snake
ଭୁବନେଶ୍ୱର: ପୁଣି ଘରୁ ବାହାରିଲା ମାଳମାଳ ସାପ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ଗାଁର ପଦ୍ମଲୋଚନ ମହାନ୍ତଙ୍କ ଘରୁ ୧୪ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ବାରମ୍ବାର ଘରୁ ନାଗ ସାପ ଛୁଆ ବାହାରିବାରୁ ପଦ୍ମଲୋଚନ ସ୍ନେକ ହେଲପଲାଇନ୍ ସଦସ୍ୟ ସୌମ୍ୟଜିତ୍ ବେହୁରାଙ୍କୁ ଯୋଗାଯୋଗ କରିଥିଲେ।
ସୌମ୍ୟଜିତ୍ ପଦ୍ମଲୋଚନଙ୍କ ଘରର ସବୁସ୍ଥାନ ତନଖିବା ପରେ ରୋଷେଇ ଘରର ଗ୍ୟାସ ଟାଙ୍କି ନିକଟରେ ଥିବା ଏକ ଗାତରୁ ୧୪ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ସୁରକ୍ଷିତ ଅବସ୍ଥାରେ ସେହି ନାଗ ଛୁଆଙ୍କୁ ଏକ ପ୍ଲାଷ୍ଟିକ୍ ଜାରରେ ରଖି ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗାଁରୁ ୧୪ଟି ନାଗସାପ ଛୁଆ ଉଦ୍ଧାର କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/snake-1_1626346425.jpg)