ସଂକ୍ଷେପରେ ଆଜିର ତାଜା ଖବର - Saturday, 30 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାଠିଯାତ୍ରା: ବର୍ଷକୁ ଥରେ ଖୋଲେ ମା' ଜାଗୁଳାଇଙ୍କ ମୁହଁ

ବର୍ଷକୁ ଥରେ ଖୋଲେ ମା’ ଜାଗୁଳାଇଙ୍କ ମୁହଁ । କାହିଁ କେଉଁ କାଳରୁ ପୁରୀ ଜିଲ୍ଲା ସତ୍ୟବାଦୀ ଅଳଗୁମ ଗ୍ରାମରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ କାଠିଯାତ୍ରା । More

ଶାଢ଼ି ସୋ’ ରୁମ୍ ଅଗ୍ନିକାଣ୍ଡ, ସାମ୍ନାକୁ ଆସିଲା ସତ; ନଥିଲା କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା !

ଦଶହରା ଓ ଦୀପାବଳି ପାଇଁ ସୋ’ ରୁମରେ ଲକ୍ଷ ଲକ୍ଷ ଟଙ୍କାର ମାଲ୍ ରଖିଥିଲେ ମାଲିକ । ସୋ’ ରୁମର ପ୍ରଥମ ଓ ଦ୍ୱିତୀୟ ମହଲାରେ ଶାଢ଼ି ଓ ଡ୍ରେସ୍ ମ୍ୟାଟେରିଆଲ ଥିବାବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ତେବେ ଆଖିପିଛୁଳାକେ ସବୁକିଛି ପାଉଁଶ ଗଦାରେ ପରିଣତ ହେବା ପରେ, ମୁଣ୍ଡରେ ହାତ ଦେଇଛନ୍ତି ବ୍ୟବସାୟୀ । More

ଡାଲି କଲାଣି ପକେଟ୍ ଖାଲି; ୬ ମାସରେ ବଢ଼ିଲାଣି ୭୦ ଟଙ୍କା

ହୁ ହୁ ହୋଇ ବଢ଼ୁଛି ଦର । ୬ ମାସ ତଳେ ଯେଉଁ ହରଡ଼ ଡାଲି ୧୧୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ୧୫୫ରୁ ୧୭୫ ଟଙ୍କା ଛୁଇଁଲାଣି । More

ମୁହଁ ଖୋଲିବାରୁ ଚାକିରି ଗୋଲ୍ ! ଦେହରେ ଗଲାନି ପାଣ୍ତିଆନ୍‌ ବିରୋଧୀ ଭାଷା !

ସରକାର ତ ସରକାର ପୁଣି ଜଣେ ମହିଳା ବ୍ୟାଙ୍କ ମିତ୍ରଙ୍କ ମୁହଁରେ ପାଣ୍ଡିଆନ୍ ବିରୋଧୀ ଭାଷା ! ହଜମ ହେଲାନି, ଦେହରେ ଗଲାନି ! ସେଇଥିପାଇଁ ହେଲା କି ଚାକିରି ଖାଇବାର ବ୍ୟବସ୍ଥା ? More

ପ୍ରବଳ ଚାପରେ ସରକାରଙ୍କ ୟୁଟର୍ଣ୍ଣ; ‘ମେଣ୍ଟାଲ ଡିଜ୍ ଅର୍ଡର’ ମନ୍ତବ୍ୟକୁ ଗୃହରୁ ବାଦ୍ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି । ଆଉ ଏହାରି ଭିତରେ ଜୟନାରାୟଣ ସାଂଘାତିକ ଅଭିଯୋଗ, ନା ଗୃହରେ ନା ଗୃହ ବାହାରେ ସେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି । ତାଙ୍କର ଯଦି କିଛି ହୋଇଯାଏ, ମୁଖ୍ୟମନ୍ତ୍ରୀ ଦାୟୀ ରହିବେ । More

