ସଂକ୍ଷେପରେ ଆଜିର ତାଜା ଖବର - Friday, 02 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏଥର କାହା ପ୍ରତିଶ୍ରୁତିକୁ ବିଶ୍ୱାସ କରିବେ ବସ୍ତିବାସିନ୍ଦା ? ବାରମ୍ବାର ଧୋକା ଦେଇଛି ବିଜେଡି..!

ଟାଉନ ପ୍ଲାନିଂର ଅଭାବ ସହ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଛି। ସହରର ପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ ହେଉଥିବା ରିଂ ରୋଡ୍ ଏବେ ଅଧପନ୍ତରିଆ ଭାବେ ପଡ଼ି ରହିଛି। More

କ’ଣ ଏହି ସର୍ଭିକାଲ କ୍ୟାନ୍‌ସର ? କେମିତି ଆକ୍ରାନ୍ତ ହୋଇଥାନ୍ତି ମହିଳା ? ଜାଣନ୍ତୁ...

ମୋଟ କ୍ୟାନସରର ୧୮%ରୁ ଅଧିକ ସର୍ଭିକାଲ କ୍ୟାନସର । ୯ରୁ ୧୪ ବର୍ଷର ଝିଅଙ୍କୁ ଟିକା ଦେବାକୁ କେନ୍ଦ୍ରର ଘୋଷଣା । More

ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଲାଗୁ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଆୟୁଷ୍ମାନ ଭାରତ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଦେଶର ଯେକୌଣସି ସ୍ଥାନରେ ଓଡିଶାବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସମୀର ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି। More

ଥମୁନି ଅର୍ପଣ ରଥ ଚାଉଳ ବିବାଦ; ଭକ୍ତ କହିଲେ ‘ଭଣ୍ଡେଇ ଦେଲେ ରାଜ୍ୟ ସରକାର’

ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଅର୍ପଣ ରଥ ଗାଁ ଗାଁ ବୁଲି ପ୍ରାୟ ୧୨ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ କରିଛି । More

ଆସନ୍ତାକାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ; ସମ୍ବଲପୁର ମାଟିରୁ ଓଡ଼ିଶା ପାଇଁ ଫୁଙ୍କିବେ ୨୪ ନିର୍ବାଚନ ବିଗୁଲ

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ଗୋଟାଏ ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟଟର ଯୋଗେ ଅପରାହ୍ଣ ୧ଟା ୪୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ । More

ହାଇକୋର୍ଟରେ ମାମଲା; ‘ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁ କେନ୍ଦ୍ରୀୟ ହାରରେ ଦରମା’

କେନ୍ଦ୍ରୀୟ ହାରରେ ଦରମା ସହ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଦାବି କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ, ମିଶନ ଶକ୍ତି ସଚିବ, ନୟାଗଡ଼ ଜିଲ୍ଲାପାଳଙ୍କ ସହ ସିଡିପିଓଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । More

ଅବସ୍ଥାକୁ ଦେଖି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ରାଜ୍ୟପାଳ, ଜିଲ୍ଲାପାଳ-ବିଡିଓଙ୍କୁ କଲେ ତାଗିଦ୍

ନୀଳଗିରି ଗସ୍ତରେ ରାଜ୍ୟପାଳ । ମର୍ଦ୍ଦରାଜପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ । More

ବରିଷ୍ଠ ଅଭିନେତା ସାଧୁ ମେହେରଙ୍କ ପରଲୋକ

ସାଧୁ ମେହେରଙ୍କ ପରଲୋକ ନେଇ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି । ସେ ଅନେକ ହିନ୍ଦୀ ଓ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ । More

ଆସନ୍ତାକାଲି ୪ ଶହ କୋଟି ଟଙ୍କା ବ୍ୟୟରେ ଭବ୍ୟ ଭବନ ହେବ ଉଦଘାଟିତ; ଧର୍ମେନ୍ଦ୍ର

ସମ୍ବଲପୁର ରେଳ ଷ୍ଟେସନର ନବୀକରଣର ଶୁଭ ଦିଆଯିବ । NTPCର ଦୁଇଟି ପ୍ରକଳ୍ପର ଲୋକାର୍ପଣ କରାଯିବ । More

କଡ଼ା ସୁରକ୍ଷାରେ ସମ୍ବଲପୁର...ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ମୋଦି । More

ଶାସକ ଦଳକୁ ପ୍ରଦୀପଙ୍କ ଟାର୍ଗେଟ, କହିଲେ ନାରଙ୍ଗୀରେ ରଙ୍ଗାୟିତ ହେବ ପୁରା ଓଡ଼ିଶା

ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା ଦେବାରୁ ବିଡିଓ ଗାଳି ଖାଇଲେ ବୋଲି କହିଛନ୍ତି ପ୍ରଦୀପ । More

