ସଂକ୍ଷେପରେ ଆଜିର ତାଜା ଖବର - Saturday, 20 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

‘ଭୁବନେଶ୍ୱରରେ ଶଙ୍ଖ, ନିମାପଡ଼ାରେ ହାତ ପ୍ରଚାର ଭଲ ଦିଶିବନି’

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି। More

ଜଳୁଛି ଜଙ୍ଗଲ କୁହୁଳୁଛି ନିଆଁ; ବୁଦାଠୁ ବଡ଼ ବଡ଼ ଗଛ, ସବୁକିଛି ପଦା ହୋଇଗଲାଣି

ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି, ଚଳିତ ଥର ଅର୍ଥାତ୍ ୨୦୨୩ ନଭେମ୍ବରରୁ ଆଜି ସୁଦ୍ଧା ରାଜ୍ୟର ୧୩ ହଜାର ୫୮୯ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୧ ହଜାର ୩୯୬ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଛି। More

ଶାହଙ୍କ ବୟାନ ପରେ ଉତ୍ସାହିତ ରାଜ୍ୟ ବିଜେପି; ବୈଜୟନ୍ତ କହିଲେ, ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁଥିଲା ବିଜେଡି

ନବୀନଙ୍କ ସହ ସାମ୍ନାସାମ୍ନି ଲଢିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢେଇ । More

ବିଜେଡି ଖେଳିଲା ସରପ୍ରାଇଜ୍ କାର୍ଡ; ବଡ଼ଚଣାରେ ବର୍ଷା ଇନ୍, ଅମର ଆଉଟ୍

ଆଗରୁ କ୍ରାଉଡ୍ ପୁଲର୍ ଭାବେ ଦଳ ପାଇଁ ପ୍ରଚାର କରୁଥିଲେ। ଦି' ଦିନ ତଳେ ଶଙ୍ଖ ଧରୁ ଧରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହାତରେ ଟିକେଟ୍ ଧରାଇଦେଲା ବିଜେଡି। ତାହା ପୁଣି ବଡ଼ଚଣାରୁ, ଛ ଥରର ବିଧାୟକ ଅମର ଶତପଥୀଙ୍କ ସିଟରୁ। More

ବିଜେଡି ଖେଳିଲା ମହିଳା କାର୍ଡ; ଷଷ୍ଠ ପର୍ଯ୍ୟାୟରେ ୪ ମହିଳାଙ୍କ ନାଁ, କଟିଲା ୫ ବିଧାୟକଙ୍କ ଟିକେଟ୍

ବରିଷ୍ଠଙ୍କୁ କାଟିଲେ, ମହିଳାଙ୍କୁ ଦେଲେ । ବିଦ୍ରୋହକୁ ପ୍ରଶମିତ କରିବାକୁ ବିଜେଡି ଖେଳିଲା କି ମହିଳା କାର୍ଡ ? ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ଜଣ ଟାଣୁଆ ବିଧାୟକଙ୍କ ଟିକଟ୍ କାଟିଛି ବିଜେଡି। More

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା; ନିମାପଡ଼ାରୁ ଲଢ଼ିବେ ସୁରଙ୍କ ବଡ଼ ପୁଅ

୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। More

ଟିକେଟ୍‌ କଟିବା ପରେ ବଢ଼ୁଛି ଅସନ୍ତୋଷ, ଅମରଙ୍କ ବାସଭବନରେ ମେଳି କଲେ ସମର୍ଥକ

୬ ଥରର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କ ଟିକେଟ୍‌ କାଟିଛି ବିଜେଡି। ଅମରଙ୍କ ବଦଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ପ୍ରାର୍ଥୀ କରିଛି ଦଳ । More

ଅସନ୍ତୋଷ ଝାଡ଼ିଲେ ପାଟ୍ଟଶାଣୀ; କହିଲେ, ମୋତେ ବାଧୁଛି, ବିଜୁ ଲିଗାସି ଆଉ ନାହିଁ..

ରଘୁନାଥ ସାହୁ ଚିଲିକା ବିଧାନସଭା ଆସନରେ ବିଜେଡିରୁ ନିର୍ବାଚନ ଲଢ଼ିବେ। ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିବା ପରେ ସାମ୍ନାକୁ ଆସିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରେସ୍ ବାର୍ତ୍ତା। More

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୪୫ ଡିଗ୍ରୀ ଟପିଗଲା ତାତି

ଆଜି ବୌଦ୍ଧ ଓ ବାରିପଦାରେ ତାତି ୪୫ ଡିଗ୍ରୀ ଟପିଲା। ଉଭୟ ବୌଦ୍ଧ ଓ ବାରିପଦା ତାପମାତ୍ରା ୪୫.୨ ଡିଗ୍ରୀ ରହିଛି। More

ଟିକେଟ୍ କଟିବା ପରେ ଶକ୍ତି ଦେଖାଇଲେ ସମୀର, ନିମାପଡ଼ାରେ କଲେ ବିରାଟ ସମାବେଶ

ପୁରୀ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜ ସମର୍ଥକଙ୍କ ସହ ବିରାଟ ସମାବେଶ କରିଛନ୍ତି ସମୀର ଦାଶ । ଏହି ସମାବେଶ ଜରିଆରେ ସେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଛନ୍ତି । More

ତାତିରୁ ମିଳିବ ତ୍ରାହି, ରାଜଧାନୀରେ ଟ୍ରାଫିକ୍‌ ପୋଲିସ୍‌ ପିନ୍ଧିବେ AC ହେଲମେଟ୍‌

ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ AC ହେଲମେଟ୍ ପ୍ରଦାନ କରିଛନ୍ତି ପୋଲିସ କମିଶନର। ଏହି ଏସି ହେଲମେଟ୍‌ ବ୍ୟାଟେରୀ ଦ୍ୱାରା ଚାର୍ଜ ହେବ । More

ବିଜେଡି କାଟିଲା ଅମର-ଶଶି-ମିନାକ୍ଷୀ-ଜ୍ୟୋତି-ସୁଧାଂଶୁଙ୍କ ଟିକେଟ

ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । ଚିଲିକାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ସାହୁ । ସେଠାରେ ଆଗରୁ ବିଜେଡିର ବିଧାୟକ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି ।  More

ଚାଲିଛି ନିର୍ବାଚନୀ ପ୍ରଚାର ଗୀତ, କଣ୍ଠଶିଳ୍ପୀଙ୍କୁ ନାହିଁ ଫୁରସତ୍

ନିର୍ବାଚନ କୁ ନେଇ ଉଠୁଛି ପଡୁଛି ଗାଁ ଓ ସହର । ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣା ଯାଉଛି । ବିଶେଷ କରି ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଚାରିଆଡ଼େ ଏବେ ନିର୍ବାଚନୀ ମାହୋଲ୍ । More

‘ମୋ ପାଇଁ ପଦବୀ ବଡ଼ ନୁହେଁ, ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼’

ବଡ଼ଚଣାରୁ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ସେଠାରେ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ସନା ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଲିକ, ସିମୁଳିଆରୁ ସୁଭାସିନି ସାହୁ । More

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ବଡ଼ଚଣାରୁ ଲଢ଼ିବେ ବର୍ଷା

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି । ବଡ଼ଚଣାରୁ ମିଳିଲା ସରପ୍ରାଇଜ୍, ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ପ୍ରାର୍ଥୀତ୍ୱ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More

ସମର୍ଥକଙ୍କୁ ପ୍ରତିଶ୍ରୁତି ଛଳରେ BJD ଉପରେ ଚିରଞ୍ଜୀବଙ୍କ କ୍ଷୋଭ !

କଂଗ୍ରେସ ଏଥର ୯ରୁ ୯୦ ନା ଜିରୋ ହେବ ବୋଲି ସେ ସମର୍ଥକଙ୍କୁ ପଚାରୁଛନ୍ତି। ତେବେ ଏନେଇ ଚିରଞ୍ଜୀବ ବିଶ୍ୱାଳ, ପ୍ରଶାନ୍ତ ମୁଦୁଲି, ବିଜେଡି କି କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ । More

ଓଡ଼ିଶାରେ ପନିପରିବା-ଡାଲି-ଅଣ୍ଡା-ମସଲା ସବୁ ମହଙ୍ଗା !

ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ସବୁଠୁ ଉପରେ । ଅଧିକାଂଶ ଖାଉଟି ସାମଗ୍ରୀ ପାଇଁ ଅନ୍ୟ ଉପରେ ନିର୍ଭର କରୁଛି ଓଡ଼ିଶା । More

ଗୁଳୁଗୁଳି ଭିତରେ ପାୱାର୍ କଟ୍, ଓଟିଭିରେ ଖବର ପ୍ରସାରଣ ପରେ ତତ୍ପର ରାଜ୍ୟ ସରକାର

ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍ କଟ୍ କୁ ନେଇ ଖବର ପ୍ରସାରଣ ପରେ ତତ୍ପର ରାଜ୍ୟ ସରକାର । ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । More

ଆଜି ରଥଯାତ୍ରା ସମନ୍ୱୟ କମିଟି ବୈଠକ, ସୁରୁଖୁରୁରେ ସାରିବା ଉପରେ ବିଚାର ବିମର୍ଶ

ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ । ପୁରୀ ଟାଉନ ହଲ୍ ପରିସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । More

ବଜ୍ରପାତରେ ମୃତକଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ, ଶୋକସନ୍ତପ୍ତ ପରିବାର ପ୍ରତି ଜଣାଇଲେ ସମବେଦନା

କାଳବୈଶାଖୀ ଜନିତ ଝଡ଼ ବର୍ଷା ଓ ବଜ୍ରପାତରେ କାହା ପୁଅ ଚାଲିଗଲା ତ ଆଉ କାହାର ବାପା । ଗୋଟିଏ ଗାଁର ତିନି ତିନି ଜଣଙ୍କ ମୃତ୍ୟୁ ସ୍ତବ୍ଧ କରିଦେଇଛି ସମସ୍ତଙ୍କୁ । ସେହି ଶୋକ ସନ୍ତପ୍ତ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । More

ପଣ୍ଡିତ ବିଶ୍ୱନାଥ ପାଠାଗାରକୁ କେବେ ମିଳିବ ସ୍ଥାୟୀ କୋଠା ? ତାତିରେ ହନ୍ତସନ୍ତ ଛାତ୍ରଛାତ୍ରୀ

ଡହଡହ ଖରା, ଆଉ ତା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଲୋକେ। ଏହି ସମୟରେ ପାଠାଗାରରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ। କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ହେବା ପରେ ସେଠାରେ ଅସ୍ଥାୟୀ ଭାବେ ଚାଲିଛି ପାଠାଗାର। More

ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା !

ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ । More

ସିମ୍ପାଞ୍ଜି ଖୋଜୁଛି ତାତିରୁ ମୁକ୍ତି, ମହାବଳ ପୂରା ନିର୍ବଳ; କାଉନ୍ଦା ନନ୍ଦନକାନନ ଜୀବଜନ୍ତୁ

ପାଣି କୁଣ୍ଡ ଉପରେ ଛିଡ଼ା ହୋଇଛି ବୁଢ଼ା ଶାଗୁଣା। ଆଉ ତାତିରୁ ଖୋଜୁଛି ମୁକ୍ତି। ଗ୍ରୀଷ୍ମ ପ୍ରବାହକୁ ଦେଖି ଗୁମ୍ଫାରୁ ବାହାରିବାକୁ ଡରୁଛି ଭାଲୁ। ଯଦିଓ ଲଗାତର ପାଣି ସିଞ୍ଚା ଚାଲିଛି, ତଥାପି ଖରାରେ ଦେହ ଦେବାକୁ ଜୁ ପାଉନି। କେତେବେଳେ କେମିତି ଟିକେ ବାହାରକୁ ମୁହଁ ଦେଖାଇ ପୁଣି ଗୁମ୍ଫା ଭିତରକୁ ପଶିଯାଉଛି। More

'ଏଥର ଓଡ଼ିଶାରେ ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼େଇ'

‘ଆମେ ଓଡ଼ିଶା ଜନତାଙ୍କୁ ବିନମ୍ର ପ୍ରାର୍ଥନା କରୁଛୁ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଦିଅନ୍ତୁ। ଯେଉଁଠି ମୋଦିଙ୍କ ନେତୃତ୍ୱର ବିଜୟ ହୋଇଛି, ସେଠି ବିକାଶର ଗତି ତ୍ୱରାନ୍ୱିତ ହୋଇଛି।’ More

ଭାଗ ହେବ କି କଂଗ୍ରେସ ଭୋଟ୍, ୟାସିର ଆସିବା ପରେ ବିପଦରେ ମନ୍ମଥ!

ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବଦଳୁଥିବା ରାଜନୈତିକ ସମୀକରଣ କାହାକୁ ଦେବ ଫାଇଦା । ଗତଥର ମଇଦାନରେ କଂଗ୍ରେସରୁ କେହି ନଥିଲେ। ଏଥର କିନ୍ତୁ ଜଣେ ଯୁବ ଚେହେରାଙ୍କୁ ଟିକେଟ୍ ଦେଇଛି ଦଳ । More