ସଂକ୍ଷେପରେ ଆଜିର ତାଜା ଖବର - Saturday, 27 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କମାଲ କରିଦେଲେ ବଣ୍ତାଘାଟିର ଦୁଇ ଭାଇ; କ୍ଷେତରେ ହସୁଛି ନାଲ ଟହଟହ ଷ୍ଟ୍ରବେରୀ

କ୍ଷେତରେ ଲାଗିଛି ଧାଡିକି ଧାଡିି ଷ୍ଟ୍ରବେରୀ ଗଛ। ସବୁଜ ପତ୍ର, ଧଳା ଫୁଲ ସହ ପେନ୍ଥା ପେନ୍ଥା ହୋଇ ଫଳିଛି ଲାଲ୍ ଟହ ଟହ ଷ୍ଟ୍ରବେରୀ। ବାସ୍ନାରେ ମହକି ଯାଉଛି ସାରା ଅଂଚଳ। More

ବୈଜୟନ୍ତ ୟୁପି ଇଲେକ୍ସନ ଇନଚାର୍ଜ; ନିର୍ବାଚନୀ ବୈତରଣୀ ପାର୍‌ ପାଇଁ ପାଗ ଭିଡ଼ିଲା ବିଜେପି

୨୪ ମହାଲଢ଼େଇ ଜିତିବାକୁ ୨୩ ସେନାପତି ନିଯୁକ୍ତ କଲା ବିଜେପି। ୨୩ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ। ୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୩ ରାଜ୍ୟ ପାଇଁ ଇଲେକ୍ସନ ଇନଚାର୍ଜ ଓ କୋ-ଇନଜାର୍ଜ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। More

ପଶ୍ଟିମରୁ ବିଜେଡିକୁ ପୋଛିଦେବ ପଦ୍ମ ! ମୋଦିଙ୍କ ହାୱାରେ ଛାନିଆ ବିଜେଡି

ରାମ ମାହୋଲରେ ଫିକା ପଡ଼ିଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ! ହେଲେ ସମଲେଇ ପ୍ରକଳ୍ପରୁ ଫାଇଦା ପାଇବ ତ ବିଜେଡି ସରକାର ? କାହିଁକି ନା ଆଉ ମାତ୍ର ୬ ଦିନ ପରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। More

SOP ଜାରି କରି ବସି ପଡ଼ିଛି ପରିବହନ ବିଭାଗ; ମଦ୍ୟପ ଚଲାଉଛନ୍ତି ଗାଡ଼ି, ଭିଆଉଛନ୍ତି ଦୁର୍ଘଟଣା

କେବେ ଦୁର୍ଘଟଣା ହାର କମିଛି କହି ଭୁରୁଡ଼ି ମାରୁଛନ୍ତି ତ ଆଉ କେବେ ସଡ଼କ ସୁରକ୍ଷା ନାଁରେ ତୁଚ୍ଛା ଆତ୍ମପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଦୁର୍ଘଟଣା ରୋକିବାକୁ ନୂଆବର୍ଷରୁ କେତେ କ’ଣ ଘୋଷଣା ସହ SOP ଜାରି କରିଦେଲେ । କିନ୍ତୁ, ପଚାରୁଛି କିଏ । More

ହାଇକୋର୍ଟଙ୍କ ନିର୍ଦ୍ଦଶ ଫୁ’, ଚଢ଼ାଦାମରେ ବାଲି କିଣି ହନ୍ତସନ୍ତ ସାଧାରଣ ଜନତା

ରାଜ୍ୟରେ ବାଲିକୁ ନେଇ ବିଚିତ୍ର ସ୍ଥିତି । ଗୋଟିଏ ପଟେ ମେସିନ୍ ଦ୍ୱାରା ବାଲିଉଠାଣ ଉପରେ ହାଇକୋର୍ଟଙ୍କ ରୋକ୍ ଲାଗିଛି, କିନ୍ତୁ ନିର୍ଦ୍ଦେଶ ପାଳନ ପାଇଁ ଥିବା ବ୍ୟବସ୍ଥାର ନିଷ୍କ୍ରିୟତା ପାଇଁ କିଛି ସ୍ଥାନରେ ବେଧଡ଼କ କାରବାର ବି ଚାଲିଛି । More

ତିନି ସପ୍ତାହର ଶିଶୁକନ୍ୟାକୁ ଛାଡ଼ି ବାପାମାଆ ଛୁ..

