ସଂକ୍ଷେପରେ ଆଜିର ତାଜା ଖବର - Sunday, 02 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅସହ୍ୟ ହେଲା ଫାଇନାନ୍ସ କମ୍ପାନୀର ଜୁଲମ; ଋଣ ଭାର ସହି ନପାରି ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି

ବିଳମ୍ବିତ ରାତି ଯାଏଁ ସେମାନେ ଟଙ୍କା ପୈଠ କରିବାକୁ ଜୁଲମ କରିଥିଲେ। ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଦମ୍ପତି ଆତ୍ମହତ୍ୟାର ପଥ ବାଛିଥିବା କୁହାଯାଉଛି । ଖବର ପାଇ ଭୁବନେଶ୍ୱରରେ ରହୁଥିବା ମୃତ ବାନାମ୍ବରଙ୍କ ଦୁଇ ପୁଅ ଗାଁରେ ପହଞ୍ଚି ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । More

ଓଡିଶା ଦଖଲ ପାଇଁ ଗୌହାଟିରୁ ବିଜେପି କ୍ୟାମ୍ପର ପ୍ରସ୍ତୁତି, ଜୁଲାଇ ୬ରେ ନଡ୍ଡାଙ୍କ ସହ ୨୪ ଷ୍ଟ୍ରାଟେଜି କରିବେ ଶାହ

ବୈଠକରେ ଯୋଗଦେବେ ମନମୋହନ ଓ ସୁନୀଲ ବଂଶଲ । ବିଜେଡି-କଂଗ୍ରେସ କହିଲେ, କିଛି ପ୍ରଭାବ ପଡ଼ିବନି । More

ସୁରକ୍ଷିତ ତ ମହାପ୍ରଭୁଙ୍କୁ ଦୁର୍ମୂଲ୍ୟ ଅଳଙ୍କାର; ରତ୍ନଭଣ୍ଡାର ଖୋଲିବା ନେଇ କାହିଁକି ବିଳମ୍ବ ?

ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର । ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ । ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍ କୋର୍ଟରେ ଅଛି, କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ । More

ନବୀନଙ୍କ ୨୩ ବର୍ଷର ଶାସନ ଓ ‘୫-ଟି’ ବିକାଶର ଗତି

‘୫-ଜି’ ଜୁଗରେ ଓଡ଼ିରେ ‘୫-ଟି’ର ଯେଉଁ ବିକାଶ ଘଟୁଛି ତାହା ରାଉରକେଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଏକ ସାମାନ୍ୟ ଉଦାହରଣ ହୋଇପାରେ; ଯେଉଁଠି ସାମାନ୍ୟ ବୈଶାଖି ପବନରେ ପ୍ରତିମୂର୍ତ୍ତି ଟଳିପଡିବା ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛି। More

ଦାଦନ ଖଟି ଯାଇଥିଲେ ଅଙ୍ଗଦ ମଲ୍ଲିକ : ନିର୍ମମ ଭାବେ ଦୁର୍ବୃତ୍ତ କାଟିଦେଲେ ୨ ହାତ

କେବେ ଥମିବ ଦାଦନ ଦୁର୍ଦ୍ଦଶା ? ରୋଜଗାରର ଲୋଭ ଦେଇ କନ୍ଧମାଳର ଯୁବକଙ୍କୁ ମୁମ୍ବାଇରେ ଦୁର୍ବୃତ୍ତ କାଟିଦେଲେ ୨ ହାତ, ଗାଁକୁ ଫେରି ଥାନାରେ ପୀଡ଼ିତଙ୍କ ଏତଲା, ପୋଲିସ ଉପରେ ଦାୟିତ୍ୱ ଛାଡ଼ି ହାତ ଟେକିଦେଲା ଜିଲ୍ଲା ଶ୍ରମ ବିଭାଗ... More

ବାଇକ୍‌ରେ ଆସୁଥିଲେ ଦମ୍ପତି, ପଛରୁ ଅସି ଧକ୍କା ଦେଇ ଚାପିଦେଲା ଟ୍ରକ୍‌

ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । More

ନିଷ୍ଠାପର ସେବାର ଅମୂଲ୍ୟ ପୁରସ୍କାର, ନିଆରା ଢଙ୍ଗରେ ଅବସରକାଳୀନ ବିଦାୟ

ବାଜା ବାଣ ନାଚ ଗୀତରେ ଶୋଭଯାତ୍ରାରେ ବିଦାୟ...ଏକ ଭୂତକୋଠି ଭାବରେ ପଡିଥିବା ଟିପିଗୁଡ଼ା ମେଡିକାଲକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି ରାଜେଶ୍ୱର ପାତ୍ର। ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ଥର କାୟାକଳ୍ପ ପୁରସ୍କାର ପାଇଛି ଏହି ଡାକ୍ତରଖାନା । More

