ସଂକ୍ଷେପରେ ଆଜିର ତାଜା ଖବର - Tuesday, 09 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନୋମିନେସନ୍‌କୁ ଆଉ ୮ ଦିନ ରହିଲା, ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ଦଳ

୨୮ ବିଧାନସଭାର ଅନେକ ସିଟରେ ପ୍ରାର୍ଥୀ ବାକି । ଏବେ ବି ବହୁସ୍ଥାନରେ ପ୍ରାର୍ଥୀ ଦେଇନାହାନ୍ତି ୩ ପ୍ରମୁଖ ଦଳ । More

କୁଚିଣ୍ଡା-ସମ୍ବଲପୁର-ରେଢ଼ାଖୋଲ-ଦେବଗଡ଼ରେ ପ୍ରାର୍ଥୀ ଘୋଷଣାରେ ଆଣ୍ଠେଇଛି ବିଜେଡି !

ସମ୍ବଲପୁରରେ ରାସେଶ୍ୱରୀ ଓ ରେଢାଖୋଲରେ ପ୍ରସନ୍ନ, ରୋହିତଙ୍କୁ ନେଇ ଚର୍ଚ୍ଚା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ବି ଜୋରଦାର ଚର୍ଚ୍ଚା । More

କେନ୍ଦ୍ରାପଡ଼ାରେ ଜମିଲା ପ୍ରଚାର, ଡବଲ୍ ଇଞ୍ଜିନ ସରକାର ଦରକାର କହିଲେ ବୈଜୟନ୍ତ

କର୍ମୀ ସମ୍ମିଳନୀ ପରେ ବୈଜୟନ୍ତଙ୍କ ପ୍ରତିକ୍ରିୟା । ‘କେନ୍ଦ୍ରାପଡ଼ାରେ ୫ ବର୍ଷ ଧରି ବିକାଶର ଧାରା ଅଟକି ଯାଇଛି’ । More

ଏପ୍ରିଲ୍‌ ୧୧ରେ ପାଳନ ହେବ ଇଦ୍

ଆଜି ଚାନ୍ଦ ଦେଖା ନ ଯିବାରୁ ଆସନ୍ତା ୧୧ ତାରିଖରେ ଇଦ୍ ପାଳିବାକୁ ନିଷ୍ପତ୍ତି ହୋଇଛି । More

ରାଜଧାନୀରେ ପୁଣି ମାତିଲେ ଲୁଟେରା, ୩ଟି ଫ୍ଲାଟରେ ବୁଲାଇଲେ କଳାକନା

ରାଜ୍ୟ ରାଜଧାନୀର ଆପାର୍ଟମେଣ୍ଟ ଗୁଡ଼ିକରେ ବୋଧହୁଏ ଆଉ ରହିହେବ ନାହିଁ । ଗତ କିଛିଦିନ ହେଲା, ହୁଗୁଳା ସୁରକ୍ଷାର ଫାଇଦା ନେଇ ଯେଭଳି ଢଙ୍ଗରେ ଲୁଟପାଟ୍ ହେଉଛି, ନିଦ ହଜିଗଲାଣି ଆପାର୍ଟମେଣ୍ଟବାସୀଙ୍କର। More

କଂଗ୍ରେସକୁ ଜଟଣୀ ଟେନସନ୍, ତୀବ୍ର ହେଉଛି ଦାଦା-ପୁତୁରା କଳି

କଂଗ୍ରେସ ପାଇଁ ଜଟଣୀ ଅଡ଼ୁଆ । ତୀବ୍ର ହେଉଛି ବିଧାୟକ ସୁରେଶ ରାଉତରାୟ ଓ ପୁତୁରା ସଂଗ୍ରାମ ରାଉତରାୟ ବିବାଦ । ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଦୁଇ ଦିନ ହେଲା ତୁମୁଳକାଣ୍ଡ ଦେଖିବାକୁ ମିଳିଛି । More