ବିରୋଧୀ ଦଳ ନେତାଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ବାଦ୍‌, ’ମେଣ୍ଟାଲ ହେଲ୍‌ଥ ଡିଜ୍‌ଅର୍ଡର’ ଶବ୍ଦ ବିଧାନସଭା ବିବରଣୀରୁ ବାଦ୍‌

ବିରୋଧୀ ଦଳ ନେତାଙ୍କ ପ୍ରତି ବିଜେଡି ବିଧାୟକ ଅରୁଣ ସାହୁ ଏହି ମନ୍ତବ୍ୟ ଦେଇଥିଲେ। ଅରୁଣ ସାହୁଙ୍କ ଏହି ମନ୍ତବ୍ୟ ପରେ ଗୃହ କମ୍ପିଥିଲା। ଏହା ସହ ଏହି ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦେବାକୁ ଦାବି ହୋଇଥିଲା। More

ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି

ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ହୋଇଛି। More

ବାପାଙ୍କ ଜମିରେ ଠିଆ ହୋଇଛି ସରକାରୀ ସ୍କୁଲ, ଭୂମିହୀନ ହୋଇ ଅନ୍ୟଜଣଙ୍କ ଚାଷ ଜମିରେ ରହୁଛି ପୁଅ

ମଣ୍ଡାକିଆରେ ତାଙ୍କ ବାପାଙ୍କ ଜମିରେ ସ୍କୁଲ ତିଆରି ହୋଇଛି । ସରକାରୀ ନଥିପତ୍ରରେ ବାପା ଜୟଦେବ ନାୟକଙ୍କ ନାଁ ରହିଛି । ତା’ର ଖଜଣା ନିଜେ ଦେଉଛନ୍ତି ରବୀନ୍ଦ୍ର । କିନ୍ତୁ ନିଜେ ଅସହାୟ ଭାବେ ରହୁଛନ୍ତି । More

‘ମୋତେ କେଉଁ ରୋଗ ହୋଇଛି, କି ଚିକିତ୍ସା ହେଉଛି ସରକାର ଜାଣିଛନ୍ତି’

ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମାନସିକ ବିକୃତ କହିବା ଘଟଣାରେ ସେ ମାନହାନୀ ମୋକଦ୍ଦମା ରୁଜୁ କରିପାରନ୍ତି। ଏନେଇ ଓଟିଭି ଖୋଲାକଥାରେ ସେ ସୂଚନା ଦେଇଛନ୍ତି। More

ରାଜଧାନୀ ରାସ୍ତାରେ ଛାତିଥରା ଘଟଣା : ହିଟ୍‌ ଆଣ୍ଡ ରନରେ ଶ୍ରମିକ ମୃତ

ରାତିର ଘନ ଅନ୍ଧକାରରେ ମାଡ଼ି ଆସିଲା ନାଲି ଗାଡ଼ି...ଶୋଇଥିବା ସମୟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା.. More

ଆଜିଠୁ ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଉତ୍ତର ଓଡ଼ିଶାର ଜିଲ୍ଲା  ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି।  More

ସୁନୀଲ ନାହାକ ହତ୍ୟା ଘଟଣା: ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ଥାନାରେ ଏତଲା

ସୁନୀଲ ନାହାକ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ବର୍ତ୍ତମାନ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ସମେତ ୪ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି । ଅନ୍ୟପକ୍ଷରେ ଏହି ଅଭିଯୋଗ ନେଇ ଦୈତାରୀ ବେହେରାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। More

'ବିରୋଧୀ ବିରୋଧ କରିବେ, କିନ୍ତୁ ସରକାର ଗୃହ ଚଳାଇବା କଥା': ନରସିଂହ ମିଶ୍ର

ବିରୋଧୀ ବିରୋଧ କରିବେ କିନ୍ତୁ ସରକାର ଗୃହ ଚଳାଇବା କଥା । ଗୃହ ନ ଚାଲିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଗୃହ ବନ୍ଦ ହେବାରୁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି । ସରକାର ଭୟଭୀତ ହୋଇ ରହିଛନ୍ତି। More

