Advertisment

ବିଦ୍ୟୁତ୍‌ ଟ୍ରାନ୍ସଫରମର୍‌ ଫାଟି ୨ ଗୁରୁତର

ଭୁବନେଶ୍ୱର: ବିଦ୍ୟୁତ୍‌ ଟ୍ରାନ୍ସଫରମର୍‌ ଫାଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ସାଇବର ସିଟି ନିକଟରେ ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ହେଲେ ଶୁଭାଶିଷ ସାହୁ ଏବଂ ଅଜୟ ନାୟକ। ଗତକାଲି ସାଇବର ସିଟି ନିକଟରେ ଏକ ଟ୍ରାନ୍ସଫରମର୍‌ ଚାର୍ଜ ଦିଆଯାଇଥିଲା। ଏହି ସମୟରେ ଶୁଭାଶିଷ ଓ ଅଜୟ ବାଇକ୍‌ରେ ସେହି ବାଟ ଦେଇ ଯାଉଥିଲେ। ତେବେ ହଠାତ୍‌ ଟ୍ରାନ୍ସଫରମର୍‌ଟି ଫାଟି ଯାଇଥିଲା। ଘଟଣାସ୍ଥଳରେ ପିସିଆର ଭ୍ୟାନ୍‌ପ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ବିସ୍ଫୋରଣର ମାତ୍ରା ଏତେ […]

ବିଦ୍ୟୁତ୍‌ ଟ୍ରାନ୍ସଫରମର୍‌ ଫାଟି ୨ ଗୁରୁତର

representational image

Advertisment

ଭୁବନେଶ୍ୱର: ବିଦ୍ୟୁତ୍‌ ଟ୍ରାନ୍ସଫରମର୍‌ ଫାଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ସାଇବର ସିଟି ନିକଟରେ ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ହେଲେ ଶୁଭାଶିଷ ସାହୁ ଏବଂ ଅଜୟ ନାୟକ।

Advertisment

ଗତକାଲି ସାଇବର ସିଟି ନିକଟରେ ଏକ ଟ୍ରାନ୍ସଫରମର୍‌ ଚାର୍ଜ ଦିଆଯାଇଥିଲା। ଏହି ସମୟରେ ଶୁଭାଶିଷ ଓ ଅଜୟ ବାଇକ୍‌ରେ ସେହି ବାଟ ଦେଇ ଯାଉଥିଲେ। ତେବେ ହଠାତ୍‌ ଟ୍ରାନ୍ସଫରମର୍‌ଟି ଫାଟି ଯାଇଥିଲା। ଘଟଣାସ୍ଥଳରେ ପିସିଆର ଭ୍ୟାନ୍‌ପ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।

ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ସେମାନଙ୍କର ଅଧା ଶରୀର ଜଳି ଯାଇଛି। ତେବେ ସେମାନଙ୍କ ନିକଟରେ ଚିକିତ୍ସା ଲାଗି ଅର୍ଥ ନଥିବାରୁ ସରକାରୀ ସହାୟତା ପାଇଁ ସେମାନେ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