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଝିଅକୁ ଛାଡ଼ି ପଳାଗଲେ ବାପା। ଫୋନ୍‌ କଲେ ମଧ୍ୟ ଉଠାଉ ନାହାନ୍ତି। କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏନେଇ କମିଶନରେଟ୍‌ ପୋଲିସ୍‌କୁ ଅବଗତ କରାଇଛନ୍ତି। More

କାନ୍ଦବୋବାଳି ପଡ଼ିଲା, କୋକେଇ ଉଠିଲା; କିନ୍ତୁ ମଣିଷ ନଥିଲା..

ଶବ ନାହିଁ କିନ୍ତୁ ଶବ ସତ୍କାର ପାଇଁ ଚାଲିଥିଲା କୋକେଇ ବନ୍ଧା। କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ବେଳେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ। More

ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ

ଜୁଏଲ ନିଜ କାରରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ରେକୁଳା ଛକ ଦୁର୍ଘଟଣାର ଶିକାର ହୋଇଥିଲେ । More

ମାତିଲା ଦନ୍ତାହାତୀ; ନେଲା ୨ଜଣଙ୍କ ଜୀବନ

ମୃତକମାନେ ହେଲେ ସୁରୁବାଲି କିସାନ ଓ ଖଇରି କିସାନ । ଗତ ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା ହାତୀ । More

କମିଲା ତାପମାତ୍ରା; ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ଶୁଖିଲା ପାଗ

ମେଘ ହଟିବା ସହ ପାଗ ଶୁଖିଲା ରହୁଥିବାରୁ ଉତ୍ତର ଓଡ଼ିଶାରେ ତାପମାତ୍ରା କମିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଭଳି ଜିଲ୍ଲାରେ ରାତିର ତାପମାତ୍ରା କମିବ । More

ଆଜି ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ; ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି

ଆଜି ଦିନ ୧୨ଟା ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ପହଞ୍ଚିବେ । ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ଣ ୧୨ଟା ୩୦ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । More

Panchang Today 27th January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୭ ତାରିଖ ଶନିବାର ଚନ୍ଦ୍ର- କର୍କଟ ଦିବା ୦୧.୦୧ ଗତେ ସିଂହ। ତିଥି- ୨ୟା ରାତ୍ରି ୦୩.୩୭ ଗତେ ୩ୟା। More

ପିକନିକ୍ ଯିବା ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଏବଂ ମେଡିକାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। More

କଳାରେ ଉତ୍କର୍ଷତା ଲାଗି ୪ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର

ସାଧନାକୁ ସ୍ୱୀକୃତି, କୃତୀକୁ ସମ୍ମାନ। କଳାକ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପାଇଁ ଏବର୍ଷ ୪ ଓଡ଼ିଆଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର। More

ଓଡ଼ିଆ ପ୍ରଜ୍ଞାପନ ମେଢ଼ ଦେଖି ଅଭିଭୂତ ଫ୍ରାନ୍ସ ରାଷ୍ଟ୍ରପତି; ମନ ଜିଣିଲା ରଘୁରାଜପୁର ହସ୍ତକଳା

ତ୍ରିରଙ୍ଗା ଉଡୁଛି ପଲ୍ଲୀରୁ ଦିଲ୍ଲୀ। କର୍ତ୍ତବ୍ୟପଥରେ ଦେଶ ବଖାଣିଲା ବିକଶିତ ଭାରତର ଅସୀମ ଶକ୍ତି। More

ଭୋଟ୍ ପୂର୍ବରୁ ୩ ଦଳର ଫୋକସରେ ପଶ୍ଚିମ ଓଡ଼ିଶା, ଭୋଟରଙ୍କ ଆସ୍ଥା ଜିତିବାକୁ ଜୋରଦାର କସରତ୍

ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ୨୪ ନିର୍ବାଚନ ପାଇଁ ଭୋଟରଙ୍କୁ ମନେଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିବେ। More

Sports: ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ଫେରିବେ କି ଚେତେଶ୍ୱର ପୂଜାରା

ଚଳିତ ରଣଜୀ ସିଜନ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ଫେରିବେ କି ଏହି ଅଭିଜ୍ଞ ବ୍ୟାଟର୍‌? ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟରେ ପାଇବେ କି ସୁଯୋଗ? More

ଉଲ୍ଲେଖନୀୟ ସେବା,ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

ବିଶିଷ୍ଟ ସେବା ପାଇଁ ଓଡିଶା ପୋଲିସ ଆଧୁନିକୀକରଣର ADGP ସଞ୍ଜୟ କୁମାର, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଆଡ଼ିସନାଲ ଏସପି ରବୀନ୍ଦ୍ର ନାଥ ଶତପଥୀ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି। More