ସଂକ୍ଷେପରେ ଆଜିର ତାଜା ଖବର - Tuesday, 22 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବଡ଼ ଖବର: ମାଡ଼ି ଆସୁଛି ବାତ୍ୟା; ୨୩ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ 

କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି।  More

Cyclone Dana: ଉପକୂଳରେ ବହିବ ଭୀଷଣ ପବନ! ଓଟିଭିକୁ ସୂଚନା ଦେଲେ IMD ଡିଜି

ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହୋଇପାରେ ଉତ୍ତର ଓଡ଼ିଶା । ପୁରୀରୁ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଜିଲ୍ଲାରେ ବେଶୀ ପ୍ରଭାବ ଦେଖାଇପାରେ ସାମୁଦ୍ରିକ ଝଡ଼ । More

ବାତ୍ୟା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; କାଲି ରାତି ସୁଦ୍ଧା ଲୋକଙ୍କୁ କରାଯିବ ସ୍ଥାନାନ୍ତର

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ କାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।  More

ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍; କଳାବଜାରୀ ନେଇ ଚାଲିଛି ଯାଞ୍ଚ

ବିଭିନ୍ନ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚାଲିଛି ଚଢ଼ାଉ । ସାମଗ୍ରୀ ମହଜୁଦ୍ ସହ କଳାବଜାରୀ ନେଇ ଚାଲିଛି ଯାଞ୍ଚ ।  More

ପରିବା ମାର୍କେଟରେ ବାତ୍ୟା; ହଠାତ୍ ବଢ଼ିଲା ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର...

କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି । ଗତକାଲି ୩୦ ଟଙ୍କାରେ ବିକ୍ରି ହେଇଥିବା ଆଳୁ ଦରରେ ଆଜି ୨୦ ଟଙ୍କା ବଢିଛି । More

ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର; ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । More

ସୃଷ୍ଟି ହେଲା ଅବପାତ; ୨୩ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ 'ଦାନା'

ସୃଷ୍ଟି ହେଲା ଅବପାତ। ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ। More

Panchang Today 22nd October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୦୧.୨୯ ଗତେ ୭ମୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। More

ଆଜି ଅବପାତ, କାଲି ବାତ୍ୟା; ୧୦୦ରୁ ୧୧୦ କିମି ବେଗରେ ବହିବ ପବନ !

ଓଡ଼ିଶାରେ ମାଡ଼ ହୋଇପାରେ ସମ୍ଭାବ୍ୟ ସାଇକ୍ଲୋନ। ବଙ୍ଗୋପସାଗରରୁ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ। ଆଜି ୱେଲ ମାର୍କ ଲୋ ପ୍ରେସର ଅବପାତରେ ପରିଣତ ହେବ। More

ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼; ଧନଜୀବନ ବଞ୍ଚାଇବାକୁ କସରତ ଆରମ୍ଭ

ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼ । ଭୟଭୀତ ଅବସ୍ଥାରେ ଅଛନ୍ତି ଜଗତସିହଂପୁର ଏରସମା ବ୍ଲକ ପଦ୍ମପୁରର ଲୋକେ । ବାତ୍ୟା ହେଲେ କେମିତି ବଞ୍ଚାଇବେ ଧନଜୀବନ, ସେନେଇ କସରତ ଆରମ୍ଭ କଲେଣି ପଦ୍ମପୁର ଲୋକ । More

୨୩ରୁ ୨୫ ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି

ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ । ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକରେ ସ୍କୁଲ୍ ଛୁଟି । More

ବ୍ୟାଙ୍କରେ ଚାଲିଛି କି ଋଣ ଘୋଟାଲା ସିଣ୍ଡିକେଟ !

ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ଲୋନ । ଆକାଉଣ୍ଟରୁ ବି ଉଠାଇ ନିଆଯାଇଛି ଋଣ ଟଙ୍କା । More

Cyclone Dana: ହାଇଆଲର୍ଟରେ ଉପକୂଳ ଓଡ଼ିଶା, ଅଗ୍ନିଶମ ଓ ODRAF ଟିମ୍ ତୟାର

ସମୁଦ୍ରରୁ ଫେରି କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ । ଥୋଡ଼ ପାଚିନଥିଲେ ବି ତରବରିଆ ଧାନ କାଟୁଛନ୍ତି ଚାଷୀ । More

ବାତ୍ୟା ପୂର୍ବରୁ ପରିବା ବଜାରରେ ବାତ୍ୟା! ରାତାରାତି ବଜାରରେ ନିଆଁ

ବାତ୍ୟା ନହେଉଣୁ ପରିବା ବଜାରରେ ପଡ଼ିଛି ଚଡ଼କ । ଦୁଇ ଦିନ ଭିତରେ ବଢିଗଲାଣି ପନିପରିବା ଦର । More

ସ୍ପଷ୍ଟ ହେଲା ଭୀଷଣ ବାତ୍ୟା; ୨୪ ରାତି ନହେଲେ ୨୫ ପାହାନ୍ତିରେ ହେବ ମାଡ଼

ଚିତ୍ର ସ୍ପଷ୍ଟ ହେଲା । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ମାଡ଼ ହୋଇପାରେ ଭୀଷଣ ବାତ୍ୟା- ଦାନା । More