ସଂକ୍ଷେପରେ ଆଜିର ତାଜା ଖବର - Saturday, 06 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟ ବସ୍ ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ

ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଏବେ ସ୍ଥଗିତ ରଖାଯାଇଛି। More

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୂଆ ଫର୍ଦ୍ଦ; ଦଶପଲ୍ଲା ଦେଖିଲା ଟ୍ରେନ୍, ଷ୍ଟେସନ୍‌ର ଉଦଘାଟନ

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ। ଦଶପଲ୍ଲାରୁ ଗଡ଼ିଲା ଟ୍ରେନ୍, ଅର୍ଥାତ ଖୋର୍ଦ୍ଧାପଟୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଯାଏ ରେଳପଥ ପ୍ରସ୍ତୁତ। More

ନୂଆବର୍ଷରେ ନୂଆ କଂଗ୍ରେସ ପ୍ରଭାରୀଙ୍କ ରଣନୀତି, ନେତାଙ୍କୁ ଟାସ୍କ ଦେଲେ ଅଜୟ କୁମାର

ନୂଆ ପ୍ରଭାରୀ, ନୂଆ ଷ୍ଟ୍ରାଟେଜି। ୨୪ ପାଇଁ ଓଡ଼ିଶା କଂଗ୍ରେସକୁ ସଶକ୍ତ କରିବାକୁ ନିଲମ୍ବିତ ନେତାଙ୍କ ଉପରୁ ଉଠିବ ନିଲମ୍ବନ ଆଦେଶ। ନୂଆ ଦାୟିତ୍ୱ ପାଇବା ପରେ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ମନ୍ତ୍ର ଦେଇଛନ୍ତି। More

ମାଇଲେଜ୍ ପଲିଟିକ୍ସରେ ମାତିଛି କି ବିଜେଡି ? ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ସମଲେଇ ମନ୍ଦିର ପ୍ରକଳ୍ପ

ଶ୍ରୀକ୍ଷେତ୍ର ପରେ ପରେ ସମ୍ବଲପୁର। ପୁରୀରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରୁ ସରୁ ମାଆ ସମଲେଇ ମନ୍ଦିର ପ୍ରକଳ୍ପ ଉଦଘାଟନ ପାଇଁ ସରକାରଙ୍କ ସଜବାଜ। More

ହାଇଟେକ୍ ଟ୍ରାଜେଡି: ଦିଲୀପଙ୍କୁ ମୃତ ଘୋଷଣା ପରେ ବଢ଼ିଲା ବିବାଦ, DNA ଟେଷ୍ଟ ଭରସା ଦେଇ ମେଡିକାଲ ଓ ପୋଲିସ ଚୁପ୍

ଆଉ କେତେ ମରିବେ ଜଟଣୀ ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟ ? ଆଉ କେତେଥର ସେ ଉଠିବେ ମରଣ ଶେଯରୁ ? ଆଉ କେତେ ଶବ ଦାହ କରିବେ ଦିଲୀପଙ୍କ ସଂପର୍କୀୟ ? More

ତେଜୁଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଯାତ୍ରୀ ପରିବହନରୁ ଖାଉଟି ସାମଗ୍ରୀ ଯୋଗାଣ ଠପ୍

କେବଳ ଯାତ୍ରୀ ନୁହନ୍ତି, ଗାଡ଼ି ଚାଳକଙ୍କ ଆନ୍ଦୋଳନ ଯୋଗୁ ଆଜି ସକାଳୁ ଭୁବନେଶ୍ୱର, କେନ୍ଦୁଝର ସମେତ ବିଭିନ୍ନ ସ୍ଥାନରେ ଓମଫେଡ୍ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି। More

BJD ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର, ଗୋଡ଼ାଇ ଧରିଲେ ଗାଁ ଲୋକ

ଆହତ ନାବାଳକ ଘର ବିଷମକଟକ, ବେଲକଣା ବନ୍ଧୁ ଘରକୁ ଆସିଥିଲା । ଆହତ ନାବାଳକଙ୍କୁ ମନ୍ତ୍ରୀ ନିଜ ଗାଡ଼ିରେ ନେଇ ଡାକ୍ତରଖାନା ଗଲେ । More

