ସଂକ୍ଷେପରେ ଆଜିର ତାଜା ଖବର - Saturday, 31 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆସନ୍ତାକାଲିଠୁ ଆରମ୍ଭ ହେବ ‘ସୁଭଦ୍ରା’ ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ଆବେଦନ...

‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାଁରେ ଆଧାର କାର୍ଡ କିମ୍ବା ନମ୍ବର ଥିବା ଏକାନ୍ତ ଆବଶ୍ୟକ । More

‘ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥାଇପାରେ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର’

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥାଇପାରେ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର । ଏହାର ସନ୍ଧାନ ପାଇଁ ନନ୍-ପେନିଟ୍ରେଟିଂ ସର୍ଭେ କରିବାକୁ ଯୋଜନା ଅଛି। ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।  More

ବିଧାନସଭାରେ ଛତୁଆ ତାତି, ପୁଷ୍ଟିକର ଖାଦ୍ୟ ନାଁରେ ଅଖାଦ୍ୟ ଯୋଗାଣ ଅଭିଯୋଗ

ଛତୁଆକୁ ନେଇ ବିଧାନସଭାରେ ଗଭୀର ଉଦବେଗ। ସାରା ରାଜ୍ୟରେ ବର୍ଷ ବର୍ଷ ଧରି ଛତୁଆ ମହାଦୁର୍ନୀତି ବରଗଛ ଚେର ଭଳି ମାଡ଼ି ରହିଥିବା ବେଳେ ଆଜି ଗୃହରେ ଉଠିଛି ଏ ପ୍ରସଙ୍ଗ। More

ବଦଳିବା ଦରକାର କି ରେଭେନ୍ସା ୟୁନିଭର୍ସିଟି ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମତକୁ ନେଇ ତେଜିଲା ବିବାଦ

ତେଜିଲା ରେଭେନ୍ସା ନାମକରଣ ବିବାଦ। ଓଡ଼ିଆ ଅସ୍ମିତା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ। More

ମାଡ଼ି ଚାଲିଛି ବାର୍ଡ ଫ୍ଲୁ; ଭୁବନେଶ୍ବରରେ କଂପନ, ଚିକେନ୍ ଓ ଅଣ୍ଡାକୁ ଡରିଲେଣି ଗ୍ରାହକ... 

କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ।  More

ନୂଆ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଗୁରୁତ୍ବ, ଗ୍ରାମାଞ୍ଚଳରେ ବାର୍‌କୁ ମିଳିବନି ଅନୁମତି

ନିଶା ନିବାରଣ ପାଇଁ ଆରମ୍ଭ ହେଲା ନିୟନ୍ତ୍ରଣ। ମୋହନ ସରକାରର ପ୍ରଥମ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଦିଆଯାଇଛି ଗୁରୁତ୍ବ। More

ଗଳି ପଡ଼ିଥିଲେ ବଡ଼ ଠାକୁର; ପ୍ରାୟଶ୍ଚିତ କରିବେ ରାଜ୍ୟ ସରକାର...

ଅଘଟଣର ଦେଢ଼ମାସ ପରେ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା ହେବା ନେଇ ଆଜି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭା ସହ ସହ କଥାବାର୍ତ୍ତା ହୋଇଛି। More

‘ବଦଳିବା ଦରକାର ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ’

ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କରୁଥିଲେ କ’ଣ ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବ ବିଷୟ କି ପଚାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । More

‘ଭୁବନେଶ୍ବର ପ୍ରକୃତରେ ସ୍ମାର୍ଟ କି ?; ଜଳବନ୍ଦୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ...

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ । ଭୁବନେଶ୍ବରରେ ଜଳବନ୍ଦୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଭୁବନେଶ୍ବର ପ୍ରକୃତରେ ସ୍ମାର୍ଟ କି ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । More

ସ୍ୱାୟତ୍ତ ଶାସନ ଦିବସରେ ବିଜେଡି-ବିଜେପି ମୁହାଁମୁହିଁ: ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା...

କଟକ ବକ୍ସିବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି ଅନାବରଣ ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ। More

ଆଡ଼ପ ପହଣ୍ଡି ଅଘଟଣ: ପ୍ରତିକାର ପୂଜା କରିବେ ରାଜ୍ୟ ସରକାର 

ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଯାହା ଘଟିଗଲା ତାହା ଦୁର୍ଘଟଣ । ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟିଛି ।  More

ବିଧାୟକ ସନାତନଙ୍କ ପ୍ରଶ୍ନ: ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରାଯାଉ...

 ବିଧାୟକ ସନାତନ ମହାକୁଡ଼ଙ୍କ ଲିଖିତ ପ୍ରଶ୍ନ ଉତ୍ତରରେ ସମ୍ପୂର୍ଣ୍ଣ ନିଶା ନିବାରଣ ନେଇ କୌଣସି ଯୋଜନା ନଥିବା କହିଛନ୍ତି ମନ୍ତ୍ରୀ । ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରିବା ବ୍ୟବସ୍ଥା ବି ନାହିଁ’।  More

ଘରେ ବନାନ୍ତୁ ସୁଆଦିଆ ‘ଆଳୁ ମୁଗଲାଇ’

ଘରେ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ଆଳୁରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଆଳୁ ମୁଗଲାଇ’। More

