ସଂକ୍ଷେପରେ ଆଜିର ତାଜା ଖବର - Monday, 04 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସୂର୍ଯ୍ୟ ପାତ୍ରଙ୍କୁ ମିଳିଲାନି କି ଉପଯୁକ୍ତ ସମ୍ମାନ ? କାହିଁକି ଶଙ୍ଖଭବନକୁ ନିଆଗଲାନି ପାର୍ଥିବ ଶରୀର ?

ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ପ୍ରତି ଅସମ୍ମାନ କହି ବିରୋଧୀଙ୍କ ନିନ୍ଦା । ଅସମ୍ମାନ ଅଭିଯୋଗକୁ ଖଣ୍ଡନ କଲା ବିଜେଡି । More

‘ଜାଗା ମିଶନ୍’ ପ୍ରହସନ ! ଜାଗା ଫେରାଇବାକୁ BMC ଅଫିସ୍‌ରେ ଲୋକଙ୍କ ଲମ୍ବା ଲାଇନ୍‌

ପ୍ରିମିୟମ୍ ଦେଇନପାରି ଅତିରିକ୍ତ ଜାଗା ଫେରାଇବାକୁ ଧାଡ଼ିରେ ହିତାଧିକାରୀ । ବିଏମସି ଅଭିଯୋଗ ପ୍ରକୋଷ୍ଠରେ ବସ୍ତିବାସିନ୍ଦାଙ୍କ ଲାଗୁଛି ଲମ୍ବା ଲାଇନ୍ । More

ଜାଲ୍‌ ନୋଟ୍‌ ଚଳାଇବାକୁ ଛୋଟ ଦୋକାନୀଙ୍କୁ ଚାରା କରୁଛନ୍ତି ଦଲାଲ

ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ । More

BJD ସରକାର ବିରୋଧରେ BJPର ୧୦୮ ଚାର୍ଜସିଟ୍, କଂଗ୍ରେସ କରିବ ଲିଫ୍‌ଲେଟ୍‌ ଆଟାକ୍

ଶଙ୍ଖଭବନରେ ବିଧାୟକଙ୍କ ସହ ବିଜେଡିର ମନ୍ତ୍ରଣା । ମନ୍ତ୍ରୀ ବଡ଼ କି ସଚିବ ବଡ଼ ପ୍ରସଙ୍ଗରେ ଅକଳରେ ବିଜେଡି । More

ବାହାନଗା ଟ୍ରେନ୍ ଟ୍ରାଜେଡି: ୩ ମାସ ପରେ ବି ମିଳୁନି ପରିଚୟ, କଣ୍ଟେନରରେ ପଡ଼ିଛି ୨୮ ଶବ !

ମ୍ୟାଚ୍ କରୁନି ଡିଏନଏ, କଣ୍ଟେନରରେ 28 ମୃତଦେହ । ଏମସ କର୍ତ୍ତୃପକ୍ଷ କହିଲେ ମିଳୁନାହାନ୍ତି ଦାବିଦାର । More

ରାସ୍ତା ଉପରକୁ ଆସିଲା, ଶୁଣ୍ଢ ବାଡ଼ାଇ ବସ୍‌ କାଚ ଭାଙ୍ଗିଲା

ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା । More

କାହିଁକି ଶଙ୍ଖ ଭବନକୁ ନିଆଗଲା ନାହିଁ ସୂର୍ଯ୍ୟ ପାତ୍ରଙ୍କ ପ୍ରାର୍ଥିବ ଶରୀର ?

ଗତକାଲି ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର ଦିଗପହଣ୍ଡିକୁ ନିଆଯିବା ପୂର୍ବରୁ ଶଙ୍ଖ ଭବନ ଓ ବିଧାନସଭା ପରିସରରୁ ନିଆଯିବାକୁ ସ୍ଥିର ହୋଇଥିଲା । କିନ୍ତୁ ମରଶରୀରକୁ ଶଙ୍ଖ ଭବନ ନିଆନଯାଇ ଏହା ପାର୍ଶ୍ୱରେ ଥିବା ଏକ ସରକାରୀ କ୍ୱାର୍ଟର ପରିସରରେ ଅଟକିଥିଲା ଆମ୍ବୁଲାନ୍ସ । More

କଳାବ୍ୟାଚ୍ ପିନ୍ଧି ଆୟୁର୍ବେଦିକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଦୀର୍ଘ ୨୧ବର୍ଷ ହେଲା କୌଣସି ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିନାହାନ୍ତି । More

ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ, ଟିକିଏ ଅସାବଧାନତା ହେଲେ କୁମ୍ଭୀର ମୁହଁରେ ପଡ଼ିବାର ସମ୍ଭାବନା...

ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ। ଚାନ୍ଦବାଲି ଦେଇ ବହିଥିବା ଏକାଧିକ ନଦୀରେ ଏବେ କୁମ୍ଭୀର ଆତଙ୍କ। ବୈତରଣୀ, ସାଳନ୍ଦୀ ଏବଂ ମନ୍ତେଇ ନଦୀରେ କୁମ୍ଭୀରଙ୍କ ଡରରେ ଲୋକେ ଆତଙ୍କିତ।  More

କଂଗ୍ରେସରେ ମିଶିଲେ ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପ୍ରବୋଧ ତିର୍କୀ

ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଏହି ଅବସରରେ ସାମିଲ ଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ତଲସରା ଆସନରୁ ପ୍ରାର୍ଥି ହେବାକୁ ଇଚ୍ଛୁକ ଅଛନ୍ତି ପ୍ରବୋଧ । More

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। More

କଟକରେ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି; ଆକର୍ଷଣୀୟ ତୋରଣ ସାଙ୍ଗକୁ ସମସ୍ତ ଦିଗ ଉପରେ ଗୁରୁତ୍ୱ

ପୂଜା ପୂର୍ବରୁ ରାସ୍ତାଘାଟର ମରାମତି, ଜଳଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ସେବା ସହ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । More

ବାଲେଶ୍ୱର FM ମେଡିକାଲରେ ଅଗ୍ନିକାଣ୍ଡ

ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । More

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ; ଆଜି ବି ପ୍ରବଳ ବର୍ଷିବ

ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ଥିବାବେଳେ ଆସନ୍ତା ୭ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । More

Today Panchang 4th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ, ସୋମବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ଉଡ଼ାଣର କିଛି ସମୟ ପରେ ମଝି ଆକାଶରୁ ଫେରି ଆସିଲା ବିମାନ

ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।  More

ସାରା ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆଜି ୩୦ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୭ ତାରିଖ ଯାଏ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। More

ମହିଳାଙ୍କୁ ଗାଳିଗୁଲଜ କରି ଅଡ଼ୁଆରେ ପାରାଦୀପ ବିଧାୟକ, ଥାନାରେ ଏତଲା...

ଗାଁରେ ସଭା ଚାଲିଥିବା ବେଳେ ସର୍ବସମ୍ମୁଖରେ ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକଙ୍କ ବିରୋଧରେ କୁଜଙ୍ଗ ଥାନାରେ ୨ଟି ଏତଲା ଦିଆଯାଇଛି। More

ରାଜ୍ୟରେ ବଢୁଛି ଜାଲ୍ ନୋଟର କାରବାର; ଆତଙ୍କୀ ଲିଙ୍କ୍ ନେଇ ଚାଲିଛି ତଦନ୍ତ

ରାଜ୍ୟରେ ବଢୁଛି ଜାଲ୍ ନୋଟର କାରବାର । ଗତକାଲି ସୋନପୁରରୁ ୪୧ ଲକ୍ଷରୁ ଅଧିକ ଟଙ୍କାର ୫ଶହ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି କ୍ରାଇମବ୍ରାଂଚ STF । More

କୁସୁମଙ୍କ ପ୍ରଶ୍ନ ବାଣ : ୧୪ ମେ ଓ ୨୮ ଜୁନ୍‌ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ? କାହିଁକି ସଚିବ ବ୍ୟବହାର କରିଥିଲେ ହେଲିକପ୍ଟର?

କୁସୁମ ଟେଟେ ଆହୁରି ମଧ୍ୟ  ଲେଖିଛନ୍ତି, ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ  ଦେବା ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି ବୋଲି ଗତକାଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ୧୪ ମେ ଓ ୨୮ ଜୁନ୍ ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ, ତାହା  ଆପଣ ସ୍ପଷ୍ଟ କଲେ ଭଲ ହୁଅନ୍ତା More

ଭୟଙ୍କର ବଜ୍ରପାତରୁ କେମିତି ବଞ୍ଚିବେ, ଜାଣନ୍ତୁ ଟ୍ରିକ୍‌..

ରାଜ୍ୟରେ ୩ ଦିନ ହେଲା ଆତଙ୍କ ମଚାଇଛି ବଜ୍ରପାତ। ମାରୁଛି ଘନଘନ ବିଜୁଳି-ଘଡ଼ଘଡ଼ି । ଚାଲିଯାଉଛି ବହୁ ମୂଲ୍ୟବାନ ଜୀବନ । ଗତକାଲି କେବଳ ଗୋଟିଏ ଦିନରେ ରାଜ୍ୟରେ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ଗତ ୫ ବର୍ଷରେ ବଜ୍ରପାତ ନେଲାଣି ୧୭ଶହରୁ ଅଧିକ ଜୀବନ । More

୨୪ ରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ବିଜେପିର ମାଷ୍ଟର ପ୍ଲାନ୍; ନେତୃତ୍ୱ ନେବେ..

ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ଆକ୍ସନ ପ୍ଲାନ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍ ମିଳିବ ସେଥିପାଇଁ ରୋଡ୍ ମ୍ୟାପ୍ ଉପରେ ଦଳର କୋର୍ ଟିମ୍ ବୈଠକରେ ହୋଇଛି ବିସ୍ତୃତ ଆଲୋଚନା । More

କଣ ହେବ ଗଞ୍ଜାମ ବିଜେଡି ରାଜନୀତିର ଭବିଷ୍ୟତ ?

ଗଞ୍ଜାମରେ ନେତୃତ୍ବ ସଂକଟରେ ବିଜେଡି । ୨୪ ପାଇଁ ଚ୍ୟାଲେଞ୍ଜ ପାଲଟିବ ବଢୁଥିବା ଗୋଷ୍ଠୀ କନ୍ଦଳ । More