ହାଇଟେକ୍ ଟ୍ରାଜେଡି: ‘DNA ଟେଷ୍ଟ ରିପୋର୍ଟ ଆସିବା ପରେ ହେବ ଶବ ହସ୍ତାନ୍ତର’

DNA ପ୍ରୋଫାଇଲିଂ ପାଇଁ ସାମ୍ପୁଲ ଦିଲ୍ଲୀ ପଠାଯିବ। ଅତିକମ୍‌ରେ ୭ ଦିନ ସମୟ ଲାଗିବ, ରିପୋର୍ଟ ଆସିଲେ ଶବ ଦିଆଯିବ ବୋଲି ADCP କହିଛନ୍ତି । More

‘ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହୋଇନି’: ପ୍ରଶାନ୍ତ ମେଣ୍ଡୁଲି

ଆମେ ବହୁତ ପ୍ରତାରଣାର ଶିକାର ହୋଇଛୁ ବୋଲି ସଂଘର ସଭାପତି କହିଛନ୍ତି । କାଲିର କାର୍ଯ୍ୟପନ୍ଥା କ’ଣ ହେବ, ଆଜି ସଂଧ୍ୟାରେ ନିଷ୍ପତ୍ତି ନେବୁ ବୋଲି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି। More

ଏମିତି ଚାଲିଲେ, କାଲିସୁଦ୍ଧା ସରିଯିବ ତେଲ !

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି । ଏଥିଯୋଗୁ ପେଟ୍ରୋଲ, ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲକ୍ଷିତ ହେଲାଣି । ଏହି ଆନ୍ଦୋଳନ ପ୍ରଭାବରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫% କମିଥିବା ବେଳେ ବଢ଼ିଛି 'ପାନିକ୍ ବାଇଙ୍ଗ’ । More

ଚକା ଜାମ୍ ! ଗଡ଼ୁନି ବସ୍‌, ଯାତ୍ରୀ ହନ୍ତସନ୍ତ...

ଆନ୍ଦୋଳନ ଯୋଗୁଁ ଓମଫେଡ୍ କ୍ଷୀର ଯୋଗାଣ ପ୍ରଭାବିତ । ହିଟ୍ ଆଣ୍ଡ ରନ୍ ପାଇଁ ନୂଆ ଆଇନକୁ ନେଇ ଆନ୍ଦୋଳନ । More

Panchang today 6th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୦୬ ଶନିବାର । ଚନ୍ଦ୍ର- ତୁଳା ଅହୋରାତ୍ର, ତିଥି- ୧୦ମୀ ରାତ୍ରି ୧୨.୪୨ ଗତେ ୧୧ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୨୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ More

‘ମୋ ପୁଅ ଭଲ ହୋଇଆସୁଥିଲା, ତାକୁ ମେଡିକାଲବାଲା ଜାଣିଶୁଣି ମାରିଦେଲେ’

ଦିଲ୍ଲୀପଙ୍କ ମାଆ କହିଛନ୍ତି, ପୁଅ ଜୀବିତ ଥିବା ଶୁଣି ମେଡିକାଲ ଦୌଡ଼ି ପଳାଇ ଆସିଥିଲି । ଗୋଟାଏ ରାତି ଯାଏଁ ପୁଅ ଭଲ ଥିଲା, ମୋ ସହ କଥା ହୋଇଥିଲା । ୨ଟା ରାତିରେ ହଠାତ କହିଲେ ତମ ପୁଅ ଅବସ୍ଥା ସଙ୍କଟାପନ୍ନ । ୩ଟା ରାତିରେ ଆସି କହିଲେ ତମ ପୁଅ ଆଉ ନାହିଁ ବୋଲି । More

ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ; ଦଶପଲ୍ଲାରୁ ଗଡ଼ିବ ଟ୍ରେନ୍‌

ଆଜି ଦିନ ୧୦ଟାରେ ଦଶପଲ୍ଲା ରେଳ ଷ୍ଟେସନ ଉଦଘାଟିତ ହେବା ପରେ, ସେଠାରୁ ୪ଟି ଟ୍ରେନ୍ ଚଳାଚଳ କରିବ । More

ହାଇଟେକ୍ ଦ୍ୱନ୍ଦ୍ୱ: ଚିକିତ୍ସାଧୀନ ଅବସ୍ଥାରେ ଦୀଲିପଙ୍କ ମୃତ୍ୟୁ !

