Merchant Navy Photograph: (OTV)
ସମୁଦ୍ର ମଝିରେ ଓଡ଼ିଆ ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଯିବା ଘଟଣା। ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ଏଯାଏ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କର ପତ୍ତା ମିଳିପାରିନାହଁ। ମରିସସ୍ ନିକଟରେ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି ନାବିକ ସାର୍ଥକ ମହାପାତ୍ର।
ପରିବାର ଲୋକଙ୍କ ମଧ୍ୟରେ ନାନା ଆଶା ଆଶଙ୍କା ଲାଗିରହିଛି। ସାର୍ଥକଙ୍କ ପରିବାର ପକ୍ଷରୁ ପୁଅକୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ପରେ କେନ୍ଦ୍ରର ୪ଟି ବିଭାଗକୁ ଦିଲ୍ଲୀ ସ୍ଥିତ ପ୍ରିନ୍ସପାଲ ରେସିଡେଣ୍ଟ କମିଶନର ଚିଠି ଲେଖିଛନ୍ତି। ମାମଲାକୁ ଗୁରୁତର ସହ ନେଇ କେନ୍ଦ୍ର ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ, ଜଳପଥ ସଚିବ ଓ ସିପିଂ ଡିଜିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର।
ଦିଲ୍ଲୀ ସ୍ଥିତ ଓଡ଼ିଶାର ପ୍ରିନ୍ସିପାଲ୍ ରେସିଡେଣ୍ଟ କମିଶନର ବିଶାଲ୍ ଗନନ ଏ ସଂପର୍କରେ ୪ଟି ବିଭାଗକୁ ଚିଠି ଲେଖିଛନ୍ତି। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସିଙ୍ଗାପୁରରୁ ଫେରୁଥିବା ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣ ସିପ୍ ମ୍ୟାନେଜମେଣ୍ଟ ସଂସ୍ଥାର EA ଜର୍ସୀ ଭେସେଲରେ ସାର୍ଥକ ଥିଲେ କ୍ରିୟୁ ମେମ୍ବର।
ଗତ ୩ ତାରିଖରେ ଶେଷ ଥର ପାଇଁ ଜାହାଜର ସିସି କ୍ୟାମେରାରେ ନଜର ଆସିଥିଲେ। ଏହାପରଠାରୁ ତାଙ୍କର ଆଉ କୌଣସି ପତ୍ତା ମିଳୁନାହି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/07/merchant-navy-2026-02-07-13-26-38.jpg)