ସଂକ୍ଷେପରେ ଆଜିର ତାଜା ଖବର - Sunday, 23 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

'କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି'

ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରକୁ ଲୁଟ୍ କରାଯାଉଥିଲା। More

ନିଅଣ୍ଟିଆ ବର୍ଷା: ଆଷାଢରେ ମାଟି ଫାଟି କରିଛି ଆଁ, ଶୁଖିଲା ପଡିଛି ଜଳଭଣ୍ଡାର

ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର।  More

ଅଚ୍ୟୁତ ସାମନ୍ତଙ୍କ 'KISS'କୁ ବଡ଼ ଝଟକା, ଜଙ୍ଗଲ ଜମି କିସମ ପରିବର୍ତ୍ତନ ଉପରେ ରୋକ୍

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଭୁବନେଶ୍ବରସ୍ଥିତ କିସ୍‌କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ବଡ଼ ଟ୍ବିଷ୍ଟ୍। More

‘ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ, ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା’

ଆଇନ ମନ୍ତ୍ରୀ କହିଛନ୍ତି, ଯଦିଓ ଏବେ ଶ୍ରୀମନ୍ଦିର ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ, କିନ୍ତୁ ସ୍ଥାୟୀ ପ୍ରଶାସକ ନିଯୁକ୍ତିର ଆବଶ୍ୟକତା ଅଛି । ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି । More

କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ? ହାଇକମାଣ୍ଡଙ୍କୁ ଭେଟିଲେ ୬ ବିଧାୟକ

କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନେତୃତ୍ୱରେ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାଜୁର୍ଣ୍ଣ ଖଡ଼ଗେଙ୍କୁ ଭେଟିଛନ୍ତି ଦଳର ୬ ଜଣ ବିଧାୟକ । More

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ; ୯ ଜିଲ୍ଲାକୁ ୟେଲୋ ଆଲର୍ଟ

ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। More

ପାଗ ଅନୁକୂଳ ଥିବାରୁ କାଲିଠୁ ସ୍ୱାଭାବିକ ହେବ ସ୍କୁଲ

ଖରା ଛୁଟି ପରେ ସ୍କୁଲ୍‌ଗୁଡ଼ିକ ମଙ୍ଗଳବାର (ଜୁନ୍ ୧୮) ଖୋଲିଥିଲା। ହେଲେ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକ ଖୋଲିନଥିଲା। More

ଚେନ୍ନାଇରେ ଅନୁଷ୍ଠିତ ଉଇକି ଟେକ୍ନିକାଲ୍ କର୍ମଶାଳାରେ ଓଡ଼ିଆ ଉଇକିଆଳିଙ୍କ ଯୋଗଦାନ

୨୦୦୨ ମସିହାରୁ ପ୍ରଥମ ଦକ୍ଷିଣ ଏସୀୟ ଭାଷା ଭାବରେ ଓଡ଼ିଆ ଉଇକିପିଡିଆ ଉପଲବ୍ଧ ଥିବାବେଳେ ୨୦୧୧ ମସିହାରୁ ସକ୍ରିୟ ଉଇକିଆଳିମାନଙ୍କର ଯୋଗଦାନ ଫଳରେ ଓଡ଼ିଆ ଉଇକିପିଡିଆରେ ଦରକାରୀ ଓ ଉପଯୋଗୀ ତଥ୍ୟ ଉପଲବ୍ଧ ଅଛି, ଯେଉଁଥିରୁ ମାସକୁ ୩ କୋଟିରୁ ଅଧିକ ଲୋକ ଜ୍ଞାନ ଆହରଣ କରୁଛନ୍ତି । More

ମାଆ ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜି ନିଜ ଜନ୍ମମାଟି ଅର୍ଥାତ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ପ୍ରଥମ ଦିନରେ ସେ ଘଟଗାଁ ଯାଇ ମାଆ ତାରିଣୀଙ୍କୁ ଦର୍ଶନ କରିଛନ୍ତି। More

ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣା: ୫ କଂଗ୍ରେସ କର୍ମୀଙ୍କୁ ବହିଷ୍କାର

ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ ଜଣ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ । ୫ ଜଣଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କଲେ ପିସିସି ସଭାପତି ଶରତ ପଟ୍ଟନାୟକ । More

ଟ୍ରକକୁ ପିଟିବା ପରେ ଜଳିଗଲା ଆମ୍ବୁଲାନ୍ସ; ୪ ଗୁରୁତର

ବସ୍ତାରୁ ୩ ରୋଗୀଙ୍କୁ ନେଇ ବାଲେଶ୍ୱର ମେଡିକାଲକୁ ଆସିବା ବେଳେ ଘଟିଛି ଏହି ଦୁର୍ଘଟଣା। ୩ ରୋଗୀଙ୍କ ସମେତ ଆମ୍ବୁଲାନ୍ସରେ ଥିବା ହେଲପରଙ୍କ ଅବସ୍ଥା ଗୁରୁତର ରହିଛି। More

‘ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା’

ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ଏହି ସୁଭଦ୍ରା ଯୋଜନା ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । More

ଭାଙ୍ଗିଯିବ କି BJD ? ନବୀନଙ୍କୁ ଘାରିଛି ଦଳ ଭାଙ୍ଗିଯିବା ଚିନ୍ତା!

