Advertisment

ସ୍ନାନଯାତ୍ରା ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା

ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା କିପରି ସମାଜିକ ଦୂରତାକୁ ରକ୍ଷା କରି କରାଯିବ , ସେନେଇ ନୀଳାଦ୍ରି ଭକ୍ତ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେଥିରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଉପସ୍ଥିତିରେ ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଓ ଛତିଶା ନିଯୋଗ କତ୍ତୃପକ୍ଷ ଉପସ୍ଥିତିରେ ହୋଇଥିବା ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ହୋଇଥିଲା। ତା’ ସହିତ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ ନେଇ ସ୍ଥିତି ପରଖିଥିଲେ, […]

ସ୍ନାନଯାତ୍ରା ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା

PURI222

Advertisment

ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା କିପରି ସମାଜିକ ଦୂରତାକୁ ରକ୍ଷା କରି କରାଯିବ , ସେନେଇ ନୀଳାଦ୍ରି ଭକ୍ତ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେଥିରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଉପସ୍ଥିତିରେ ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଓ ଛତିଶା ନିଯୋଗ କତ୍ତୃପକ୍ଷ ଉପସ୍ଥିତିରେ ହୋଇଥିବା ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ହୋଇଥିଲା।

Advertisment

ତା’ ସହିତ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ ନେଇ ସ୍ଥିତି ପରଖିଥିଲେ, ସୂଚନା ଅଧିକାରୀ ଓ ଲୋକସଂପର୍କ ବିଭାଗ ସଚିବ ସଞ୍ଜୟ ସିଂହ। ବାଗେଡ଼ଇା ଧର୍ମଶାଳା ଓ ମେଘନାଦ ପାଚେରୀ ତଳପାର୍ଶ୍ୱରେ ସ୍ଥିତି ସମୀକ୍ଷା କରିଛନ୍ତି ।

ଅନ୍ୟପଟେ ପୁରୀରେ ସ୍ନାନପୂର୍ଣ୍ଣିମା ଓ ଗୁଆଲି ଯାତ୍ରାକୁ ନେଇ ଛତିଶା ନିଯୋଗ ବୈଠକ ହୋଇଛି । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଗୁଆଲି ଯାତ୍ରା ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।  ପରେ ୧୪୪ ଧାରା ଜାରି ନେଇ ଜିଲ୍ଲାପାଳ ଘୋଷଣା କରିଥିଲେ।

Advertisment

ପୁରୀରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ଜାରି ହେବ ୧୪୪ ଧାରା। ଆସନ୍ତା ୫ ତାରିଖରେ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଲାଗୁ ହେବ ୧୪୪ ଧାରା ଜାରି। ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ। ଲୋକଙ୍କ ଯାଆସ ରୋକିବାକୁ ୧୪୪ ଜାରି ପାଇଁ ଯୋଜନା କରାଯାଇଛି। ୧୪୪ କେବଳ କାଗଜ କାମ ବାକି ଅଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