ପାରାଦୀପ ବନ୍ଦରରୁ ଧରାହେଲେ ୩ ଘାନା ନାଗରିକ; ଚାଲିଛି ତନାଘନା

ପାରାଦୀପ ଇମିଗ୍ରେସନ ପକ୍ଷରୁ ଜାହାଜକୁ ନୋଟିସ୍ କରାଯାଇଛି। ଜାହାଜରୁ କାହାକୁ ଓହ୍ଲାଇବାକୁ ଅନୁମତି ଦିଆଯାଉନି । ତନାଘନା କରୁଛି ଇମିଗ୍ରେସନ ବିଭାଗ। More

ରାଜ୍ୟରେ ଆରମ୍ଭ ହେଲା ‘ପିଏମ୍‌-ଉଷା’; ବଝିବ ଶିକ୍ଷାର ମାନ, ଦକ୍ଷ ହେବେ ଛାତ୍ରଛାତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, ସାକ୍ଷରତା ଓ ପ୍ରାଥମିକ ଶିକ୍ଷା ବର୍ତ୍ତମାନ ଏକ ସମସ୍ୟା ହୋଇନାହିଁ। ଆମେ ଯୁବବର୍ଗଙ୍କୁ କିଭଳି ସାଧାରଣ ଶିକ୍ଷା ପରେ ଦକ୍ଷତା ବୃଦ୍ଧି କରିବା ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ। More

ଛତୁଆକୁ ନେଇ ବିଧାନସଭାରେ ଉଦବେଗ,କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଛତୁଆ ମାନକୁ ନେଇ ଗୃହରେ ଏକାଧିକ ବିଧାୟକଙ୍କ ଉଦ୍‌ବେଗ । ଗୃହରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି । ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । More

ରାଜଧାନୀକୁ ବାର୍ଡ ଫ୍ଲୁ ଭୟ: କିଛି ଦିନ ଚିକେନ ନ ଖାଇବାକୁ ମେୟରଙ୍କ ପରାମର୍ଶ

ଭୁବନେଶ୍ବର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମସି । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରିଛି ବିଏମସି । More

ଛତ୍ରପୁର ବିଇଓଙ୍କ ଘରେ ଭିଜିଲାନ୍ସ ରେଡ୍; ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ରେଡ୍ ଟିମ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି। More

ବରମୁଣ୍ଡା ବସଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ

ବରମୁଣ୍ଡା ବସଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ କଲା ପୋଲିସ୍ । ମହିଳା ଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ସୂଚନା More

ବନ୍ଦ ପଡ଼ିଛି ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳ; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନି। ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଖୋଲି ପାରେ ଗୁଣ୍ଡିଚା ମନ୍ଦିର। More

Panchang Today 31st August 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ଫିଟୁନି ରହସ୍ୟ ! ଏୟାରପୋର୍ଟ ପରିସରରୁ ଜବତ ସୁନା-ରୁପାକୁ ନେଇ ତନାଘନା, ମିଳୁନି ହିସାବ

ଭୁବନେଶ୍ୱର ବିମାନ ବନ୍ଦର ପରିସରରୁ ଦୁଇ ଦୁଇଟି ଭ୍ୟାନରୁ ମିଳିଥିବା ବିପୁଳ ସୁନା, ରୁପା ଗଣତିରେ ଯବନିକା ପଡ଼ିଛି ସତ । କିନ୍ତୁ, ଫିଟୁନି ପ୍ରେରକ ଓ ଗ୍ରାହକଙ୍କ ସଂପର୍କିତ ରହସ୍ୟ । More

ଆସିଲା ନୂଆ ଅବକାରୀ ନୀତି, କେବଳ ଥ୍ରୀ-ଷ୍ଟାର ହୋଟେଲକୁ ମିଳିବ ନୂଆ ବାର ଲାଇସେନ୍ସ

କେବଳ ଥ୍ରୀ-ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ସେହିପରି ଡ୍ୟାନ୍ସ ବାର ଆଉ ଚାଲିବ ନାହିଁ । More

ମୂର୍ଚ୍ଛା କୃଷ୍ଣଙ୍କୁ ଡେଣାରେ ଝାଡ଼ି ଅମର ଲଡ଼ୁ ଭୁଞ୍ଜାଇଲେ ଗରୁଡ଼, କାଳୀୟଦଳନ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

କାଳନ୍ଦୀ ହ୍ରଦରେ କୃଷ୍ଣଙ୍କୁ ଦଂଶନ କଲା କାଳୀନାଗ, ମୂର୍ଚ୍ଛା କୃଷ୍ଣଙ୍କୁ ଡେଣାରେ ଝାଡ଼ି ଅମର ଲଡ଼ୁ ଭୁଞ୍ଜାଇଲେ ଗରୁଡ଼, କାଳୀୟଦଳନ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର... More

ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ଭ୍ୟାଲି, ଖର୍ଚ୍ଚ ହେବ ହଜାରେ କୋଟିରୁ ଅଧିକ ଟଙ୍କା

ରାଜଧାନୀରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରିବେ ମୋହନ ସରକାର। ଭୁବନେଶ୍ବର ଗୋଠପାଟଣାରେ ଦେଢ଼ ଶହ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ମେଗା ସ୍ପୋର୍ଟସ ଭ୍ୟାଲି। More

ଆଉ କଲେଜ୍ କ୍ୟାମ୍ପସରେ ଚାଲିବନି ନାଚ ତାମସା, ‘ନୂଆ-ଓ’କୁ ବନ୍ଦ କଲେ ମୋହନ ସରକାର

ନୂଆ ଓ ଯୋଜନା ବନ୍ଦ ନିଷ୍ପତ୍ତିକୁ ସହଜରେ ହଜମ କରି ନପାରି ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରି ଦେଇଛି ବିଜେଡି । More