ସଂକ୍ଷେପରେ ଆଜିର ତାଜା ଖବର - Friday, 05 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓବିସିକୁ CS ଛାଟ; ୧୧ ସୁଦ୍ଧା କାମ ସାର, ୧୪ରୁ ସିକ୍ୟୁରିଟି ଟାଇଟ୍‌

ଫିକ୍ସ ହେଲା ଡେଡଲାଇନ୍ । ଜାନୁଆରୀ ୧୧ ତାରିଖ ଶେଷ କଣ୍ଟ । ସେଇ ଦିନ ସନ୍ଧ୍ୟା ସୁଦ୍ଧା ପୁରୀ ପ୍ରଶାସନକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ଓବିସିସି । More

ରାଉରକେଲାରୁ ପ୍ରସ୍ତୁତ ରାଡାର୍‌; ଓଡ଼ିଶା ଦଖଲ ପାଇଁ ଅଣ୍ଟା ଭିଡ଼ିଲେଣି ରାଜ୍ୟ ସହ କେନ୍ଦ୍ରୀୟ ନେତା

ହିନ୍ଦୀ ହାର୍ଟଲ୍ୟାଣ୍ଡ ଷ୍ଟ୍ରାଟେଜିରେ ଓଡିଶାରେ କ୍ଷମତାକୁ ଆସିବ ବିଜେପି । ନିର୍ବାଚନ ରଣକୌଶଳଠୁ ନେଇ ଗ୍ରାଉଣ୍ଡରେ କାର୍ଯ୍ୟକାରିତା ଯାଏଁ ସବୁ ଦାୟିତ୍ୱ ନେବେ କେନ୍ଦ୍ରୀୟ ନେତା । More

ହାଇଟେକ୍ ଡେଡବଡି ଦ୍ୱନ୍ଦ୍ୱ, ବଞ୍ଚିଛନ୍ତି ଦିଲୀପ-ଜ୍ୟୋତିରଞ୍ଜନ ଗଲେ କୁଆଡ଼େ ?

ସ୍ୱାମୀ ଦିଲୀପଙ୍କ ମୃତ୍ୟୁଖବର ଶୁଣି ଆତ୍ମହତ୍ୟା କରିଥିଲେ ପତ୍ନୀ । ଆହତ ଜ୍ୟୋତି ରଞ୍ଜନଙ୍କୁ ଫେରାଇବାକୁ ପରିବାରର ଦାବି । More

ସ୍ପଷ୍ଟ ହେଉଛି କି ଚିତ୍ର ? ପାଣ୍ଡିଆନଙ୍କ ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅସମ୍ଭବ !

କଟକ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍ । 'ଯିଏ ବଡ଼ ମାର୍ଜିନରେ ଜିତିବ, ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି' । More

ହାଇଟେକ୍‌ ଡେଡ୍‌ବଡି ଦ୍ୱନ୍ଦ୍ୱ: କଥା ଚାପିବାକୁ ୧୦ ଲକ୍ଷ ଯାଚୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ !

ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଡିସିପି । ହାଇଟେକ୍ ଯାଚୁଛି ୧୦ ଲକ୍ଷ ଲାଂଚ କହିଲେ ଜ୍ୟୋତିଙ୍କ ମାମୁ । More

Vastu Tips: ଗୃହନିର୍ମାଣରେ ଏହି ଦିଗକୁ କେବେ ବି ବନ୍ଦ କରନ୍ତୁ ନାହିଁ; ଆସିବ ଆର୍ଥିକ ସମସ୍ୟା

ସବୁ ବିଦ୍ୟାର ଏକ ପ୍ରାରମ୍ଭିକ ପ୍ରୟୋଗ ଥାଏ ଆଉ ଏକ ଉଚ୍ଚ ସ୍ତରର ପ୍ରୟୋଗ ବା ସୂକ୍ଷ୍ମ ସ୍ତରର ପ୍ରୟୋଗ ଥାଏ। ଏଣୁ ସମ୍ପୂର୍ଣ୍ଣ ବାସ୍ତୁକୁ ନ ଜାଣି ଗୃହ ନିର୍ମାଣ କରିବା ଆଦୌ ଉଚିତ ନୁହେଁ। କାରଣ ଏହା ଦ୍ୱାରା ଏହି ବାସ୍ତୁ ବିଦ୍ୟାର ପୂର୍ଣ୍ଣ ଶୁଭ ଫଳ ପାଇ ହେବ ନାହିଁ ଏବଂ ଏହା ପ୍ରତି ବିଶ୍ୱାସ ମଧ୍ୟ ରହିବ ନାହିଁ। More

