ସଂକ୍ଷେପରେ ଆଜିର ତାଜା ଖବର - Sunday, 06 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ; ଆସନ୍ତାକାଲି ମାଓ ମୁକାବିଲା ବୈଠକରେ ଯୋଗଦେବେ 

ନକ୍ସଲ ମୁକାବିଲା ବୈଠକରେ ଯୋଗଦେବା ଆଜି ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। More

କୋଲକାତା ଆରଜି କର ମେଡିକାଲର ୧୦ ଡାକ୍ତର ବହିଷ୍କୃତ

କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି। More

କେବେ ଚାଷୀଙ୍କ ଚିନ୍ତା ହରିବ ଚିନ୍ତାଗୁଡ଼ା ପ୍ରକଳ୍ପ ? କେବେ ନେବ ବାସ୍ତବତାର ରୂପ ? 

ଓଡ଼ିଶାର ପାଣି ନେଇ ମାଲେମାଲ୍ ହେଉଛି ଆନ୍ଧ୍ର ପ୍ରଦେଶ ! ହେଲେ ଚିନ୍ତାଗୁଡ଼ା ବ୍ୟାରେଜ ପାଇଁ ପଡ଼ିପାରୁନି ମୂଳଦୁଆ । More

ଚିମିନିରୁ ବାହାରୁନି ଧୂଆଁ; ଶୁଭୁନି ମେସିନର ଶବ୍ଦ, ୧୦ ବର୍ଷ ଧରି ବନ୍ଦ ପଡ଼ିଛି ବଲାଙ୍ଗିର ଚିନିକଳ

ଦିନେ ବଲାଙ୍ଗିର, ନୂଆପଡ଼ା ଓ ସୋନପୁରର ୮ରୁ ୯ ହଜାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଥିବା ଚିନିକଳର ଏବେ ଭାଙ୍ଗିଯାଇଛି ମେରୁଦଣ୍ଡ । More

ଏମିତି ଗାଁ, ଯେଉଁଠି ମୋବାଇଲ ନେଟୱର୍କ ପାଇଁ ଲୋକଙ୍କୁ ଚଢ଼ିବାକୁ ପଡ଼ୁଛି ଗଛ ! 

ଏଠି ସେଠି... କେଉଁଠି ବି ନାହିଁ । ଉଚ୍ଚ ଜାଗାରେ ମିଳୁନି, କି ଫାଙ୍କା ସ୍ଥାନରେ ବି ଆସୁନି । ଖୋଜି ଖୋଜି ନୟାନ୍ତ ହେଲେଣି, ହେଲେ ଯେତେ ଖୋଜିଲେ ବି ମିଳୁନି।  More

କୁଚିଣ୍ଡାରେ ବଡ଼ ଦୁର୍ଘଟଣା; ୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ଜୀବନ୍ତ ଜଳିଗଲେ ୨ ଡ୍ରାଇଭର 

 ୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ୨ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କଣ୍ଟେନର ଓ ଟ୍ରକ୍ ସହ ୨ ଜଣ ଜଳିଯାଇଥିବା ସୂଚନା ମିଳିଛି। ତେବେ କଣ୍ଟେନରର ଖଲାସୀ ଜଣକ ଗୁରୁତର ଥିବା କୁହାଯାଉଛି। More

ପୋଲିସ କବଜାରେ 'ଭାଇ ଭାଇ' ମୂର୍ତ୍ତି ଚୋରି ଗ୍ୟାଙ୍ଗ; ମନ୍ଦିରରେ କଳାକନା ବୁଲେଇ ମାରୁଥିଲେ ଫେରାର !

ମନ୍ଦିରକୁ ପୂଜକ ହେଇ ଆସୁଥିଲେ । ଯେଉଁ ଠାକୁରଙ୍କୁ ପୂଜା କରୁଥିଲେ, ତାଙ୍କୁ ଲୁଟୁଥିଲେ । ଦିଅଁ ଖାଇ ଖଟୁଲି ଖାଇଲା ଭଳି ।  More

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ହଟିନି ରାଗିଂ ବ୍ୟାଧି ! ହଷ୍ଟେଲରୁ ବିଦା ହେବେ ୪ ଅନ୍ତେବାସୀ 

 ହଷ୍ଟେଲରୁ ବିଦା ହେବାକୁ ଯାଉଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଛାତ୍ର । ପିଜି ଦ୍ୱିତୀୟ ବର୍ଷର ଏହି ୪ ଛାତ୍ରଙ୍କ ସମେତ ମୋଟ ୧୭ ଜଣଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। More

ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଭସାଣି କେଁ, ଡିଜେ ପରେ ପାରମ୍ପରିକ ବାଜା ମଧ୍ୟ ବନ୍ଦ

କମିଶନରେଟ ପୋଲିସ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଭସାଣି କେଁ । ପ୍ରଥମେ ଡିଜେ ପରେ ଏବେ ପାରମ୍ପରିକ ବାଜା ଉପରେ କଟକଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବିଭିନ୍ନ ପୂଜା କମିଟି । More

ଏକ ନିଆରା ପ୍ରେମ, ପତ୍ନୀ ଛାଡ଼ି ଗଲା ପରେ ସ୍ମୃତିରେ ତିଆରି କଲେ ସ୍ୱାମୀ

ପତ୍ନୀ ବିୟୋଗକୁ ୪ ବର୍ଷ ହେଲାଣି କିନ୍ତୁ ଏବେ ବି ସେ ପାଖରେ ଅଛନ୍ତି । ପାଖରେ ବସିଛନ୍ତି, କଥା କହିଲେ ଶୁଣୁଛନ୍ତି ଆଉ ସମସ୍ତଙ୍କୁ ଦେଖୁଛନ୍ତି ମଧ୍ୟ । More

ବାତିଲ୍ ହେଲା PGT ଲିଖିତ ପରୀକ୍ଷା, ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍

ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ ବା PGT ନିଯୁକ୍ତି ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍ । ଆଜି ହେବାକୁ ଥିବା ପରୀକ୍ଷା ବାତିଲ୍ କରିଛି OPSC । More

ଦଶହରାରେ ଗଡିବନି ବସ୍ ! ଲକ୍ଷ୍ମୀ ବସ ନେଇ ତେଜିଲା ବିବାଦ

ଦାବି ପୂରଣ ନହେଲେ ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ବନ୍ଦ ନିଷ୍ପତ୍ତି । ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି । More

ଛାତ୍ରଙ୍କୁ ରାଗିଂ ! ୧୭ ଛାତ୍ରଙ୍କ ବିରୋଧରେ ଆକ୍ସନ୍, ୪ ଜଣଙ୍କୁ ବିଦା

ଗତ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରାଗିଂ ହୋଇଥିଲା । ପ୍ରଥମ ବର୍ଷ ଛାତ୍ରଙ୍କ ସହ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ର ରାଗିଂ କରିଥିଲେ  । More

OSSC ପରିଚାଳିତ ପରୀକ୍ଷାରେ ତ୍ରୁଟି ! ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ୍‌ ଖୋଲାଯାଇଥିବା ଅଭିଯୋଗ

ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଦସ୍ତଖତ ନେଇ ପ୍ରଶ୍ନପତ୍ର ଖୋଲାଯିବା କଥା। କିନ୍ତୁ ପୂର୍ବରୁ ହିଁ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ୍‌ ଖୋଲାଯାଇଥିବା ଅଭିଯୋଗ କରିଥିଲେ । More

ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ବୈଠକରେ ଦେବେ ଯୋଗ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ବୈଠକ ରହିଛି । More

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଘଟଣା: ୧୭ ଛାତ୍ରଙ୍କ ବିରୋଧରେ ଆକ୍ସନ୍

ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂ କରିଥିବା ନେଇ ୟୁଜିସିର ଆଣ୍ଟିରାଗିଂ ସେଲରେ ଅଭିଯୋଗ ହୋଇଥିଲା। More

ଗାଁକୁ ଆସିଛନ୍ତି ବିଦେଶୀ ଅତିଥି, ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

ଗ୍ରାମବାସୀଙ୍କ ସୁରକ୍ଷାରେ ବିଦେଶୀ ଅତିଥି। ଆମେ କହୁଛୁ ଏହି ବିଦେଶୀ ପକ୍ଷୀଙ୍କ କଥା। ଅନେକ ବର୍ଷ ହେବ ଏମାନେ ଗ୍ରାମରେ ୪/୫ ମାସ ଅତିଥି ହୋଇ ରୁହନ୍ତି। ଅଣ୍ଡା ଦେଇ, ଛୁଆ ବଡ ହେଲାପରେ ନିଜ ଦେଶକୁ ଚାଲିଯାଆନ୍ତି। More