ସରକାରଙ୍କ ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ କର୍ମଚାରୀ

ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ ବିରୋଧରେ ପରିବହନ ବିଭାଗର ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ବାଇକ୍‌ ସର୍ଭିସ କର୍ମଚାରୀ। ସରକାର ସ୍ୱଳ୍ପ ବେତନ ପାଉଥିବା ବାଇକରଙ୍କ ପ୍ରତି କଠୋର ହୋଇଥିବା ଅଭିଯୋଗ କରିଛନ୍ତି। More

ବିଧାନସଭା ନ ଚାଲିବା ପାଇଁ ଚକ୍ରାନ୍ତ କରୁଛି ଶାସକ ଦଳ: ଜୟନାରାୟଣ ମିଶ୍ର

ନିଜକୁ ଅସୁରକ୍ଷିତ ବୋଲି କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା କହିଲେ । ଆଜି ମୋର ସମ୍ବଲପୁର ଘର ଆଗରେ ବିକ୍ଷୋଭ କରାଯାଉଛି । More

ସରକାରଙ୍କ ବିରୋଧରେ ମୁହଁ ଖୋଲିବାରୁ ଚାକିରି ଗଲା ! 

ସରକାରଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାରୁ ଚାକିରି ଗଲା ! ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି। More

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ଓ ନରେନ୍ଦ୍ର ପୁଷ୍କରଣୀରେ ଚାଲିଛି ତିଳତର୍ପଣ

ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ତିଳ ତର୍ପଣ ଓ ତିଥି ଅନୁଯାୟୀ ପିଣ୍ଡଦାନ କରାଯାଇଥାଏ। More

Panchang Today 30th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତ ଚନ୍ଦ୍ର -ଧନୁ ରାଶିର , ରାତ୍ରି ୦୯.୦୯ ଗତେ ମେଷ ରାଶି। ଘାତ ବାର- ବୃଷ, ସିଂହ ଓ କନ୍ୟା । More

କାବେରୀ ଜଳ ବଣ୍ଟନକୁ ନେଇ କାହିଁକି ହେଉଛି ବିବାଦ ? କ’ଣ ରହିଛି କାରଣ

ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ.. କଣ ରହିଛି ରାଜନୈତିକ ଓ ନ୍ୟାୟିକ ବିକଳ୍ପ More

ରାଜଧାନୀରେ ମାତିଛନ୍ତି ଜମି ଦଲାଲ ! ଖୋଲା ପଡିଥିବା ଜମିକୁ କରୁଛନ୍ତି ଟାର୍ଗେଟ୍ 

ଜାଲ କାଗଜପତ୍ରରେ ବିକ୍ରି କରୁଥିବା ଅଭିଯୋଗ । ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ । More

ପୂର୍ବତନ ମେୟରଙ୍କ କାର୍‌କୁ ବୋମାମାଡ଼, ଅଳ୍ପକେ ବଞ୍ଚିଲା ଜୀବନ

ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ବୋମାମାଡ଼ ହୋଇଥିବା ସୂଚନା More

ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ

ଆସନ୍ତା ୪ରେ ଅବସର ଗ୍ରହଣ କରିବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର। ଜଷ୍ଟିସ୍ ତାଳପତ୍ରଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। More

ପାବର୍ଣ ଋତୁରେ ଛାତିଥରା ଡିଜେକୁ ନେଇ ଉଦବେଗ୍, ହୋଇପାରେ ହାର୍ଟ ଆଟାକ୍ କିମ୍ବା ବ୍ରେନ୍ ଷ୍ଟ୍ରୋକ୍

