ସଂକ୍ଷେପରେ ଆଜିର ତାଜା ଖବର - Monday, 16 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଯୋବ୍ରା ବ୍ରିଜରେ ସିରିଜ୍ ଦୁର୍ଘଟଣା ! ବୋଲେରୋ ପରେ ଅଟୋକୁ ପିଟିଲା ସ୍କର୍ପିଓ

ସିରିଜ୍ ଦୁର୍ଘଟଣାରେ ୩ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା । More

ଯେଉଁଠି ଆଶା ମରିଯାଏ, ସେଇଠି ଛିଡ଼ା ହୁଏ ଉମିଦେଁ

ଚର୍ଚ୍ଚାରେ କ୍ୟାନସର ପୀଡ଼ିତ ଶିଶୁଙ୍କ ସେବା ପାଇଁ ସମର୍ପିତ ସଂସ୍ଥା । ଭୁବନେଶ୍ୱର ଏମସ ନିକଟରେ ଅଛି ସେବା ହୋମ୍ । More

ସୁଭଦ୍ରାକୁ ନେଇ ଦୂର ହେଲା ବଡ଼ ଦ୍ବନ୍ଦ୍ବ, ଆକାଉଣ୍ଟକୁ ଟଙ୍କାଟିଏ ଯାଇ ନଥିଲେ ବି ଖାତାକୁ ଯିବ ଟଙ୍କା

ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାର ଶୁଭାରମ୍ଭ କରୁ କରୁ ହିତାଧିକରାରୀଙ୍କ ଆକାଉଣ୍ଟରେ ପଡ଼ିବ ୫-୫ ହଜାର ଟଙ୍କା । More

କାଲି ଆସିବେ ପ୍ରଧାନମନ୍ତ୍ରୀ, ଜନ୍ମ ଦିନରେ ଜନତା ମଇଦାନରେ ଦେବେ ସୁଭଦ୍ରା ଭେଟି

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ନିଜ ଜନ୍ମ ଦିନରେ ଜନତା ମଇଦାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ବାସୀଙ୍କୁ ଭେଟି ଦେବେ ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା । More

ବରମୁଣ୍ଡା କାଉଣ୍ଟରରେ ନକଲି ମଦ, ୫୦ ଲକ୍ଷ ସ୍ୱାହା..!

୫୦ ଲକ୍ଷର ନକଲି ମଦରେ ଜେସିବି ଚଢ଼ାଇଲା ଅବକାରୀ ବିଭାଗ । ବରମୁଣ୍ଡାରେ ଥିବା ମଦ ଦୋକାନ ସିଲ୍ । More

ବିଲ୍ ପାଇଁ ମହାଭାରତ, କୁଜଙ୍ଗରେ ବିଡିଓଙ୍କୁ ବିଜେଡି ମାଡ଼ !

ତେଜିଲା ପାରାଦୀପ ରାଜନୀତି । ଜାଣିଶୁଣି ବିଲ୍ ବନ୍ଦ କଲେ ନିଆଁ ଜଳିବା ନେଇ ଶଙ୍ଖ ଦଳର ଚେତାବନୀ । More

ସବୁଠି ଅପମିଶ୍ରଣ, ଖାଦ୍ୟ ନାଁରେ ଲୋକ ଖାଉଛନ୍ତି ବିଷ

ବ୍ରହ୍ମପୁର ସହରରେ କାୟା ମେଲାଉଛି ନକଲି ସାମଗ୍ରୀ । ପ୍ରାୟ ସମୟରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ସାମଗ୍ରୀ । ଖାଦ୍ୟ ସାମଗ୍ରୀଠୁ ନେଇ ଗାଡିର ଇଂଜିନ ଅଏଲ ଯାଏ...ସବୁଠି ଲମ୍ବିଛି ନକଲି, ଅପମିଶ୍ରିତ ସାମଗ୍ରୀର ଚେର । More

ଛୋଟ ସହରରେ ବଢୁଛି ସେକ୍ସ ରାକେଟ, ଟାର୍ଗେଟରେ ଲଜ୍ ଓ ଗେଷ୍ଟହାଉସ

କେବଳ ବଡ ସହର ନୁହେଁ, ଏବେ ଛୋଟ ଛୋଟ ସହର ଗୁଡିକରେ ବି ମାଡି ଗଲାଣି ଦେହ ବ୍ୟବସାୟ କାରବାର। More

‘ବିଜେଡି ପାଖରେ ଆଉ ନାହିଁ ମହିଳା ଭୋଟ ବ୍ୟାଙ୍କ ନାହିଁ’

ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ବରରେ ପହଞ୍ଚିବା ପରେ ଲତା କହିଛନ୍ତି, ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି । More

ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ, ଗାଡ଼ି ଜବତ

ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ । ୫ ଜଣଙ୍କୁ ଗିରଫ କରିବା ସହ୨ଟି ଗାଡ଼ି ଜବତ କଲା ପୋଲିସ। More

କାର ଭିତରେ ଫସିଲା ବିରାଟ ଅଜଗର, ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ଦୀର୍ଘ ୫ ଘଣ୍ଟା ଧରି ସୋ ରୁମ୍ କର୍ମଚାରୀ ଓ ସ୍ନେକ ହେଲପଲାଇନ ସଦସ୍ୟଙ୍କ ଉଦ୍ୟମ ପରେ ସାପଟିକୁ ଗାଡିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । More

କଟକରେ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍ ପତାକା

ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତାକା ଉଡାଉଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଥିଲା । More

ରାଜଧାନୀରେ ଲାଇସେନ୍ସପ୍ରାପ୍ତ ଦୋକାନରୁ ଜବତ ହେଲା ନକଲି ମଦ

ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା । More

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି 

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ପାଣି। ବାଲେଶ୍ୱରରୁ ରେମୁଣା ଓ ଏନଏଚ୍-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରଭାବିତ । More

Special Story: ମେଡିକାଲରେ ପଡିଛନ୍ତି ରୋଗୀଣା ସ୍ତ୍ରୀ ସହ ୩ ଛୁଆ, ସ୍ୱାମୀ ଫେରାର୍ 

ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା। More

ଯୁବ ଉଦ୍ୟୋଗୀ ଚନ୍ଦନଙ୍କ ବଡ଼ ପ୍ରୟାସ; କର୍ମଚାରୀଙ୍କୁ ସୁରକ୍ଷା ପାଇଁ ଡେଭଲପ୍ କଲେ ଆପ୍

କର୍ମକ୍ଷେତ୍ରରେ କର୍ମଚାରୀଙ୍କୁ ସୁରକ୍ଷା ଲାଗି ବିକଶିତ ହୋଇଛି ଏକ ସ୍ବତନ୍ତ୍ର ଆପ୍। ଏହି ଆପ ଡେଭଲପ କରିଛନ୍ତି ବ୍ରହ୍ମପୁରର ଯୁବ ଉଦ୍ୟୋଗୀ ଚନ୍ଦନ ରାଉତ । More

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ; ସ୍ୱାବଲମ୍ୱୀ ହେବା ସହ ଉଦାହରଣ ସାଜିଲେ ଝୁନା...

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ।  More

Panchang Today 16th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ଅସଲି ବ୍ରାଣ୍ଡ ବୋତଲରେ ନକଲି ଅପମିଶ୍ରିତ ତେଲ....

ବ୍ରହ୍ମପୁର ବଡ଼ ବଜାରରେ ନକଲି ତେଲ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ । ନାମୀଦାମୀ ନଡ଼ିଆ ତେଲ ଡବାର ଲୋଗୋ ବ୍ୟବହାର କରି ଠକେଇ । More

ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର, ବଢୁଛି ବନ୍ୟା ଆଶଙ୍କା

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ। ମଥାନୀଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବାବେଳେ ଆଜି ରାତି ୮ଟା ସୁଦ୍ଧା ଜଳକା ନଦୀର ଜଳସ୍ତର ବଢ଼ି ୬.୫୧ ମିଟର ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। More

ଛାନିଆ କରୁଛି ଆଳୁ, ପିଆଜ, ଅଦା, ରସୁଣ ଦାମ୍; ମନ୍ତ୍ରୀଙ୍କ ବୟାନ ଓ ଦରଦାମରେ ନାହିଁ ତାଳମେଳ...

ଆଳୁ ହେଉ କି ପିଆଜ, ଅଦା ହେଉ କି ରସୁଣ। ହାଣ୍ଡିଶାଳର ଏହି ୪ଟି ସାମଗ୍ରୀ କିଣିଲାବେଳକୁ ଝାଳନାଳ ହୋଇପଡୁଥିବା ନିମ୍ନ ମଧ୍ୟବିତ୍ତଙ୍କ ମୁଣ୍ଡରେ ଏବେ ପଡ଼ିଛି ଖାଇବା ତେଲର ଚଡ଼କ। More

ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ଏକ୍ସପ୍ରେସ୍ । ଆସନ୍ତାକାଲି ଗଡ଼ିବ ରାୟପୁର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ । More

ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍, ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ

ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍ । ଆୟୋଜିତ ହେଲା ୧୦ ହଜାରରୁ ଅଧିକ ସ୍ୱାଗତ ପଦଯାତ୍ରା । ସ୍ୱାଗତ ପଦଯାତ୍ରା'ରେ ସାମିଲ ହେଲେ ହଜାର ହଜାର ମହିଳା। ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ ଲେଖାଏଁ । More