Advertisment

ସ୍କୁଟିକୁ ଧକ୍କା ଦେଲା ଟ୍ରେଲର, ଜଣେ ମୃତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଟାଙ୍ଗରପଡ଼ା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ସଦାଶିବପୁର ଗାଁର ଦ୍ୱାରିକା ବରାଳ। ସମସ୍ତେ ଏକ ସ୍କୁଟିରେ ସଦାଶିବପୁର ନୂଆଁସାହିରୁ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ଟାଙ୍ଗରପଡ଼ା ନିକଟରେ ଏକ ମାଲ୍ ବୋଝେଇ ଟ୍ରେଲର ତାଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେଇ ଦେଇଥିଲା। […]

ସ୍କୁଟିକୁ ଧକ୍କା ଦେଲା ଟ୍ରେଲର, ଜଣେ ମୃତ

accident

Advertisment

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଟାଙ୍ଗରପଡ଼ା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ସଦାଶିବପୁର ଗାଁର ଦ୍ୱାରିକା ବରାଳ। ସମସ୍ତେ ଏକ ସ୍କୁଟିରେ ସଦାଶିବପୁର ନୂଆଁସାହିରୁ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ଟାଙ୍ଗରପଡ଼ା ନିକଟରେ ଏକ ମାଲ୍ ବୋଝେଇ ଟ୍ରେଲର ତାଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦ୍ୱାରିକାଙ୍କ ମୃତ୍ୟୁ ହୋଇଥିଲା।

Advertisment

ଅନ୍ୟ ଦୁଇ ଗୁରୁତରଙ୍କୁ ସ୍ଥାନୀୟ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ  ପୂର୍ଣ୍ଣ ସ୍ୱାଇଁ ଓ ଚରଣ ବରାଳ। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ପୁଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