ଜଙ୍ଗଲ ଜମିରେ ବେଆଇନ୍ ପଥର ବ୍ଲାଷ୍ଟିଂ, ଶାନ୍ତିରେ ନିଶ୍ୱାସ ମାରି ପାରୁନାହାନ୍ତି ଲୋକେ

ଭାରତମାଳା ପ୍ରକଳ୍ପ ଆଳରେ କୋଟି କୋଟି ଟଙ୍କାର ପଥର ଲୁଟୁଛି କମ୍ପାନୀ । ଦିନ ଦ୍ୱିପ୍ରହରରେ ସ୍ଥାନୀୟ ଲୋକଙ୍କୁ ଡରାଇ ଧମକାଇ, ଜିଲ୍ଲା ପ୍ରଶାସନର ହାତବାରିସି ସାଜି କମ୍ପାନୀ ଜଙ୍ଗଲ ଜମିରେ ବେଆଇନ୍ ଭାବେ ବେଧଡକ୍ ଚଳାଇଛି ପଥର ବ୍ଲାଷ୍ଟିଂ। More

‘ରତ୍ନଭଣ୍ତାର ସରକାରଙ୍କର ନୁହେଁ, ମହାପ୍ରଭୁ ଜଗନ୍ନାଥଙ୍କର’

‘ଆଇନ ମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡର ଚାବି ହଜିଛି ନା ନାହିଁ ଜାଣି ନାହାନ୍ତି’ More

ସାବଧାନ ! ରାଜଧାନୀରେ ମାତିଛନ୍ତି ଚେନ ଲୁଟେରା, ଦେଖନ୍ତୁ ଭିଡିଓ...

ବାଣୀବିହାର ପରେ ଲକ୍ଷ୍ମୀସାଗରରେ ସମାନ ଢଙ୍ଗରେ ଲୁଟ୍  । ବାଇକରେ ଆସି ଝାମ୍ପି ନେଉଛନ୍ତି ସୁନା ଚେନ । More

ସହି ହେଲାନି ଫାଇନାନ୍ସ କମ୍ପାନୀର ଜୁଲମ; ରଶି ଲଗାଇ ଝୁଲିପଡ଼ିଲେ ଦମ୍ପତି

ଅସହ୍ୟ ହେଲା ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ମାନସିକ ନିର୍ଯାତନା। ଅସମୟରେ ଚଢ଼ା ସୁଧହାରରେ ଲୋନ୍‌ ନେଇ ଲୋନ୍‌ ଶୁଝି ପାରି ନ ଥିଲେ ବୃଦ୍ଧ ଦମ୍ପତି। More

ଗୁଳୁଗୁଳି କମିବ.. ଆଗକୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । More

Today Panchang 2nd July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ ଓ ଅଶୁଭ ସମୟ..

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୮.୨୧ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର – ଦିବା ୦୧.୧୭ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ More

ରତ୍ନସିଂହାସନରେ ଶ୍ରୀଜିଉ, ବଡ଼ ଦେଉଳରୁ ଦେଉଛନ୍ତି ଭକ୍ତଙ୍କୁ ଦର୍ଶନ

ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି। More

ଘୋଷଯାତ୍ରାର ଅନ୍ତିମ ପର୍ବରେ ରସଗୋଲା ଖୁଆଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ମାନଭଞ୍ଜନ ପରେ ନୀଳକନ୍ଦରକୁ ବିଜେ କରିଛନ୍ତି ନିଳାଦ୍ରୀବିହାରୀ । ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା । More

ଡେଙ୍ଗୁ ଡର ! ୧୬ ଜିଲ୍ଲା ମାଡ଼ିଲାଣି, ୧୭୫ ଆକ୍ରାନ୍ତ ଚିହ୍ନଟ...

କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି । More

ପରିବା ଦର ଶୁଣିଲେ ମୁଣ୍ଡ ଝାଇଁ ମାରିଯାଉଛି ! ଯାହା କିଣିବ ୮୦ ଉପରେ...

ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର । More

ACF ସୌମ୍ୟରଂଜନ ମୃତ୍ୟୁ ମାମଲା; ଗିରଫ ହେବେ କି ପତ୍ନୀ ବିଦ୍ୟାଭାରତୀ ଓ ପୂର୍ବ DFO ?

ସମସ୍ତଙ୍କ ବିରୋଧରେ NBW ଜାରି କଲେ ପାରଳାଖେମୁଣ୍ଡି କୋର୍ଟ । ସୌମ୍ୟଙ୍କ ପରିବାର କହିଲେ, ଆମକୁ କୋର୍ଟରୁ ହିଁ ନ୍ୟାୟ ମିଳିବ । More

ଆସିଲା ବାହାନଗା ଟ୍ରେନ୍ ଟ୍ରାଜେଡି ରିପୋର୍ଟ ! ରିଲେ ରୁମରେ ତ୍ରୁଟି ଅନିଚ୍ଛାକୃତ ନା ଉଦ୍ଦେଶ୍ୟମୂଳକ ?

ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍‌ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା । More