ସଂକ୍ଷେପରେ ଆଜିର ତାଜା ଖବର - Thursday, 14 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚାଲିଥିଲା ଲକ୍ଷ୍ମୀ ବସ ଶୁଭାରମ୍ଭ କାର୍ଯ୍ୟକ୍ରମ; ନବୀନ ଜିନ୍ଦାବାଦ ନାରା ଶୁଣି ରାଗିଗଲେ ତାରା

ସଭାରେ ନବୀନ ଜିନ୍ଦାବାଦ ବୋଲି ନାରା ଦେବା ପରେ ବିଧାୟକ ତାରାପ୍ରସାଦ ବାହିନୀପତି ଚିହିଁକି ଉଠିଥିଲେ । କାର୍ଯ୍ୟକ୍ରମରେ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସଚିବ ଉଷା ପାଢୀ, ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲାପାଳ ଉପସ୍ଥିତ ଥିଲେ । More

ବିଲ୍ୟୁଙ୍କୁ ବାଟବଣା କଲା ଗୁଗୁଲ୍‌ ମ୍ୟାପ୍‌; କୋଲକାତା ବଦଳରେ ପହଞ୍ଚିଲେ ସୋରରେ

ବିଦେଶୀ ପର୍ଯ୍ୟଟକଙ୍କୁ ବାଟ ହୁଡ଼ାଇ ଦେଲା ଗୁଗୁଲ୍ ମ୍ୟାପ୍ । କେଉଁଠୁ ଆଣି କେଉଁଠୁ ପହଞ୍ଚାଇଦେଇଥିଲା ଏହି ଯୁବକଙ୍କୁ ବିଶ୍ୱର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ମ୍ୟାପରୁ ଠିକଣା ପାଇ ଯୁବକଙ୍କ ମୁଣ୍ଡଗୋଲ୍ । More

ଉଦ୍ଧାର ପରେ ଶିଶୁକନ୍ୟାର ଅବସ୍ଥା ସଙ୍କଟାପନ୍ନ; ଗୁରୁତ୍ୱପୂର୍ଣ୍ଣ ଆଗାମୀ ୩ଦିନ

ଜୀବନ ସହ ସଂଘର୍ଷ କରୁଥିବା କଅଁଳା ଶିଶୁର କୁଆଁ କୁଆଁ କାନ୍ଦ । ଜୀବନ ସଂଘର୍ଷର ଯନ୍ତ୍ରଣାସିକ୍ତ ଆକୁଳ ଚିତ୍କାର । SNCU ବେଡ୍‌ର ନୀଳ ଆଲୋକ ତଳେ, ଆୟୁଷର ପଣତ ଅଣ୍ଡାଳୁଛି ନିଷ୍ପାପ ଜୀବନ । More

‘୨୪ ରେ ବାଜି ମାରିବ ବିଜେପି, ୮ ନୁହେଁ ୧୫ ଲୋକସଭା ଦଖଲ କରିବୁ’

ରାଜ୍ୟରେ ବିଜେପି ଦଖଲ କରିବ ୧୫ MP ସିଟ୍ ! ହାସଲ କରିବ ୪୫ ପ୍ରତିଶତ ଭୋଟ୍ ! ଜାତୀୟ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । More

ବୋରୱେଲ୍ ପାଇଁ ବ୍ୟାଙ୍କ୍ ଆଗରେ ଅସମ୍ଭାଳ ଭିଡ଼, ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଆବେଦନ ନିୟମକୁ ନେଇ ଚାଷୀ କ୍ଷୁବ୍ଧ

ଗଭୀର ନଳକୂପ ଯୋଜନାରେ ଆବେଦନ ପାଇଁ ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ। ଡିସେମ୍ବର ୧୬ ଶେଷ ତାରିଖ ହୋଇଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଥିବା ୟୁନିଅନ ବ୍ୟାଙ୍କରେ ଦେଖିବାକୁ ମିଳୁଛି ଚାଷୀଙ୍କ ଏଭଳି ଗହଳି। More

‘ଜବତ ୩୫୦ କୋଟି ମଦ ବେପାରୀ ଟଙ୍କା ନା ବିଜେଡି ପାଣ୍ଠି’

ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା ବୋଲି ମନମୋହନ ଅଭିଯୋଗ କରିଛନ୍ତି । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ମନମୋହନ । ଏଥିସହ ଜବତ ୩୫୦ କୋଟି ଟଙ୍କା କାହାର ବୋଲି ସେ ପ୍ରଶ୍ନ କରିଛନ୍ତି । More

ଗାଁରେ ବୁଲୁଛି ବାଘ ! ଭୟରେ ଲୋକେ ତାଟି କବାଟ ବୁଜି ଘରେ ବସିଛନ୍ତି...

ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି। More

ଏଇ ମାସରେ ରକ୍ଷା ନାହିଁ ! ମଦ ପିଇ ଗାଡ଼ି ଚଲାଇଲେ, ମୋବାଇଲ ଧରିଲେ ଧରା ହେବେ...

ଡିସେମ୍ବର ମାସ ଯାକ ମଦ୍ୟପାନ କରି ଗାଡି ଚାଳନା, ହେଲମେଟ ବିହୀନ ଗାଡ଼ି ଚାଳନା, ଅତ୍ୟଧିକ ବେଗରେ ଗାଡ଼ି ଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର, ରଙ୍ଗସାଇଡ ଗାଡ଼ି ଚାଳନା ଓ ମାଲବାହୀ ଯାନରେ ଓଭରଲୋଡିଂ ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ କର । More

ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି, ଓଡ଼ିଶାରେ ମୋଦିଙ୍କୁ ୮୦ ପ୍ରତିଶତ ଲୋକ ଗ୍ରହଣ କରନ୍ତି

ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଉଥିବା ଧର୍ମେନ୍ଦ୍ର କହିଛନ୍ତି। More

କୁନି ବୟସରେ ବଡ଼ ଦାୟିତ୍ୱ ! ଦୁଇ ଭାଇ ଭଉଣୀଙ୍କୁ ଚଳାଉଛି ସହଦେବ...