ସମର୍ଥକ ଦେଲେ ସଂକେତ; କଂଗ୍ରେସ ଛାଡ଼ିପାରନ୍ତି ସାଲୁଜା

କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବା ପରେ ବି ସାଲୁଜାଙ୍କ ଦଳବଦଳ ଚର୍ଚ୍ଚା ଥମୁନି। ଏବେ ପୁଣି କଂଗ୍ରେସ ସମ୍ମିଳନୀରେ ସାଲୁଜାଙ୍କ ସମର୍ଥକ କହିଛନ୍ତି ସେ ଯେଉଁଆଡେ ଯିବେ, ଆମେ ତାଙ୍କ ସାଥିରେ ଅଛୁ। More

ଏଥର ବି ଜୋରଦାର ହେବ ଛେନାପୋଡ଼ ଦିବସ; ଏଯାଏଁ ମିଳିନି GI ଟ୍ୟାଗ୍‌

ନୟାଗଡ଼ରୁ ସୃଷ୍ଟ ଏହି ଛେନାପୋଡ଼କୁ ଏବେ ବିଶ୍ୱସ୍ତରୀୟ କରିବାକୁ ଅଣ୍ଟା ଭିଡିଛନ୍ତି ସମସ୍ତେ। ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରୁଛନ୍ତି ସମସ୍ତେ। ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଲାଣି। More

ଦିଲୀପ ରାୟଙ୍କୁ କେନ୍ଦ୍ରୀୟ ନେତୃତ୍ୱ ବାଛିଚନ୍ତି, ଏଥର ସେ ଲଢ଼ିବେ

ରାଉରକେଲାରୁ ଯଦି ନିର୍ବାଚନ ଲଢ଼ନ୍ତି ଦିଲୀପ ତାହେଲେ ଏଥର ସେଠି ହେବ କଡ଼ା ମୁକାବିଲା। ବିଜେଡି ରାଉରକେଲାରୁ ଦିଲୀପଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସାରଦା ନାୟକଙ୍କୁ ଟିକେଟ୍ ଦେଇଛି। More

ବିଲ୍ ଟଙ୍କା ମିଳିଲାନି; 5T ସ୍କୁଲରେ ତାଲା ପକାଇଲେ ଠିକାଦାର

ଫାଇଭ୍ ଟି ସ୍କୁଲର କାମ କରିଥିଲେ ଠିକାଦାର। କାମ ସରିବାର ବର୍ଷେ ପରେ ମଧ୍ୟ ବିଲ୍ ଟଙ୍କା ମିଳିନାହିଁ। ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଠିକାଦାର। More

ପୁଣି ଆସୁଛି ବଡ଼ ବର୍ଷା ! ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ...

ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି । ଆଜି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି ହୋଇଛି ।  More

ନବରାତ୍ରୀ ପାଇଁ ଘରେ ବନାନ୍ତୁ 'ବାନାନା ଲସି'

ଡହ ଡହ ଗରମରେ ପାଟିରେ ଥଣ୍ଡା ପାନୀୟ ପଡିଗଲେ ମନରେ ଶାନ୍ତି ମିଳିଯାଏ । ସେଥିପାଇଁ ଆମେ ଘରେ ହେଉ କି ବାହାରେ ଥଣ୍ଡା ପନୀୟ ଯଥା ଲସି ଓ ସରବତ ପିଇଥାଉ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ବନାନା ଲସି’ । ଆପଣମାନେ ରେସିପିଟିକୁ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ । More

୩ ମାସରେ ମଲେଣି ୫୦ ମାଓବାଦୀ, ଚିଠି ଜରିଆରେ ସୂଚନା ଜାରି କଲା ସଂଗଠନ

୩ ମାସରେ ୫୦ ମାଓବାଦୀ ମୃତ୍ୟୁ ହୋଇଥିବା ସ୍ୱୀକାର କଲା ମାଓ ସଂଗଠନ । ଏକ ଲିଖିତ ଚିଠି ଜରିଆରେ ସୂଚନା ଜାରି କଲା ମାଓ ସଂଗଠନ । ଗତ ଦୁଇ ଦଶନ୍ଧିରେ ୫ ହଜାରରୁ ଊର୍ଦ୍ଧ୍ୱ କମ୍ରେଡଙ୍କ ମୃତ୍ୟୁ ସୂଚନା । More

ପାରାଦୀପ ଟିକେଟ୍‌କୁ ନେଇ ଛକାପଞ୍ଝା; କାହାକୁ ପ୍ରାର୍ଥୀ କରିବ ଟେନ୍‌ସନ୍‌ରେ ବିଜେଡ଼ି ! 

ପାରାଦୀପ ଟିକେଟ ପାଇଁ ବିଜେଡ଼ିରେ କଳି ତୀବ୍ର ହୋଇଛି । ବିଧାୟକ ସମ୍ବିତ ରାଉତରାୟ ଭୁବନଶ୍ବରରେ ଡେରା ପକାଇଥିବା ବେଳେ ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ବାଳଙ୍କ ସମର୍ଥକ ଶଙ୍ଖ ଭବନ ଏବଂ ନବୀନ ନିବାସ ଧାଉଁଛନ୍ତି । More

ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ; ହଷ୍ଟେଲରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ...

ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ । ଘରୋଇ ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ମିଳିଲା ମୃତଦେହ । More

ଅମୁଣ୍ଡିରେ ବଡ଼ ଅଘଟଣ; ଗ୍ୟାସ ସିଲିଣ୍ଡର ଫାଟି ୧୧ ଜଣ ଆହତ...

ଗଞ୍ଜାମ ପାତ୍ରପୁର ବ୍ଲକ ଅମୁଣ୍ଡିରେ ଅଘଟଣ । ଗ୍ୟାସ ସିଲିଣ୍ଡର ଫାଟି ୧୧ ଜଣ ଆହତ ୪ ଗୁରୁତର । ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ଗ୍ୟାସ ଲିକ ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ ଫାଟି ଯାଇଥିଲା ସିଲିଣ୍ଡର । More

ବିଜେଡିକୁ ଶକ୍ତ ଝଟକା; ଦଳ ଛାଡ଼ିଲେ ୨ ଟାଣୁଆ ନେତା...

ବିଜେଡି ଛାଡ଼ିଲେ ସାଲେପୁରର ହିମାଂଶୁ ମହାନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ହିମାଂଶୁ । ଅନ୍ୟପଟେ ନୂଆପଡା ଜିଲ୍ଲା ଯୁବ ବିଜେଡିକୁ ବି ଲାଗିଛି ଶକ୍ତ ଝଟକା ।  More

ଡ୍ୟୁଟି କରୁଥିବା ବେଳେ ଧକ୍କା ଦେଲା ଗାଡ଼ି, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ତାମିଲନାଡୁରେ ଓଡ଼ିଆ ପୋଲିସ କନେଷ୍ଟବଳଙ୍କ ଅକାଳ ବିୟୋଗ । ଇଲେକ୍ସନ୍ ପାଇଁ ତ୍ରିଚୀକୁ ଯାଇଥିବା ବେଳେ ଓଡ଼ିଆ ପୋଲିସ କନେଷ୍ଟବଳ ପ୍ରମୋଦ କୁମାର ମାଝୀଙ୍କ ପରଲୋକ ଘଟିଛି । More

ଆସୁଛି ବର୍ଷା... ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ବଦଳିଛି ପାଗର ମିଜାଜ୍ । ତାତିରୁ ମିଳିଛି ସାମୟିକ ମୁକ୍ତି । ଏବେ ସ୍ୱାଭାବିକରୁ ତାପମାତ୍ରା ୫ରୁ ୭ ଡିଗ୍ରୀ କମ ରହିଛି । More

ଦେବାଶିଷ-ଭର୍ତ୍ତୃହରି କଥା କଟାକଟି; ଦଳୀୟ କାର୍ଯ୍ୟକ୍ରମରେ ପରସ୍ପରକୁ ଟାର୍ଗେଟ୍

ଆଜି କଟକରେ ବିଜେଡି କର୍ମୀ ସମ୍ମିଳନୀ କରିଥିବା ବେଳେ, ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଛି ଯୁବ ସମାବେଶ କାର୍ଯ୍ୟକ୍ରମ। ଦେବାଶିଷ ସାମନ୍ତରାୟ ଓ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ କଥା କଟାକଟି ହୋଇଛି। More

