corona
କଟକ: କଟକର ଏକ ଘରୋଇ କଲେଜରେ ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ପରେ କଲେଜ ଓ ହଷ୍ଟେଲ୍କୁ ୧୦ ଦିନ ପାଇଁ ବନ୍ଦ ହୋଇଛି। ଏନେଇ କଟକ ମ୍ୟୁନିସିପାଲ୍ କର୍ପୋରେସନ୍(ସିଏମ୍ସି) ନିର୍ଦ୍ଦେଶ ଦେଇଛି।
ସମସ୍ତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେସବୁର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ କଲେଜରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଥାଉ କି, ଗତକାଲି କଟକ ମହାନଗର ନିଗମ ଅଞ୍ଚଳରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୩ ଜଣ ହୋମ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୧ ରହିଛି। ଏନେଇ ସିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଥିଲା।
ଆହୁରି ପଢନ୍ତୁ : ଶିଶୁଙ୍କ ପାଇଁ ଆସିଲା କରୋନା ଭାକ୍ସିନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-5_1626175787.jpg)