/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error371_1620630797.jpg)
udala sub jail
- ଉଦଳା ସବ୍ଜେଲରେ ପଶିଲା କରୋନା
- ୨୧ ଜଣ ବିଚାରାଧୀନ କଏଦୀ କରୋନାରେ ଆକ୍ରାନ୍ତ
- ଗତକାଲି ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୭୬ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା
- କରୋନାରେ ଆକ୍ରାନ୍ତ କଏଦୀମାଙ୍କୁ ଆଇସୋଲେସନରେ ରଖାଯାଇଛି
ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ସବ୍ଜେଲରେ ପଶିଲା କରୋନା। ଜେଲ୍ରେ ଥିବା ୨୧ ଜଣ ବିଚାରାଧୀନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୭୬ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଖବର ଜଣାପଡ଼ିବା ପରେ ଉଦଳା NAC ପକ୍ଷରୁ ପୁରା ଜେଲ୍କୁ ସାନିଟାଇଜ କରାଯାଇଛି। ଏହାସହ କରୋନାରେ ଆକ୍ରାନ୍ତ କଏଦୀମାଙ୍କୁ ଆଇସୋଲେସନରେ ରଖାଯାଇଛି। ଯଦି ସେମାନଙ୍କ ମଧ୍ୟରୁ କାହାର ଅବସ୍ଥା ଗୁରୁତର ହୁଏ ତେବେ ସେମାନଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଯିବ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ, ପୁରୀ ଜିଲ୍ଲାରୁ ୨, ଅନୁଗୁଳ, ବଲାଙ୍ଗିର ଓ ଢେଙ୍କାନାଳରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୧୯୭କୁ ବୃଦ୍ଧି ପାଇଛି।
ରବିବାର କିଛି ସ୍ଥାନରେ ଭ୍ୟାକ୍ସିନେସନ୍ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଏହାକୁ ତ୍ୱରାନ୍ୱିତ କରାଯାଇଛି। କେଉଁଠି ଟିକା ନ ମିଳିବାରୁ ବରିଷ୍ଠ ନାଗରିକମାନେ ରାସ୍ତା ଉପରେ ଧାରଣାରେ ବସି ଥିବାବେଳେ ଆଉ କେଉଁଠି ଟିକାକରଣ କେନ୍ଦ୍ରରେ କରୋନା କଟକଣାକୁ ଫୁ’ କରାଯାଇଛି। ସାମାଜିକ ଦୂରତା ଭୁଲି ଟିକା ନେବା ପାଇଁ ଲୋକମାନେ ଭିଡ଼ ଜମାଇ ଥିବା ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)