Advertisment

କରୋନା ନେଲାଣି ୧୩ ଶିକ୍ଷକଙ୍କ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ୍ ମାମଲା ଲଗାତର ବଢ଼ିବାରେ ଲାଗିଛି। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୩୭୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏଥିମଧ୍ୟରୁ କରୋନାରେ ଏପର୍ଯ୍ୟନ୍ତ ୧୩ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଯେଉଁ ୧୩ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଛି, ସେଥିମଧ୍ୟରୁ ୧୨ଜଣଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବା ନେଇ ମନ୍ତ୍ରୀ କହିଛନ୍ତି। ସରକାରଙ୍କ ଘୋଷଣା ମୁତାକବ ମୃତ ଶିକ୍ଷକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ। […]

ଅଦ୍ୟତନ ହୋଇଛି
କରୋନା ନେଲାଣି ୧୩ ଶିକ୍ଷକଙ୍କ ଜୀବନ

odisha

Advertisment

ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ୍ ମାମଲା ଲଗାତର ବଢ଼ିବାରେ ଲାଗିଛି। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୩୭୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏଥିମଧ୍ୟରୁ କରୋନାରେ ଏପର୍ଯ୍ୟନ୍ତ ୧୩ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଯେଉଁ ୧୩ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଛି, ସେଥିମଧ୍ୟରୁ ୧୨ଜଣଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବା ନେଇ ମନ୍ତ୍ରୀ କହିଛନ୍ତି।

Advertisment

ସରକାରଙ୍କ ଘୋଷଣା ମୁତାକବ ମୃତ ଶିକ୍ଷକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ। ତେବେ ଏହି ମହାମାରୀରେ ପ୍ରାଣ ହରାଇଥିବା ଅନ୍ୟତମ ଶିକ୍ଷକ ସୀମାଞ୍ଚଳ ଶତପଥୀଙ୍କର ପରିବାରରେ କେହି ନାହାନ୍ତି। ତେଣୁ ତାଙ୍କ ପାଇଁ ଅନ୍ୟ ବିକଳ୍ପ ଚିନ୍ତା କରାଯିବା ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ସୀମାଞ୍ଚଳଙ୍କ ମୃତ୍ୟୁ ପରେ ତାଙ୍କ ବାପା, ମା' ଆତ୍ମହତ୍ୟା କରିଥିଲେ। ଯେହେତୁ ତାଙ୍କ ପରିବାରରେ ଆଉ କେହି ନାହାନ୍ତି, ତେଣୁ ଏଥିପାଇଁ କ'ଣ କରାଯିବ, ତାହା ଉପରେ ସରକାର ଚିନ୍ତା କରୁଥିବା ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୧୨ରେ ପହଞ୍ଚିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