ନିଜକୁ ଦୀଲିପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । More

ବିଳମ୍ବିତ ରାତିରେ ୨ ବସ୍‌ ମୁହାଁମୁହିଁ ଧକ୍କା; ୧ ମୃତ, ୧୦ ଆହତ

ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା ଦିଲଖୁସ ବସ୍ । ସେପଟେ ଆସିକା ଆଡ଼କୁ ଆସୁଥିବା ହ୍ୱାଇଟ ହର୍ସ ନାମକ ଆଉ ଯାତ୍ରୀବାହୀ ବସ ସହ ଏହା ମୁହାଁମୁହିଁ ଧକ୍କା ହୋଇଥିଲା । More

ଓବିସିକୁ CS ଛାଟ; ୧୧ ସୁଦ୍ଧା କାମ ସାର, ୧୪ରୁ ସିକ୍ୟୁରିଟି ଟାଇଟ୍‌

ଫିକ୍ସ ହେଲା ଡେଡଲାଇନ୍ । ଜାନୁଆରୀ ୧୧ ତାରିଖ ଶେଷ କଣ୍ଟ । ସେଇ ଦିନ ସନ୍ଧ୍ୟା ସୁଦ୍ଧା ପୁରୀ ପ୍ରଶାସନକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ଓବିସିସି । More

ରାଉରକେଲାରୁ ପ୍ରସ୍ତୁତ ରାଡାର୍‌; ଓଡ଼ିଶା ଦଖଲ ପାଇଁ ଅଣ୍ଟା ଭିଡ଼ିଲେଣି ରାଜ୍ୟ ସହ କେନ୍ଦ୍ରୀୟ ନେତା

ହିନ୍ଦୀ ହାର୍ଟଲ୍ୟାଣ୍ଡ ଷ୍ଟ୍ରାଟେଜିରେ ଓଡିଶାରେ କ୍ଷମତାକୁ ଆସିବ ବିଜେପି । ନିର୍ବାଚନ ରଣକୌଶଳଠୁ ନେଇ ଗ୍ରାଉଣ୍ଡରେ କାର୍ଯ୍ୟକାରିତା ଯାଏଁ ସବୁ ଦାୟିତ୍ୱ ନେବେ କେନ୍ଦ୍ରୀୟ ନେତା । More

ହାଇଟେକ୍ ଡେଡବଡି ଦ୍ୱନ୍ଦ୍ୱ, ବଞ୍ଚିଛନ୍ତି ଦିଲୀପ-ଜ୍ୟୋତିରଞ୍ଜନ ଗଲେ କୁଆଡ଼େ ?

ସ୍ୱାମୀ ଦିଲୀପଙ୍କ ମୃତ୍ୟୁଖବର ଶୁଣି ଆତ୍ମହତ୍ୟା କରିଥିଲେ ପତ୍ନୀ । ଆହତ ଜ୍ୟୋତି ରଞ୍ଜନଙ୍କୁ ଫେରାଇବାକୁ ପରିବାରର ଦାବି । More

ସ୍ପଷ୍ଟ ହେଉଛି କି ଚିତ୍ର ? ପାଣ୍ଡିଆନଙ୍କ ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅସମ୍ଭବ !

କଟକ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍ । 'ଯିଏ ବଡ଼ ମାର୍ଜିନରେ ଜିତିବ, ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି' । More

ହାଇଟେକ୍‌ ଡେଡ୍‌ବଡି ଦ୍ୱନ୍ଦ୍ୱ: କଥା ଚାପିବାକୁ ୧୦ ଲକ୍ଷ ଯାଚୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ !

ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଡିସିପି । ହାଇଟେକ୍ ଯାଚୁଛି ୧୦ ଲକ୍ଷ ଲାଂଚ କହିଲେ ଜ୍ୟୋତିଙ୍କ ମାମୁ । More