ଓଟିଭିର ପ୍ରଭାବ: ବେଆଇନ ଖନନ ମାମଲାରେ ଖଣି ବିଭାଗର ଆକ୍ସନ, ୨୪ କୋଟି ଗଣିବେ ଖଣି ଲିଜଧାରୀ

ଦୀର୍ଘ ବର୍ଷ ଧରି ବିଜେଡି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କାସିଆ ଖଣି ଏବଂ ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତ କରି ପାହାଡ଼ରୁ ବେଆଇନ ଭାବେ ଖନନ ଜାରି ରଖିଥିଲେ । ଏ ସଂପର୍କରେ ଗତ ଜୁଲାଇ ୨୦ରେ ଓଟିଭି ଖବର ପ୍ରସାରଣ କରିଥିଲା । More

କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ?

କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ? କ’ଣ ରହିଛି ଏହା ପଛର ଅଲୌକିକ କାହାଣୀ ? More

Panchang Today 6th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ରବିବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୫.୩୩ ଗତେ ବିଛା । ତିଥି- ୩ୟା (ମଳ)ପ୍ରାତଃ ୦୭.୪୯ ଗତେ ଅନୁରାଧା ଘାତଚନ୍ଦ୍ର- ନାସ୍ତି ଘାତବାର-  ମେଷ ରାଶିର । More

ଭୁବନେଶ୍ବରରେ ଗ୍ୟାସ ଲିକକୁ ନେଇ ହଇଚଇ, ୨ ଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣ

ଗ୍ୟାସ ଲିକକୁ ଦେଖି ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟକୁ ବନ୍ଦ କରିଛି ପୋଲିସ । ବିଶେଷ କରି ପଟିଆରୁ ଇନଫୋସିଟି ରାସ୍ତାକୁ ପୋଲିସ ବନ୍ଦ କରିଥିବା ସୂଚନା ମିଳିଛି। More

ବେଳ ବୁଡ଼ିଲେ ରାଜଧାନୀରେ ବଢୁଛି ଭିଡ଼, ଘଣ୍ଟା ଘଣ୍ଟା ଟ୍ରାଫିକ୍‌ରେ ଫସୁଛନ୍ତି ଲୋକେ

ଖାଲି ଜୟଦେବ ବିହାର ଛକ ନୁହେଁ ଆଚାର୍ଯ୍ୟ ବିହାର ଛକ ଫ୍ଲାଏଓଭର ବ୍ରିଜ ଠାରୁ ଆରମ୍ଭ କରି, ସତସଙ୍ଗ ବିହାର ଛକ, ରସୁଲଗଡ ଛକରୁ ପଳାଶୁଣି ଛକ ପର୍ଯ୍ୟନ୍ତ ଉପରେ ଏବଂ ତଳେ ଖଚାଖଚ୍ ଜାମ୍ । More

ତେଜିଲା ରାଜଭବନକୁ ଟାର୍ଗେଟ୍ ପଲିଟିକ୍ସ; ବିରୋଧୀଙ୍କ ପୁଣି ହମଲା ପରେ ବିଜେପିର ପାଲଟା ନିଶାନା

ଘନେଇଲା ରାଜନୀତି। ରାଜ୍ୟପାଳ ରଘୁବର ଦାସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୈତିକ ବିବାଦ।  More

OSSSC ପରୀକ୍ଷାରେ ବିଭ୍ରାଟ ଅଭିଯୋଗ: ପରୀକ୍ଷା ଦାତିଲ ଦାବିରେ ଛାତ୍ର ସଂଗଠନର ଆନ୍ଦୋଳନ ଚେତାବନୀ

RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ,ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଓ' ଟ୍ରିପିଲ୍ ଏସସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ତିନି ପ୍ରମୁଖ ଦାବି ସରକାର ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ସଂଗଠନ। More

ରୋଷେଇ ଘରେ ମହଙ୍ଗା ମାଡ଼, ଖାଉଟିଙ୍କୁ କନ୍ଦାଇଲାଣି ପରିବାର ଉଚ୍ଚା ଦର

ଆଳୁ, ପିଆଜ ପରେ ଏବେ କନ୍ଦାଇଲାଣି ପରିବା । ଟମାଟୋ, ବିନ୍ସ ୧୦୦ ପାର୍ କରିଥିବା ବେଳେ ପ୍ରାୟ ପରିବା ଦର ୬୦ ଟଙ୍କା ଉପରେ। More