ନିଜ ପାଇଁ ସଂଘର୍ଷ କରୁଥିବା ସହଦେବଙ୍କ ପରିବାର ଏବେ ମଧ୍ୟ ସରକାରୀ ସହାୟତା ଅପେକ୍ଷାରେ । ଆବାସ ଯୋଜନାରେ ଖଣ୍ଡେ ଘର ଓ ଆଉ ଦୁଇ ଜଣଙ୍କୁ ମାସିକ ରାସନ୍ ଯୋଗାଇ ଦେଲେ ତାଙ୍କର ଦୁଃଖ କେତେକାଂଶରେ ଲାଘବ ହୋଇପାରନ୍ତା । More

ଲଢୁଆ କୁକୁଡା ! ହାଇଟ୍ ଯେମିତି, ଫାଇଟ୍ ବି ସେମିତି...

ଗଣପତିଙ୍କ ପାଖରେ ବର୍ତ୍ତମାନ ୫୦ଟି କୁକୁଡା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଟି ଲଢୁଆ କୁକୁଡା ରହିଛନ୍ତି । ଟାଇଗରକୁ କିଣିବା ପାଇଁ ଏବଂ ତାକୁ ଦେଖିବାକୁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଥିବା ଦେଖିବାକୁ ମିଳିଛି । More

Panchang Today 14th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର । More

 କମୁଛି ରାତିର ତାପମାତ୍ରା : ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼….

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା...ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ... ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁ କମିଲା ଭିଜିବିଲିଟି ... More

ରାଜଧାନୀ ଦଲାଲଙ୍କ ନଜରରେ ସରକାରୀ ଜମି; ଟିକେ ସୁବିଧା ପାଇଲେ କରୁଛନ୍ତି ଜବରଦଖଲ

ବିପଦରେ ସରକାରୀ ଜମି । ଜମି ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି । ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ବିକୁଛନ୍ତି ଦଲାଲ । ଦଲାଲଙ୍କ ହାତରେ ଫସୁଛନ୍ତି ନିରିହ ଲୋକ । ଭୁବନେଶ୍ୱର ଶାମପୁର ଅଞ୍ଚଳରେ କାହାକୁ ହଜାର ତ କାହାକୁ ଲକ୍ଷେରେ ବିକ୍ରି ହୋଇଛି ସରକାରୀ ପ୍ଲଟ । More

ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି, IT ରେଡ୍‌ ପରେ ସିଏମ୍‌ କାହିଁକି ଚୁପ୍‌ ବୋଲି କଲା ପ୍ରଶ୍ନ

ଏହାସହ ମେକ୍ ଇନ୍ ଓଡ଼ିଶାରେ ୨୦୧୮ରେ ଡିଷ୍ଟ୍ରିଲାରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା ଆଉ ତାକୁ ଅଗଷ୍ଟ ୨୦୧୯ ସୁଧା ସମସ୍ତ ପ୍ରକାର କ୍ଲିୟରାନ୍ସ ଦେଇ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟ ପ୍ରକଳ୍ପ ଅପେକ୍ଷା ଏହି ପ୍ରକଳ୍ପରେ କାହିଁକି ଏତେ ଦ୍ରୁତ ପଦକ୍ଷେପ ବୋଲି ପ୍ରଶ୍ନ କରିଛି ଦଳ। More

ଦକ୍ଷିଣ ଓଡ଼ିଶାରେ ବି ମେଲିଛି ଦେଶୀ ମଦର କାୟା, ଗଞ୍ଜାମ ଜିଲ୍ଲା ପାଲଟିଛି ପେଣ୍ଠସ୍ଥଳୀ

ଗଞ୍ଜାମରେ ବ୍ରହ୍ମପୁର ଓ ଛତ୍ରପୁର ଭଳି ଦୁଇଟି ଅବକାରୀ ଜିଲ୍ଲା ରହିଛି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୨୫ଟି ଦେଶୀ ମଦଭାଟି ଥିବା ବେଳେ ଛତ୍ରପୁର ଅବକାରୀ ଜିଲ୍ଲାରେ ଚାଲିଛି ୪୭ଟି ଭାଟି। More

ଚର୍ଚ୍ଚାରେ ବୋରୱେଲରୁ ଉଦ୍ଧାର ନବଜାତ; କିଏ କହୁଛି ବିଜୁଳି କନ୍ୟା, ତ କିଏ କହୁଛି ଭାଗ୍ୟବତୀ

କିଏ ସେହି ରାକ୍ଷସୀ ଯିଏ ଏତେଦିନ ଗର୍ଭଧାରଣ କରି ଜନ୍ମ ପରେ ଏତେ ଦଶାକଲା ପିଲାଟିକୁ ? କିଏ ସେହି ନୃଶଂସ ପୁରୁଷ, ଯିଏ ସୁଖ ଓ କାମନାରେ ଅନ୍ଧ ସାଜି ବାପ ବନିବା ପରେ ଆଜି ସେହି ରକ୍ତ ମାଂସର ପିଣ୍ଡୁଳାକୁ ଫିଙ୍ଗିଦେଇଥିଲା ଅନ୍ଧାରୀ ଗାତ ଭିତରେ ? ଆଜି ସବୁରି ମୁହଁରେ ସେହି ଗୋଟିଏ ପ୍ରଶ୍ନ । More

ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା

ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା More