ସଂକ୍ଷେପରେ ଆଜିର ତାଜା ଖବର - Friday, 15 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଥମୁନି ମେଣ୍ଟ ଚର୍ଚ୍ଚା; ବିଜେପି କହିଲା, ଦଳ ଡିଆଁ ଉପରେ ରୋକ୍ ପାଇଁ ବିଜେଡି କରୁଛି ଚକ୍ରାନ୍ତ

ମେଣ୍ଟ ସସପେନ୍ସ ପଛର ସତ କ’ଣ। କିଏ ଓ କାହିଁକି ଏହି ଚର୍ଚ୍ଚାକୁ ଆଗକୁ ବଢଉଛି। ଖାଲି ନେତା ନୁହେଁ ମେଣ୍ଟ ଗୋଲକ ଧନ୍ଦାକୁ ନେଇ ଜନତା ଜନାର୍ଦ୍ଦନ ବି ଦ୍ୱନ୍ଦ୍ୱରେ। More

ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ‘ଚାବି ହଜା’ ରିପୋର୍ଟ ମାଗିଲେ ହାଇକୋର୍ଟ

କୁଆଡ଼େ ଗଲା ରତ୍ନଭଣ୍ଡାର ‘ଚାବି ହଜା’ ରିପୋର୍ଟ ? ତଦନ୍ତ କମିଶନଙ୍କ ରିପୋର୍ଟର ସ୍ଥିତି ଜାଣିବାକୁ ଚାହିଁଲେ ହାଇକୋର୍ଟ ।  More

ସାବଧାନ ! ATM ଭିତରେ କାର୍ଡ ଲାଖି ଯାଉଛି କି ? ହୋଇପାରନ୍ତି ସାଇବର ଠକଙ୍କ ଶିକାର...

ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ ।  More

ଓଡ଼ିଶାରେ କଂଗ୍ରେସର କର୍ଣ୍ଣାଟକ ଓ ତେଲେଙ୍ଗାନା ଫର୍ମୂଲା, ଇସ୍ତାହାରରେ ଦେଲା ୧୦ ଗ୍ୟାରେଣ୍ଟି

ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ କଂଗ୍ରେସରର ୧୦ଟି ଗ୍ୟାରେଣ୍ଟି। ପ୍ରଥମରେ ରହିଛି ବୋନସ୍ ସହିତ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ, କୃଷି ଋଣ ଛାଡ଼ ଓ ଚାଷୀଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ୍। More

ବଡ଼ ଅଘଟଣରୁ ବର୍ତ୍ତିଗଲେ ପ୍ରସନ୍ନ; କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? 

କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? ଇନୋଭା ଡ୍ରାଇଭର ନା ଟ୍ୟାଙ୍କର ଡ୍ରାଇଭରଙ୍କ ଥିଲା ତ୍ରୁଟି ? ତାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ସମ୍ବଲପୁର-କଟକ ୫୫ ନମ୍ବର NHର ସଂପ୍ରସାରଣ କାର୍ଯ୍ୟକୁ ବି ଦାୟୀ କରିଛନ୍ତି ଲୋକେ । More

ପଦ୍ମ ଶିବିରରେ ଅରିନ୍ଦମ...କିଛି ସମୟ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା...

ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ । ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଜେପିରେ ମିଶିଛନ୍ତି ଅରିନ୍ଦମ ରାୟ । More

BJDକୁ ଅରିନ୍ଦମଙ୍କ ବାଏ ବାଏ...କହିଲେ ‘ମୋ କାମକୁ ଦଳରେ ମିଳୁନି ମର୍ଯ୍ୟାଦା’...

ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ । ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ।  More

ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ମନା; ନିୟମ ଉଲ୍ଲଂଘନ କଲେ ୭ ବର୍ଷ ଜେଲ୍

ମହଙ୍ଗା ପଡ଼ିବ ସୋସିଆଲ ମିଡିଆରେ ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ ଓ ସେଲ୍ଫି ପୋଷ୍ଟିଂ କରିବା । ଧରା ପଡ଼ିଲେ ଭୋଗିବାକୁ ପଡ଼ିବ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ।  More

‘କଂଗ୍ରେସ ଜିତିଲେ ୫୦୦ ଟଙ୍କାରେ ଗ୍ୟାସ, ଧାନ କ୍ୱିଣ୍ଟାଲ ୩୦୦୦’

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଘୋଷଣା କରିଛି ଦଳ । More

BJDରେ ୧୦୦୦ ଆଶାୟୀ ! ପ୍ରଣବଙ୍କ କଥାକୁ କାଉଣ୍ଟର କଲେ ପ୍ରଶାନ୍ତ

ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ । More

ରାଜଧାନୀରେ ଜର୍ଜିଲେ ୩୦ ଜିଲ୍ଲାର ସବୁ ସମିତିସଭ୍ୟ

ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ ସମିତିସଭ୍ୟ ବା ସଭ୍ୟାଙ୍କର ସ୍ବାକ୍ଷର ରଖିବାକୁ ସେମାନେ ଦାବି କରିଛନ୍ତି। More

ପୁଣି ହାଇକୋର୍ଟରେ ଉଠିଲା ବ୍ଲାକ୍‌ରୋଜ ବୁଡ଼ି ଘଟଣା

ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ। More

ବର୍ଷା ପରେ ପୁଣି ତାତିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। More

Panchang Today 15th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ଶୁକ୍ରବାର। ଚନ୍ଦ୍ର- ବୃଷ ଅହୋରାତ୍ର, ତିଥି- ୬ଷ୍ଠୀ ରାତ୍ରି ୧୦.୦୯ ଗତେ ୭ମୀ ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତବାର- ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୦୮ ପର୍ଯ୍ୟନ୍ତ, ରାତ୍ରି ୧୦.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ More

ଗ୍ୟାସ୍‌ ଟ୍ୟାଙ୍କରକୁ ଧକ୍କା ଦେଲା ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍, ଚୁରମାର ହୋଇଗଲା

ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। More

ଓଡ଼ିଶା ନା ଆନ୍ଧ୍ର, କାହାକୁ 'କୋଟିଆ' ଭୋଟ୍ ? ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି...

କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ? ଲୋକସଭା ସହ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ । ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମ  । More

ହଟୁନି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ସସପେନ୍ସ

ଦିଲ୍ଲୀରୁ ଫେରି ଭିନ୍ନ ଭିନ୍ନ ମନ୍ତବ୍ୟରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇଲେ ମନମୋହନ । More

ଶିରି ହରାଇ ଚାଲିଛି ଖୋର୍ଦ୍ଧାର ଐତିହାସିକ ବରୁଣେଇ

୩-୪ ବର୍ଷ ତଳୁ ଆଉ ଝରୁନି ଚିରସ୍ରୋତା ଝରଣା । More

ମଦ ପିଇ ମାତାଲ ହେଉଥିବା ପତ୍ନୀର ପ୍ରାଣ ନେଲା ସ୍ବାମୀ; ୨ ପିଲାଙ୍କୁ ଧରି ଶବ ସହ ରହିଲା ୩ ଦିନ !

ଭୁବନେଶ୍ବର ସାଲିଆସାହି ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ପିଇ ମାତାଲ ହେଉଥିବାରୁ ପତ୍ନୀର ପ୍ରାଣ ନେଲା ସ୍ବାମୀ ! ହତ୍ୟା ପରେ ୨ ପିଲାଙ୍କୁ ଧରି ପତ୍ନୀ ଶବ ସହ ରହିଲା ୩ ଦିନ । More

ଶ୍ରମିକଙ୍କ ପାଇଁ ଖୁସି ଖବର; ବୃଦ୍ଧି ହେଲା ସର୍ବନିମ୍ନ ମଜୁରୀ...

ବଢ଼ିଲା ଶ୍ରମିକଙ୍କ ମଜୁରୀ । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର । ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଇଲେ ସରକାର ।  More