ନବୀନ କହିଛନ୍ତି ରାଜ୍ୟରେ ବିଜେପି ସରକାରରେ ୨ରୁ ୩ ଜଣ MLA ସଂଖ୍ୟା ଗରିଷ୍ଠତାରୁ ଅଧିକ ଅଛନ୍ତି, କେନ୍ଦ୍ରରେ ବି ଅଳ୍ପସଂଖ୍ୟକ ସରକାର ଚାଲିଛି। ତେଣୁ ପରିଶ୍ରମ କରନ୍ତୁ, ଏକଜୁଟ୍ ରୁହନ୍ତୁ ଆଉ ଦଳକୁ ମଜବୁତ ରଖନ୍ତୁ ବୋଲି ନବୀନ ନିଜ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। More

ମୁଖ୍ୟମନ୍ତ୍ରୀ ହେବା ପରେ ଜନ୍ମମାଟିରେ ମୋହନ ମାଝୀଙ୍କ ପ୍ରଥମ ଗସ୍ତ

ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କୁ ଦର୍ଶନ କରିବେ। More

ବାଲେଶ୍ୱରରେ କର୍ଫ୍ୟୁ କୋହଳ; ଜାଣନ୍ତୁ କେଉଁଠି କେତେ ସମୟ ପାଇଁ ହେଲା କୋହଳ

ବାଲେଶ୍ୱରରେ ସୁଧୁରିଛି ସ୍ଥିତି, କୋହଳ ହେଉଛି କର୍ଫ୍ୟୁ । ହେଲେ ସ୍ୱାଭାବିକ ହୋଇନି ମୋବାଇଲ୍ ଇଣ୍ଟରନେଟ୍ ସେବା । More

‘KISS’କୁ ଝଟକା; ୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଉପରେ ଲାଗିଲା ରୋକ୍‌

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ୍)କୁ ଜଙ୍ଗଲ ଜମି ଆବଣ୍ଟନ ମାମଲାରେ ନୂଆମୋଡ଼ ଆସିଛି। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଜୁନ୍ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। More

ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ୨୬ରୁ ପ୍ରବଳ ବର୍ଷା ଆଶଙ୍କା; ପାଣିପାଗ ବିଭାଗ ତରଫରୁ ଚେତାବନୀ ଜାରି

ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । More

'ରତ୍ନଭଣ୍ଡାର ଗଣତି ଦିନେ କି ଦୁଇ ଦିନ ନୁହେଁ, ସମୟ ଲାଗିବ; କେବେ ଖୋଲିବ ଶୀଘ୍ର ଜଣାଇବୁ'

ରତ୍ନଭଣ୍ଡାର ଖୋଲିବା ନେଇ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି । ରତ୍ନଭଣ୍ଡାର ବାବଦରେ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । More

ମଣ୍ଡିରେ ଚାଲିଛି ମିଲ୍ ମାଲିକଙ୍କ ମନମାନୀ; କଟନି ଛଟନି ନାଁରେ ଚାଷୀଙ୍କୁ ଶୋଷଣ

ଖେଳୁଛନ୍ତି କଟନୀ ଛଟନୀର ଖେଳ। ମିଲର୍ ଓ ଯୋଗାଣ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କୃଷକ ମାରଣନୀତି। ନା ସରକାରଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି ନା ବିଧିବ୍ୟବସ୍ଥାକୁ ଖାତିର କରୁଛନ୍ତି। More

କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ପୁଣି ବଢାଯିବ ନା ନୂଆ ନିଯୁକ୍ତି ପାଇବେ? ଆସନ୍ତା ୩୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସରିବାକୁ ଯାଉଥିବାରୁ ଏହି ଚର୍ଚ୍ଚା ଏବେ ଜୋର ଧରିଛି। More

ଜଗା ପାଇଁ ସମର୍ପିତ ଜୀବନ: ନିଜ ଘରେ ସଂଗ୍ରହାଳୟ କରି ଜଗନ୍ନାଥ ସଂସ୍କୃତିର କରୁଛନ୍ତି ପ୍ରଚାର...

ରାୟଗଡା ଜିଲ୍ଲା ଗୁଣୁପୁରର ମହାପ୍ରଭୁଙ୍କ ନିଆରା ଭକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ । ନିଜ ଘରେ ସଂଗ୍ରହାଳୟ କରି ଜଗନ୍ନାଥ ସଂସ୍କୃତିର କରୁଛନ୍ତି ପ୍ରଚାର ପ୍ରସାର । More

କୃତ୍ୟ ଭକ୍ତ, ଭକ୍ତିମୟ ଶ୍ରୀକ୍ଷେତ୍ର: ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ; ହାତୀବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ 

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ।  More

ବିଜେଡିରେ ତେଜୁଛି ଗୋଷ୍ଠୀ ବିବାଦ; କନ୍ଦଳ ପାଇଁ CMCରେ ଗଲା ୨ଟି କମିଟି ଅଧ୍ୟକ୍ଷ ପଦ

ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ। More