ସଂକ୍ଷେପରେ ଆଜିର ତାଜା ଖବର - Saturday, 18 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Garbage In Residential Areas: ଜନବସତି ଅଞ୍ଚଳରୁ କେବେ ହଟିବ ଅଳିଆ ଗଦା?

ବର୍ଷ ବର୍ଷ ଧରି ଜନବସତି ଅଞ୍ଚଳରେ ଚାଲିଥିବା ଅଳିଆଗଦା ଓ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସତୀଚଉରା ଓ ରଘୁନାଥଜୀଉ ମନ୍ଦିର ନିକଟରେ ଥିବା ଦୁଇଟି ଡମ୍ପିଂୟାର୍ଡ ଏବଂ ଏମସିସିକୁ ବନ୍ଦ କରିବା ସହ ସହର ଭିତରେ ଥିବା ଆଉ ୧୪ଟି ଅଳିଆଗଦା ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିଲେ ସହରବାସୀ। More

Hansita’s Husband Mystery: ହଂସିତା ବଡବଡିଆଙ୍କୁ ଯୋଗାଉଥିଲେ ସୁନ୍ଦର ତରୁଣୀ!

ଏବେବି ଅସ୍ପଷ୍ଟ କିଏ ହଂସିତାଙ୍କ ସ୍ବାମୀ? ଗୋଟିଏ ପଟେ ସରୋଜ ସାହୁଙ୍କୁ ନିଜର ସ୍ବାମୀ କହି ନିଜର ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ସେପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଛନ୍ତି। ଯାହାକୁ ନେଇ କୋର୍ଟ ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି। More

Kendrapara District Tourism Department Office: କୋମାରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟଟନ ବିଭାଗ; ଦୁଇ ଜିଲ୍ଲା ଦାୟିତ୍ବରେ ଜଣେ ଅଧିକାରୀ

ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସଦର ମହକୁମାରେ ୨ଟି ପାନ୍ଥ ନିବାସ ଓ ଏକ ଅତିଥି ଭବନ ନିର୍ମାଣ କରାଯାଇଥିଲା। ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକ ଅତିଥି ଭବନ ପୌରାଚଂଳ ଅନ୍ତର୍ଗତ ଚାଟରାପାଟଣାଠାରେ ରହିଛି। ନିର୍ମାଣ ପରଠାରୁ ଏହି କୋଠରେ ତାଲା ପଡିଛି। ଜିଲ୍ଲା ପର୍ଯ୍ୟଟନ ବିଭାଗର ଦୂରାବସ୍ଥା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। More

TPCODL Smart Meter: ସ୍ମାର୍ଟ ମିଟର ଲାଗିଲା ପରେ ଘୁ ଘୁ ହୋଇ ବଢ଼ୁଛି ବିଜୁଳି ବିଲ୍!

ସ୍ମାର୍ଟ ମିଟର ବାବଦରେ ଉପଭୋକ୍ତାଙ୍କ ଅଭିଯୋଗ ନେଇ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ଟେକ୍ନୋଲଜି ସହ ଯୋଡ଼ି ହେବାକୁ ହେଲେ ଆମକୁ ସ୍ମାର୍ଟ ମିଟର ଲଗାଇବାକୁ ପଡ଼ିବ। More

Ineligible Ration Card Holders: BJD ସରକାରରେ ରାସନ କାର୍ଡରେ ହୋଇଛି ବଡ଼ ଘୋଟାଲା; ପ୍ରାୟ ୪ ଲକ୍ଷ ଆୟକର ଦାତା ନେଉଥିଲେ ସୁବିଧା

ରାସନ କାର୍ଡ ତାଲିକାରେ ବଡ଼ ଘୋଟାଲା। ବଢିଚାଲିଛି ଅଯୋଗ୍ୟ ହିତାଧିକାରୀ ତାଲିକା। କଣ୍ଟ ସରି ସରି ଆସୁଛି, ହେଲେ ଏଯାଏ E-KYC ଅପଡେଟ୍ କରିନାହାନ୍ତି ଆହୁରି ୪୨ ଲକ୍ଷ। More

Girl Kidnap in Bhubaneswar: ଯୁକ୍ତିତର୍କରୁ ମାରପିଟ୍, ପରେ ଯୁବତୀଙ୍କୁ ଅପହରଣ…

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପ୍ରଣବ ନାୟକ, ଚନ୍ଦନ ମଲ୍ଲିକ, ରାହୁଲ ନାୟକ। ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍। ଏହି ମାମଲାରେ ଜଣେ ନାବାଳକକୁ ମଧ୍ୟ ପୋଲିସ୍ ବାଳସୁଧାର ଗୃହକୁ ପଠାଇ ଦେଇଛି। ଅଭିଯୁକ୍ତଠାରୁ ଗୋଟିଏ କାର୍, ୫ଟି ମୋବାଇଲ୍ ଓ ଏକ ମାରଣାସ୍ତ୍ର ଜବତ କରିଛି ପୁଲିସ୍। ଏଥିସହ ପୀଡ଼ିତାଙ୍କ ମୋବାଇଲ ମଧ୍ୟ ଉଦ୍ଧାର ହୋଇଛି ବୋଲି ପୋଲିସ୍ କହିଛି। More

Who Shot Minister Naba Das: କାହା ଗୁଳିରେ ହୋଇଛି ନବ ଦାସଙ୍କ ମୃତ୍ୟୁ ? ରହସ୍ୟ ବଢ଼େଇଲା ଫୋରେନସିକ୍ ରିପୋର୍ଟର ଖୁଲାସା...

ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍‌ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ? More

State Transport Department : ସାବଧାନ! ବାଇକରେ ବୀମା ନଥିଲେ ଫସିବେ

ରାଜ୍ୟରେ ଥିବା ୨୨ ଟୋଲ୍ ଗେଟରେ ଏହା କାର୍ଯ୍ୟକାରୀ ହେବ। ଉଲ୍ଲଙ୍ଘନକାରୀଙ୍କୁ ୨ ହଜାର ଜରିମାନା କିମ୍ବା ୩ ମାସର ଜେଲ୍ ଦଣ୍ଡ ମିଳିବ। ପୁନର୍ବାର ଉଲ୍ଲଙ୍ଘନ କଲେ ୪ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଜେଲ୍ ମିଳିବ। ଏପରିକି ଉଭୟ ଦଣ୍ଡରେ ଦଣ୍ଡିତ କରିବାର ମଧ୍ୟ ପ୍ରାବଧାନ ରହିଛି। More

Naba Das Murder Mystery: ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼

ନବ ଦାସଙ୍କ ଗାଡ଼ି ଉପରେ ୩ଟି ଓ ପଛରେ ଆସୁଥିବା ସରକାରୀ ଗାଡ଼ି ଉପରକୁ ମଧ୍ୟ ୫ଟି ଗୁଳି ମାଡ଼ ହୋଇଥିଲା । ଗୋପାଳ ବ୍ୟତୀତ ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ତାକୁ ନେଇ ଉଠିଲା ପ୍ରଶ୍ନ । More

Bird Census: ଆରମ୍ଭ ହେଲା ଶୀତକାଳୀନ ପକ୍ଷୀ ଗଣନା, ସମସ୍ତ ୫୨ଟି ବନଖଣ୍ଡରେ ଏକକାଳୀନ ଗଣତି

ଏହି ଶୀତକାଳୀନ ପକ୍ଷୀ ଗଣନାରେ ଚିଲିକାରେ ୨୧ଟି ଟିମ୍, ହୀରାକୁଦରେ ୩୨ଟି ଟିମ୍ ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି । More

Panchang Today 18th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More

Cement Factory Tragedy: ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: ଉଦ୍ଧାର ହେଲା ୨ ନିଖୋଜ ଶ୍ରମିକଙ୍କ ମୃତଦେହ

କୋଇଲା ହପର ଭୁଶୁଡ଼ିବା ପରେ କମ୍ପାନୀର ଶ୍ରମିକ ସୁଶାନ୍ତ ରାଉତ, ଦଶରଥ ପାତ୍ର ଓ ରଞ୍ଜିତ ଭୋଳ ନିଖୋଜ ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ ଟିମ୍‌ ଓ ୫ଟି ଅଗ୍ନିଶମ ବାହିନୀ ଲାଗିଥିଲେ । More

CCTV Fail In Bhadrak: ଭଦ୍ରକକୁ ଜଗିଛି ଅଚଳ ସିସିଟିଭି...

ରାଜ୍ୟର ବିଭିନ୍ନ ସହରେ ବଡ଼ବଡ଼ ଲୁଟ୍, ଡକାୟତି, ଦୁର୍ଘଟଣା ଘଟୁଥିବା ବେଳେ ଭଦ୍ରକରେ ମଧ୍ୟ ବିଭିନ୍ନ ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ କିନ୍ତୁ ଏଠାରେ ଅଚଳ ହୋଇପଡିଛି ସର୍ଭିନାଲ୍ସ ସିଷ୍ଟମ୍ । More

Accident in Ganjam: ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍‌ ଚକା ତଳକୁ ଚାଲିଗଲେ ମାଆ

ରାଣୀ ଓ ତାଙ୍କ ଝିଅ ଛିଟିକି ହୋଇ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଠିକ୍‌ ସେତିକି ବେଳେ ପଛ ପାର୍ଶ୍ୱରୁ ଆସୁଥିବା ଟ୍ରକ୍‌ ଦେଖି ନିଜର ଦୁଇ ବର୍ଷର କୁନି ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍‌ ତଳେ ଚାପି ହୋଇଯାଇଥିଲେ ରାଣୀ। More

Odisha Farmers Angry Over Mandi Chaos: ରାଜ୍ୟରେ ବଢୁଛି ଚାଷୀ ଅସନ୍ତୋଷ...

ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ । More

Lexus Cars : ଗାଡ଼ି ସଉକିନିଆ ନବ ଦାସଙ୍କ ଭାଇ!

ନବ ଦାସଙ୍କ ଭାଇ ହେଉଛନ୍ତି ବ୍ରଜ ଦାସ। ତାଙ୍କ ଘର ପାର୍କିଂରେ ଥୁଆ ହୋଇଛି ଏକାଧିକ ଲଗ୍‌ଜୁରିୟସ୍‌ କାର। ତାଙ୍କ ପାର୍କିଂରେ ମର୍ସିଡିଜ୍‌ ବେଞ୍ଜ, ରେଞ୍ଜ ରୋଭର, ଅଡି, BMW, କିଆ ଭଲି ଦାମୀ କାର ରହିଛି। More

Utkarsh Odisha 2025: ଉତ୍କର୍ଷ ଓଡ଼ିଶାକୁ ନେଇ ଆକାଶ ଛୁଇଁଲା ଉତ୍କଣ୍ଠା; ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ୮ MOU

ସିଙ୍ଗାପୁର ସହ ଓଡ଼ିଶା କଲା ଆଠ ଆଠଟି ଏମ୍ଓୟୁ । ଆସନ୍ତା ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ହେବାକୁ ଥିବା ବେଳେ, ଏହାର ୧୦ ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର। More