ରସୁଣ ଏବେ ଅମୂଲମୂଲ, ରୋଷେଇ ଘରୁ ଗାଏବ...ଦରବୃଦ୍ଧି ପାଇଁ ଖାଉଟି ଫେରାଉଛି ମୁହଁ

ଗ୍ରାହକଙ୍କୁ କନ୍ଦାଉଛି ରସୁଣ । ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ ୪୦୦ ଟଙ୍କା । ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ । More

ସମ୍ୱଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ହେଲିପ୍ୟାଡରୁ କାର୍ଯ୍ୟକ୍ରମସ୍ଥଳ ଯାଏଁ କଡ଼ା ସୁରକ୍ଷା

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁସଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି। More

ସାହେବ ହେବ ତ ଏମିତି...ଯିଏ ଶୁଣୁଛି ବାଃ ବାଃ କରୁଛି

୨ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ସାହେବଙ୍କ ନିବିଡ଼ ଓ ନିଆରା ସଂପର୍କର ଭିନ୍ନ ଏକ କାହାଣୀ । ଗୋଟିଏ କାହାଣୀ ହେଉଛି, ରାଜ୍ୟ ପୋଲିସ ମୁଖ୍ୟାଳୟର, ଅନ୍ୟଟି ରାଜଭବନର । More

ଅସୁରକ୍ଷିତ ରାଜଧାନୀ ଆପାର୍ଟମେଣ୍ଟ; ଲୁଟ୍‌ ପରେ ହେଉଛି ଲୁଟ୍‌, ପୋଲିସକୁ ଚାଲେଞ୍ଜ

ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କରାଜ୍...ଚୋରି କରୁଛନ୍ତି ନନଷ୍ଟପ୍...ବୁଲାଉଛନ୍ତି କଳାକନା, ନା ପୋଲିସକୁ ଖାତିର କରୁଛନ୍ତି ଆଉ ନା ସିସିଟିଭି ପ୍ରତି ପରବାୟ... ଦୁଇ ଦିନ ଭିତରେ ଲଗାତର ତିନି ତିନିଟି ଆପାର୍ଟମେଣ୍ଟରୁ ଚୋରି । More

ବିଜେଡି ଖେଳୁଛି ଭାବାବେଗ ରାଜନୀତି ! ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା

ଭାଷା ସମ୍ମିଳନୀ ପାଇଁ ସରକାର ବିଜ୍ଞାପନ ଛାଇ ଦେଉଛନ୍ତି । ଜୋରଦାର ପ୍ରଚାର ପ୍ରସାର ହେଉଛି । ତେବେ ହଠାତ୍ କାହିଁକି ସରକାରଙ୍କ ଏହି ଭାଷା ପ୍ରୀତି ? ତାକୁ ନେଇ ସରକାରୀ ଦଳକୁ ଶାଣିତ ଆକ୍ରମଣ କରିଛନ୍ତି ବିରୋଧୀ । More

ଚାକିରିର ଶେଷଦିନରେ ମିଳିଲା ଏମିତି ସମ୍ମାନ...ଖୁସିରେ ଗଦ୍ ଗଦ୍ ହୋଇ କାନ୍ଦି ପକାଇଲେ ଝାଡ଼ୁଦାର୍

କଟକ ବିଡ଼ାନାସୀ ପୋଲିସ ହସ୍ପିଟାଲର ଝାଡୁଦାର ଧନୀ ନାୟକଙ୍କୁ ନେଇ ଏବେ ଚର୍ଚ୍ଚା । ଧନୀ ନାୟକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । More

କଂଗ୍ରେସର ପବ୍ଲିସିଟି ଷ୍ଟ୍ରାଟେଜି; ‘ଭୋଟ୍‌ ଫର୍‌ ପଟ୍ଟନାୟକ’

‘ଓଡ଼ିଶା ବଞ୍ଚାଅ ସମାବେଶ’ ମାଧ୍ୟମରେ ମୁଣ୍ଡ ଟେକିଲା କଂଗ୍ରେସ। ଏକ ଦଶନ୍ଧି ପରେ ଦମ ଦେଖାଇଛି ଦଳ। ଚର୍ଚ୍ଚାରେ ‘ଭୋଟ୍‌ ଫର୍‌ ପଟନାୟକ’ ଟି-ସର୍ଟ, କ୍ରେନ୍‌ରେ ନେତାଙ୍କ ଫଟୋ, ରାଜଧାନୀରେ ବ୍ରହ୍ମପୁର ନେତାଙ୍କ ପୋଷ୍ଟର୍‌ ଏବଂ ମହମ୍ମଦ ମୋକିମ୍‌ଙ୍କ ବିଜ୍ଞାପନ। More