ଫାଷ୍ଟଫୁଡ୍‌ ଭଳି ତିଆରି ହେଉଛି କ୍ୟାମ୍ପେନିଂ ମ୍ୟୁଜିକ୍‌; କମ୍ପିବ ମୈଦାନ, ଝୁମିବେ ଭୋଟର୍‌

କେଉଁଠି ପଦ୍ମ ଚିହ୍ନର ପ୍ରଚାର ତ ଆଉ କେଉଁଠି ଶଙ୍ଖ ଓ ହାତ ଚିହ୍ନର। ପ୍ରଚାର ମୈଦାନ କମ୍ପାଇବାକୁ ଫୁଲ୍ ଯୋଶରେ ରେକର୍ଡିଂ ଷ୍ଟୁଡିଓ। ଅହରହ ଚାଲିଛି ପ୍ରଚାର ଗୀତର ରେକର୍ଡିଂ। ସେ ସିଲଭର ସିଟି କଟକ ହେଉ କି ସିଲ୍କ ସିଟି ବ୍ରହ୍ମପୁର। ରାଜ୍ୟର ବିଭିନ୍ନ ସହରରେ ଥିବା ମ୍ୟୁଜିକ ଷ୍ଟୁଡିଓ ଗୁଡ଼ିକ ଏବେ ଫୁଲ୍ ପ୍ୟାକ୍। More

ସେଫ୍‌ ନୁହେଁ ଜଙ୍ଗଲ; ମାତିଲେଣି ମାଫିଆ, ସଙ୍କଟରେ ବାଘ ବଂଶ

ଜଙ୍ଗଲ ଭିତରେ ବାଘ ଶୀକାର, ଜଙ୍ଗଲ ବାହାରେ ଛାଲ ଡିଲ୍। ମାତିଛନ୍ତି ଆନ୍ତଃରାଜ୍ୟ ମାଫିଆ, ଓଡ଼ିଶା ମାଟିରେ ଚଳାଇଛନ୍ତି ବାଘ ଚମଡ଼ାର ବେପାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ହାତରେ ଲାଗିଛି ୫ କଲରାପତରିଆ ବାଘ ଛାଲ ସମେତ ଗୋଟିଏ ଲେଖାଏଁ ଜଙ୍ଗଲୀ ଓ ମାଛରଙ୍କା ବିରାଡ଼ି ଚମଡ଼ା। More

କ୍ୟାଣ୍ଡିଡେଟ୍ ନୁହେଁ, ନବୀନଙ୍କୁ ଦେଖି ଭୋଟ୍ ଦେବାକୁ ପାଣ୍ଡିଆନଙ୍କ ଅପିଲ୍

BJD ଲୋକସଭା ପ୍ରାର୍ଥୀଙ୍କ ଏକାକୀ ଜିତିବାର ନାହିଁ କି ଦମ୍ ? More

ନୂଆପଡ଼ାରେ ଏକ୍-ସେ-ବଢ଼କର୍-ଏକ୍ ପ୍ରାର୍ଥୀ; ମୈଦାନରେ ହେବ ଦମଦାର ଫାଇଟ୍

ଜଣେ ୩ ଥରର ବିଧାୟକ ଓ ମନ୍ତ୍ରୀ ଆଉ ଜଣେ ପୂର୍ବତନ ବିଧାୟକ ଓ ଏବେକାର ସାଂସଦଙ୍କ ପୁଅ। ଆଉ ଜଣେ ଖୋଦ୍ ପିସିସି ମଙ୍ଗୁଆଳ। ଏମାନଙ୍କୁ ନେଇ ଏବେଠୁ ସ୍ପଷ୍ଟ ନୂଆପଡ଼ା ବିଧାନସଭା ଆସନରେ ଦମଦାର ଲଢ଼େଇର ଆଭାସ। More