/odishatv-khabar/media/post_attachments/uploadimage/library/16_9/16_9_0/soumendra_1621069194.jpg)
soumendra
ଭୁବନେଶ୍ଵର : ରାଜ୍ୟରେ କରୋନା ତା’ର କାୟା ବିସ୍ତାର କରୁଥିବା ବେଳେ ଏବେ କଟକ ଓ ଭୁବନେଶ୍ଵର ପୁଲିସ ଶିବିରରେ ପ୍ରବେଶ କରିଛି। ଦୈତ ନଗରୀରେ ନିୟୋଜିତ ୨୧୦ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। କମିଶନରେଟ୍ ପୁଲିସର ୨୧୦ରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧୦ରୁ ଅଧିକ ପୁଲିସ ସଂକ୍ରମିତ ହୋଇଥିବା ବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ ଅଫିସର ରାଙ୍କର କର୍ମଚାରୀ ଥିବା ସୂଚନା ମିଳିଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଏହି ସୂଚନା ମିଳିଛି।
ପୁଲିସ୍ କର୍ମଚାରୀମାନେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନା ବେଳେ କରୋନା ସଂକ୍ରମଣ ହୋଇଥିବା ଜଣାଯାଇଛି। ପୁଲିସ୍ କର୍ମଚାରୀମାନଙ୍କୁ ସମ୍ମୁଖ ଯୋଦ୍ଧାର ପ୍ରଥମ ଶ୍ରେଣୀରେ ଗଣାଯାଉଥିବାରୁ ସେମାନେ ବାହାରେ ରହି ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏହିପରିପ୍ରେକ୍ଷୀରେ ସେମାନେ ସଂକ୍ରମଣର ଶୀକାର ହେଉଥିବା ଜଣାଯାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣଙ୍କୁ ଛାଡି ଅନ୍ୟ କେହି ହସପିଟାଲାଇଜ ହୋଇ ନ ଥିବା ଓ ସମସ୍ତେ ହୋମ ଆଇସୋଲେସନରେ ରହି ସୁସ୍ଥ ହେଉଥିବା ଜଣାଯାଇଛି।
ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧,୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ଯଥାକ୍ରମେ ୧,୨୦୯ ଓ ୧,୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୨୯୪କୁ ବୃଦ୍ଧି ପାଇଛି। ଚିହ୍ନଟ ୧୧,୮୦୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନ୍ଣ୍ଟାଇନ୍ରୁ ୬,୬୧୧ ଚିହ୍ନଟ ହୋଇଥିବା ଲୋକାଲ୍ କେସ୍ ୫୧୯୪ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)