144
ଭୁବନେଶ୍ୱର:ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ପ୍ରଭୁ ମହାବୀରଙ୍କ ଜୟନ୍ତୀ । ଏହି ଅବସରରେ ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ହନୁମାନଙ୍କ ଜୟନ୍ତୀ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ମଧ୍ୟ ଏହି ଉପଲକ୍ଷେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ପରମ୍ପରା ଅନୁସାରେ ହେଉଛି । କିନ୍ତୁ ଲକଡାଉନ ଜାରି ରହିଥିବାରୁ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇ ସମସ୍ତ ନୀତିକାନ୍ତି କରାଯିବ ବୋଲି ନୀତି ପ୍ରଶାସକ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ କରୋନା ପାଇଁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମେରୁ ଯାତ୍ରା ବନ୍ଦ କରାଯାଇଛି। ଚଳିତ ବର୍ଷ ଗଞ୍ଜାମରେ ମେରୁ ଯାତ୍ରା ବା ଦଣ୍ଡ ମେଳଣ ହେବ ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡ ମେଳଣ ଆୟୋଜନ ଉପରେ ରୋକ ଲଗାଇବା ପରେ ବନ୍ଦ ରହିଛି ସମସ୍ତ କାର୍ଯ୍ୟକ୍ରମ । ପରମ୍ପରା ଅନୁସାରେ ମେରୁ ସଂକ୍ରାନ୍ତି ଦିନ ଦଣ୍ଡୁଆ ମାନେ ମନ୍ଦିର ଭିତରେ ବନ୍ଦ ହୋଇ ରହିଥିବା ପାଟ ଭୋକ୍ତାଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ମେରୁ ଖୁଣ୍ଟର ଅଗ୍ନିକୁଣ୍ଡରେ ଝୁଲାଇଥାନ୍ତି । ଏହାପରେ ମାନସିକଧାରୀ ମାନେ ମାଆ କାଳୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ଏଥର ଲକଡାଉନ ଯୋଗୁ ଏସବୁ ବନ୍ଦ ରଖାଯାଇଛି । ପାଟ ଭୋକ୍ତା କେବଳ ମାନସିକ ଧାରଣ କରି ପୂଜା ପାଠ କରୁଛନ୍ତି । ଯେଉଁ ଭକ୍ତମାନେ ଏହିମାସରେ ଦଣ୍ଡ ଯାତ୍ରାର ନିୟମ ପାଳନ କରି ରହିଥିଲେ, ସେମାନେ ଭୋରରୁ ଆସି ମନ୍ଦିର ନିକଟରେ ନଡ଼ିଆ ଭୋଗ କରି ନୀତି ପାଳନ କରିପାରିବେ ।
ସେହିପରି ବିଭିନ୍ନ ମନ୍ଦିରରେ ଜନସମାଗମ ରୋକିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଜିଲ୍ଲାର ୭ଟି ମନ୍ଦିର ପରିସରରେ ୧୪୪ ଧାରା ଲଗାଇଛି। ଜିଲ୍ଲା ପ୍ରଶାସନ ଗୁରୁଜଙ୍ଗ ଧବଳେଶ୍ୱର ମନ୍ଦିର, ଲୋକେଶ୍ୱରପୁରର ଲୋକେଶ୍ୱର ମନ୍ଦିର, ସାମନ୍ତରାପୁର ସ୍ୱପ୍ନେଶ୍ୱର ମନ୍ଦିର, ରାଧାବଲ୍ଲଭ ମଠ, ପଲଟନ ପଡ଼ିଆ ଚନ୍ଦ୍ରଶେଖର ମନ୍ଦିର, ଗଡ଼ ଖୋର୍ଦ୍ଧା ରାମ ମନ୍ଦିର, କୁମାରବସ୍ତ ରାମମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି ।
ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ଏସବୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ବର୍ତ୍ତମାନ କରୋନା ସ୍ଥିତିକୁ ଦେଖି ଭିଡ଼ ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିଠୁ ୧୪ ତାରିଖ ଯାଏଁ ୧୪୪ ଧାରା ବଳବତ୍ତର ରହିବ।
ସେପଟେ ଜଗତସିଂହପୁର ଝଙ୍କଡ଼ର ମା ଶାରଳାଙ୍କ ପୀଠରେ ବି ସମାନ ଅବସ୍ଥା। ଏଠି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ମାଆଙ୍କ ପାଖରେ ହେବାକୁ ଥିବା ଝାମୁ ଯାତ୍ରା ବନ୍ଦ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/144-1_1626073000.jpg)