Advertisment

Foreign Notes Seized: ୧୯ ବିଦେଶୀ ନୋଟ୍ ଜବତ, କିଏ ସେହି ସନ୍ଦିଗ୍ଧ ଯୁବକ

ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରୁ ୧୯ ବିଦେଶୀ ନୋଟ୍ ଜବତ। ୟୁଏଇ, ମାଲେସିଆ, ଚୀନ୍ ଓ ଥାଇଲାଣ୍ଡର ଜବତ। ୨ ଲକ୍ଷ ୬୯ ହଜାର ଭାରତୀୟ ଟଙ୍କା ମଧ୍ୟ ଜବତ।

Foreign Currency

Foreign Currency Photograph: (OTV)

Advertisment

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରୁ ୧୯ଟି ବିଦେଶୀ ନୋଟ ଜବତ। ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ୨ ଲକ୍ଷ ୬୯ ହଜାର ଭାରତୀୟ ଟଙ୍କା ସହ ୟୁଏଇ, ମାଲେସିଆ, ଚାଇନା ଏବଂ ଥାଇଲଣ୍ଡର ୧୯ଟି ବିଦେଶୀ ନୋଟ ଜବତ ହୋଇଛି। ଏହି ଘଟଣାରେ ସନ୍ଦିଗ୍ଧ ଯୁବକ ଜଣଙ୍କ ଫେରାର ହୋଇଯାଇଛି। 

Advertisment

ଷ୍ଟେସନରେ ବ୍ୟାଗ୍ ଧରି ସନ୍ଦିଗ୍ଧ ଯୁବକ ବସିଥିବା ବେଳେ ସନ୍ଦେହ କରିଥିଲେ RPF ହାବିଲଦାର। ବ୍ୟାଗରେ କଣ ଅଛି ବୋଲି ପଚାରିବାରୁ ସନ୍ଦିଗ୍ଧ ଯୁବକ ଜଣକ ଝାନସୀ ଯିବାକୁ ପୁରୀ-ଦୁର୍ଗ ଟ୍ରେନକୁ ଅପେକ୍ଷା କରିଛି ବୋଲି କହିବା ସହ ହଠାତ ବ୍ୟାଗ ଛାଡି ଦୌଡ଼ି ଥିଲେ। ଏନେଇ ହାବିଲଦାର ବଲାଙ୍ଗୀର ଆରପିଏଫ ଓ ଡୁଙ୍ଗୁରିପାଲି ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ I 

ପରେ ଘଟଣାସ୍ଥଳକୁ ବଲାଙ୍ଗୀର ଆରପିଏଫ ଓ ରେଳ ସୁରକ୍ଷା ବଳ ପହଞ୍ଚି ବ୍ୟାଗ ଯାଞ୍ଚ କରିଥିଲେ। ସେଥିରୁ ଭାରାତୀୟ ଟଙ୍କା ସହ ବିଦେଶୀ ନୋଟ ଜବତ ହୋଇଛି। ଯୁବକ କିଏ, କାହିଁକି ଏତେ ଟଙ୍କା ଧରି ବସିଥିଲା ସେ ନେଇ ତନାଘନା ଚାଲିଛି।

Advertisment

Subarnnapur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