Advertisment

ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ୧୦୮ ଡ୍ରାଇଭର୍

ରେଢ଼ାଖୋଲ: ବଦାନ୍ୟତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର୍। ଥାଲେସେମିଆ ରୋଗରେ ଆକ୍ରାନ୍ତ ଥିବା ଜଣେ ୫ ବର୍ଷୀୟ ଶିଶୁକୁ ଆମ୍ବୁଲାନ୍ସ ଡ୍ରାଇଭର୍ ଦେଇଛନ୍ତି ନୂଆ ଜୀବନ। ରେଢ଼ାଖୋଲ ବ୍ଲକର ରେଙ୍ଗାଲି ପଞ୍ଚାୟତ କସରଡ଼ା ଗାଁର ନିରଞ୍ଜନ ମିର୍ଧାଙ୍କ ୫ ବର୍ଷର ଶିଶୁପୁତ୍ର ଅନୁଭବ ମିର୍ଧା ଗୁରୁତର ଭାବରେ ଥାଲେସେମିଆ ରୋଗରେ ପୀଡ଼ିତ ଥିଲେ। ଅଧିକ ଗୁରୁତର ହେବାରୁ ଶିଶୁଟିକୁ ୧୦୮ ଗାଡ଼ିରେ ସମ୍ବଲପୁର ରେଢ଼ାଖୋଲ ମେଡିକାଲ ଅଣାଯାଇଥିଲା। ଡାକ୍ତରଖାନାନରେ ଶିଶୁଟିର ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ହୋଇଥିଲା। କିନ୍ତୁ […]

ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ୧୦୮ ଡ୍ରାଇଭର୍

108

Advertisment

ରେଢ଼ାଖୋଲ: ବଦାନ୍ୟତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର୍। ଥାଲେସେମିଆ ରୋଗରେ ଆକ୍ରାନ୍ତ ଥିବା ଜଣେ ୫ ବର୍ଷୀୟ ଶିଶୁକୁ ଆମ୍ବୁଲାନ୍ସ ଡ୍ରାଇଭର୍ ଦେଇଛନ୍ତି ନୂଆ ଜୀବନ। ରେଢ଼ାଖୋଲ ବ୍ଲକର ରେଙ୍ଗାଲି ପଞ୍ଚାୟତ କସରଡ଼ା ଗାଁର ନିରଞ୍ଜନ ମିର୍ଧାଙ୍କ ୫ ବର୍ଷର ଶିଶୁପୁତ୍ର ଅନୁଭବ ମିର୍ଧା ଗୁରୁତର ଭାବରେ ଥାଲେସେମିଆ ରୋଗରେ ପୀଡ଼ିତ ଥିଲେ।

Advertisment

ଅଧିକ ଗୁରୁତର ହେବାରୁ ଶିଶୁଟିକୁ ୧୦୮ ଗାଡ଼ିରେ ସମ୍ବଲପୁର ରେଢ଼ାଖୋଲ ମେଡିକାଲ ଅଣାଯାଇଥିଲା। ଡାକ୍ତରଖାନାନରେ ଶିଶୁଟିର ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ହୋଇଥିଲା। କିନ୍ତୁ ମେଡିକାଲରେ ରକ୍ତ ମହଜୁଦ୍ ନଥିଲା। ଯାହା ପରେ ଆମ୍ବୁଲାନ୍ସ ଡ୍ରାଇଭର୍ ଜଣକ ମହନୀୟତାର ପରିଚୟ ଦେଇ ସହାୟତାର ହାତ ବଢ଼ାଇଥିଲେ।

ସେ ନିଜେ ଶିଶୁ ପାଇଁ ରକ୍ତଦାନ କରିଥିଲେ। କେବଳ ଡ୍ରାଇଭର୍ ଜଣକ ନୁହଁନ୍ତି, ଆମ୍ବୁଲାନ୍ସ କର୍ମଚାରୀ, ଫାର୍ମାସିଷ୍ଟ ଏବଂ ହେଲ୍ପର୍ ମଧ୍ୟ ରକ୍ତଦାନ କରିଥିଲେ। ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଏପରି ମାନବିକତା କାର୍ଯ୍ୟକୁ ଖୁବ୍ ପ୍ରଶଂସା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