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା; ରାଜ୍ୟରେ ୩.୩୨ କୋଟି ଭୋଟର

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକା ସଂଶୋଧନ କରାଯାଇଛି । ତାଲିକାରେ ରହିଛନ୍ତି ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର । More

ପରିବାର ଲୋକେ ଚିହ୍ନି ପାରିଲେନି, ଆମର କଣ ଭୁଲ- ହାଇଟେକ

ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ ନେଇ ତୁମ୍ବିତୋଫାନ ପରେ ନିଜ ଦୋଷ ଛାଡିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । More

'ଆମକୁ ଆମ ପୁଅ ଦିଅ .. କୁଆଡ଼େ ଗଲା ଆମ ପୁଅ ..'

ହାଇଟେକ୍ ବିସ୍ଫୋରଣ ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା । ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ଜ୍ୟୋତି ମଲ୍ଲିକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି । More

ବିତି ଗଲାଣି ୧୫ ଦିନ, ତଥାପି ପୋଲିସ ହାତ ଖାଲି; ପ୍ରତିବାଦରେ ରାୟଗଡ଼ା ବନ୍ଦ

ମା ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା । More

ଶେଷ ହେଲା ଜାତୀୟ ସିନିୟର୍ ଜିମ୍ନାଷ୍ଟିକ ଚାମ୍ପିୟନସିପ୍, ଚମତ୍କାର ପ୍ରଦର୍ଶନ କଲା ଓଡ଼ିଶା

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି ୩ ଦିନିଆ ଜାତୀୟ ସିନିୟର ଜିମ୍ନାଷ୍ଟିକ ଚମ୍ପିୟାନସିପ୍ । ପୁରୁଷ ବର୍ଗରେ ଓଡ଼ିଶାର ରାକେଶ ପାତ୍ର ଏବଂ ମହିଳା ବର୍ଗରେ ଅଲିମ୍ପିୟାନ ଦୀପା କର୍ମାକର ଅଲରାଉଣ୍ଡ ଚାମ୍ପିୟାନ ହୋଇଛନ୍ତି । More

Panchang today 5th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୫ ଶୁକ୍ରବାର । ଚନ୍ଦ୍ର- କନ୍ୟା ପ୍ରାତଃ ୦୬.୪୫ ଗତେ ତୁଳା । ତିଥି- ୯ମୀ ରାତ୍ରି ୧୧.୪୬ ଗତେ ୧୦ମୀ । ଜାଣନ୍ତୁ ଆଜି କେଉଁ ସମୟ ରହିଛି ଆପଣଙ୍କ ପାଇଁ ଶୁଭ... More

କାରରେ ଆସିଲେ, ଉଠାଇନେଲେ ! ଚନ୍ଦକା ଅଞ୍ଚଳରୁ ଯୁବକଙ୍କୁ ଅପହରଣ

ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଜାରି ରଖିଛି।  More

ସରିଲା ପକ୍ଷୀ ଗଣନା; ଏଥର ୧୮୭ ପ୍ରଜାତିର ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ

୧୦ ବର୍ଷ ପରେ ଏଥର ପାଲାସ ଫିସ୍ ଇଗଲ ପକ୍ଷୀ ଚିଲିକାରେ ଦେଖାଦେଇଛି। More

OCAରେ ପୁଣି ବୟସ ଜାଲିଆତି ! ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ

ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ସ୍ଥାନ ମିଳିଛି । ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି । More

ପୁଣି ଟିଟ୍‌ଫଣ୍ଡ ପ୍ରସଙ୍ଗ ! କ୍ଷମତାକୁ ଆସିଲେ ୨୪ ଘଣ୍ଟାରେ ଫେରାଇବୁ ଟଙ୍କା କହିଲା ବିଜେପି

କଂଗ୍ରେସର ବି ଦେଲା ସମାନ ପ୍ରତିଶ୍ରୁତି । ଆନ୍ଦୋଳନ ଚେତାବନୀ ଦେଲା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ । More

କେନ୍ଦ୍ରର ବିକାଶ ପଥରେ କିଏ ସାଜୁଛି କଣ୍ଟା ? ଭାରତ ସଂକଳ୍ପ ରଥକୁ ବିଜେଡିର ବିରୋଧ !

ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ । ବିକଶିତ ଭାରତ ସଂକଳ୍ପ ରଥକୁ ଅସହଯୋଗକୁ ନେଇ ରାଜନୀତି । More