେବ ସେ ଏକ ଅଜଣା ରୋଗରେ ପୀଡିତ ହୋଇ ଯନ୍ତ୍ରଣାରେ ଜୀବନ କାଟୁଛନ୍ତି। ଅସହାୟ ଓ ଅନାଥ ହେବା ସତ୍ତ୍ୱେ ସେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଲଢ଼ୁଛନ୍ତି। ପାଖରେ କେହି ନାହାନ୍ତି, କେବଳ ଜଣେ ୭୦ ବର୍ଷର ବୁଢ଼ୀ ଜେଜେମା, ଯିଏ ନିଜର ଭତ୍ତା ଟଙ୍କାରେ ନାତୁଣୀର ଚିକିତ୍ସା କରୁଛନ୍ତି।

Advertisment


ଜୟପୁର ମେଡିକାଲଠାରୁ ଆରମ୍ଭ କରିନବରଙ୍ଗପୁର, ବିଶାଖାପାଟଣାରେ ଓ ରାୟପୁର ଆଦି ମେଡ଼ିକାଲରେ ଚିକିତ୍ସା କରାଇଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଦୀର୍ଘ ଦିନ ଧରି ଔଷଧ ସେବନ କରିବାରୁ ସେ ବାମପଟ ଆଖିର ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ହରାଇଛନ୍ତି ଏବଂ ଯକୃତରେ ମଧ୍ୟ ସମସ୍ୟା ଦେଖା ଦେଇଛି। ବର୍ତ୍ତମାନ ସେ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗରେ ICUରେ ଚିକିତ୍ସିତ ହେଉଛନ୍ତି।
ଏ ନେଇ ସ୍ଥାନୀୟ ଭିନ୍ନକ୍ଷମ ଓ ସଶକ୍ତିକରଣ ଅଧିକାରୀଙ୍କୁ ତାଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ କିଛି ସୁବିଧା ବିଷୟରେ ପଚାରିବାରୁ ସେ କିଛି କରି ହେବ ନାହିଁ ବୋଲି ସିଧା ସିଧା କହି ଦେଇଛନ୍ତି। ଏବେ ଏହି ଝିଅ ପାଇଁ ତାହାର ବୁଢୀ ଜେଜେ ମାଆର ଭତ୍ତା ହିଁଏକମାତ୍ର ଆଶା ଆଉ ଭରସା ଭଳି ଲାଗୁଛି।

Koraput
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