ଜଣେ ସାଧାରଣ ବ୍ୟକ୍ତି ପାଇଁ ୮୫ ଡେସିବଲରୁ ଅଧିକ ତୀବ୍ରତାର ଶବ୍ଦ କ୍ଷତିକାରକ ହେଉଥିବା ବେଳେ, ଡିଜେ ସାଉଣ୍ଡର ମାତ୍ରା ୧୦୦ରୁ ୧୨୦ ଡେସିବଲ । ଏତେ ତୀବ୍ର ଶବ୍ଦରେ କାନ ପରଦା ଫାଟିଯିବାର ଆଶଙ୍କା ରହିଛି। କାନର ସ୍ନାୟୁ ବା ନର୍ଭ୍ ମସ୍ତିଷ୍କ ଓ ହୃତପିଣ୍ଡ ସହ ସଂଯୁକ୍ତ ହୋଇଥିବାରୁ, ଏହା ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ବି ଆଣିପାରେ। More

ଗଞ୍ଜାମରେ ଉପୁଜିବନି ତ ପଶ୍ଚିମବଙ୍ଗ ସ୍ଥିତି ? ମାସେ ଭିତରେ ଗଡ଼ିଲାଣି ତିନି ତିନିଟି ମୁଣ୍ଡ

୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରେ ଇଏ ଦ୍ବିତୀୟ ପଲିଟିକାଲ୍ ମର୍ଡର। ଗତରାତିରେ କୋଦଳା ଥାନା ଦାନପୁର ଗାଁ ମଝିରେ ବି ହୋଇଥିଲା ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ସେଠାକୁ ଗଣେଶ ଭସାଣ ଭୋଜି ଖାଇବାକୁ ଯାଇଥିବା ବେଳେ, ଆସ୍କା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୁର ସୁନୀଲ ନାହାକଙ୍କୁ ପଥର କିମ୍ବା ଶାବଳରେ ଛେଚି ହତ୍ୟା କରିଥିଲେ ଦୁର୍ବୃତ୍ତ। More

ପାର୍ବଣ ଭିଡ଼ ଆଗରୁ କଟକରେ ଭୟଙ୍କର ଅଗ୍ନିକାଣ୍ଡ, ନାକେଦମ କଲା ଚୌଧୁରୀ ବଜାରର ନିଆଁ

ଆଗକୁ ପାର୍ବଣ ପାଇଁ ସୋରୁମରେ ଭରା ମାଲ ରଖିଥିଲେ ମାଲିକ। ସୋ ରୁମର ପ୍ରଥମ ଓ ଦ୍ବିତୀୟ ମହଲାରେ ଶାଢୀ ଓ ଡ୍ରେସ୍ ମ୍ୟାଟେରିଆଲ ଥିବା ବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ଆଉ ଏପଟେ ବିଜୁଳି ବେଗରେ ନିଆଁ ଲାଗିବାରୁ ସାମଗ୍ରୀ ଉଦ୍ଧାର କରିବାକୁ ଉପାୟ ନଥିଲା। More

ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ରାୟ, ଖୁବ୍‌ଶୀଘ୍ର ଗଠନ ହୋଇପାରେ ଉଚ୍ଚସ୍ତରୀୟ କମିଟି

ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ଓ ଅଳଙ୍କାର ସୁରକ୍ଷା ନେଇ ଏଏସଆଇ ଓ ଶ୍ରୀମନ୍ଦିର ସେବାୟତ ଏବଂ ଭକ୍ତ ସମସ୍ତେ ଚିନ୍ତା ପ୍ରକଟ କରିଆସୁଛନ୍ତି। ୨୦୧୮ ଏପ୍ରିଲ ମାସରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ୧୭ ଜଣିଆ ହାଇଲେବଲ୍ ଟିମ୍ ଯାଇ ଭିତର ଭଣ୍ଡାର ଚାବି ନଥିବାରୁ ବାହାର ଭଣ୍ଡାରରୁ ଉପରଠାଉରିଆ ଅନୁଧ୍ୟାନ ସାରି ଫେରି ଆସିଥିଲା। More