Advertisment

Jagatsinghpur: ମାଆ ଆକଟ କରିବାରୁ ଘର ଛାଡ଼ି ଚାଲିଗଲା ପୁଅ; ମିଳୁନି ପତ୍ତା, କାନ୍ଦୁଛି ମାଆ

ମାଆ ଆକଟ କରିବାରୁ ଘର ଛାଡ଼ି ଚାଲିଗଲା ୧୩ ବର୍ଷର ପୁଅ। ୭ ଦିନ ହେଲା ମିଳୁନି ପତ୍ତା। ଖୋଜୁଛି ସାରା ଗାଁ, କାନ୍ଦୁଛି ଜନ୍ମଦାତ୍ରୀ । ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ତିର୍ତ୍ତୋଲ ପୋଲିସ।

Boy Missing

Boy Missing Photograph: (OTV)

Advertisment

ମାଆ ଆକଟ କରିବାରୁ ଘର ଛାଡ଼ି ଚାଲିଗଲା ୧୩ ବର୍ଷର ପୁଅ। ୭ ଦିନ ହେଲା ମିଳୁନି ପତ୍ତା। ଖୋଜୁଛି ସାରା ଗାଁ, କାନ୍ଦୁଛି ଜନ୍ମଦାତ୍ରୀ । ଜଗତସିଂହପୁର କୁଜଙ୍ଗ ବ୍ଲକ୍ ରାହାମା ମଠସାହି ଗାଁର ଏହି ଘଟଣା । ଗ୍ରାମର ଉମାକାନ୍ତ ବେହେରାଙ୍କ ସାନପୁଅ ଆଦର୍ଶ ବେହେରା ଘର ଛାଡ଼ି କେଉଁ ଆଡେ ଚାଲିଯାଇଛନ୍ତି। 

Advertisment

ଘର ଦୁଆର ମୁହଁରେ ବସି ପୁଅର ଫେରିବା ବାଟକୁ ଚାହିଁ ରହିଛି ମାଆ। ଆଖିରୁ ଝରି ଯାଉଛି ଧାର ଧାର ଲୁହ। ବିକଳରେ ନେହୁରା ହେଉଛି, ଧନ ତୁ କେଉଁଠି ଅଛୁ ଘରକୁ ଫେରି ଆ। ଆଉ ତୋତେ ଜମା ଗାଳି କରିବିନି। 

କେତେବେଳେ ଠାକୁର ପାଖରେ ଦୀପ ଦେଇ ମୁଣ୍ଡିଆ ମାରୁଛି ତ କେତେବେଳେ ପୁଅର ସ୍କୁଲ ବ୍ୟାଗ ବହିପତ୍ର, ପ୍ୟାଣ୍ଟସାର୍ଟ ଧରି କାନ୍ଦି ପକାଉଛି। ଘରେ ୭ ଦିନ ହେବ ଚୁଲି ଜଳୁନି କି ରୋଷେଇ ହେଉନି। ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ତିର୍ତ୍ତୋଲ ପୋଲିସ।

Advertisment

ମାଆ ଆକଟ କରିବାରୁ ଘର ଛାଡ଼ି ଚାଲିଗଲା ୧୩ ବର୍ଷର ପୁଅ
୭ ଦିନ ହେଲା ମିଳୁନି ପତ୍ତା, ଖୋଜୁଛି ସାରା ଗାଁ, କାନ୍ଦୁଛି ମାଆ
ଜଗତସିଂହପୁର କୁଜଙ୍ଗ ବ୍ଲକ୍ ରାହାମା ମଠସାହି ଗାଁର ଘଟଣା
ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ତିର୍ତ୍ତୋଲ ପୋଲିସ

Jagatsinghpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