ସଂକ୍ଷେପରେ ଆଜିର ତାଜା ଖବର - Tuesday, 30 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କଟକରେ ଦୁଇ ଦିନରେ ଦୁଇ ଦୁଇଟି ଅଘଟଣ; ଆକ୍ସନ ମୋଡରେ ପ୍ରଶାସନ

ଦୁଇ ପାଇପ୍ ମଧ୍ୟରେ ଚାପି ହୋଇଯାଇଥିଲେ ନାବାଳିକା । ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ଦ୍ୱାରା ଅଧଘଂଟା ଧରି ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ନାବାଳିକା । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଶେଷରେ ଆଖିବୁଜିଲା ନାବାଳିକା ଝିଅଟି । More

ମଜୁରି ଖଟୁଛନ୍ତି ଜିଲ୍ଲା ଟପ୍ପର; ରମାଦେବୀର ଛାତ୍ରୀ, ଗାଁରେ ନିର୍ମାଣ ଶ୍ରମିକ

ଖାଲି କର୍ମା ନୁହଁନ୍ତି, ତାଙ୍କ ପରି ଅନ୍ୟ କିଛି ଯୁବତୀଙ୍କର ମଧ୍ୟ ସମାନ ଅବସ୍ଥା । +୩ ପ୍ରଥମ ବର୍ଷରେ ପଢ଼ୁଥିବା ବଣ୍ଡାଘାଟିର ସମିତା ମୁଦୁଲି ମଧ୍ୟ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବି କର୍ମାଙ୍କ ହାତରେ ହାତ ମିଶାଇ ବାଲି ମୁଣ୍ଡେଇ ଦେଉଛନ୍ତି । More

ହାଉ ଜାଉ ଦେଶୀ ଆମ୍ବ; ବାଇଗଣପଲେଇକୁ ହତାଦର

କାହିଁକି ଓଡ଼ିଶା ବଜାରରେ ଏବର୍ଷ ଘାଟା ଖାଇଲା ବାଇଗଣ ପଲେଇ ଆମ୍ବ ? ଦର ଅଧିକ ନା ଅଧିକ ଆମଦାନୀ ଅଧିକ ? More

ବଢୁଛି ଡେଡଲାଇନ୍, ହେଲେ ସରୁନି ଐତିହ୍ୟ କରିଡ଼ର କାମ

ମନ୍ଦିର କଡ଼ରେ ଅପରିସ୍କାର ପାଣି ଭାସୁଥିବାରୁ ବିଜେ ଠାକୁରମାନେ ତାରି ଉପରେ ଯାଉଛନ୍ତି । ଯାହାକୁ ନେଇ ଭକ୍ତ ଓ ସେବାୟତ କ୍ଷୁବ୍ଧ ହେବା ସହ ସିଧା ପ୍ରଶାସନକୁ ଦାୟୀ କରିଛନ୍ତି । More

ଆଉ ନାହିଁ ଟେବୁଲ ତଳିଆ କାରବାର, ଫୋନ ପେ’ରେ ଘୁସ୍ ନେଲେ ଟାଟା ପାୱାର କର୍ମଚାରୀ

ଲାଞ୍ଚ ଦିଆନିଆରେ ଡିଜିଟାଲ ଫଣ୍ଡା । ବ୍ଲାଙ୍କ ଚେକ୍ ରେ ୧୨ ଲକ୍ଷ ନେଇ ବନ୍ଧା ହେଲେ ତହସିଲଦାର । More

ବୟସ କଥା ଉଠାଇ ବିଜେଡିର କେଉଁ ନେତାଙ୍କୁ ଇଙ୍ଗିତ କଲେ ରୋହିତ ?

ବିଧାନସଭା ଲଢ଼େଇ ପାଇଁ ସର୍ବୋଚ୍ଚ ବୟସ ସୀମା କେତେ ? ବିଧାୟକ ରେସରୁ ବାଦ୍ ପଡ଼ିବା କଥା କି ୬୦ ବର୍ଷରୁ ଅଧିକ ବୟସ୍କ ? More

ଦିନ ୧୧ଟାରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ-ବାଣିଜ୍ୟ ରେଜଲ୍ଟ

କାଲି ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଫଳ । କଳା ଓ ଧନ୍ଦାମୂଳକ ଫଳ ପ୍ରକାଶନରେ ଆହୁରି ଡେରି । ​​​​​​​ପରିଷଦର ବ୍ୟବସ୍ଥାଗତ ତ୍ରୁଟିକୁ ଦାୟୀ କଲେ ଶିକ୍ଷାବିତ୍ । More

କାହିଁକି 'ମୋ ଘର' ଯୋଜନା ଆଣିଲେ ରାଜ୍ୟ ସରକାର ?

ପ୍ରଧାନମନ୍ତ୍ରୀ ଆବାସ ବନାମ ମୋ ଘର ଯୋଜନା । ମାଗଣା ନଦେଇ ଋଣରେ ଘର ଦେବା ନିଷ୍ପତ୍ତିକୁ ନେଇ ବିବାଦ । ଯୋଜନାକୁ ତ୍ରୁଟିପୂର୍ଣ୍ଣ କହି ପ୍ରତ୍ୟାହାର ପାଇଁ ବିଜେପିର ଦାବି । More

ଦିନେ ଜିଲ୍ଲା ଟପ୍ପର ଥିଲେ, ଏବେ ଦିନ ମଜୁରିଆ: ପାଠପଢ଼ିବା ପାଇଁ ଗୋଡ଼ି-ବାଲି ଉଠାଉଛନ୍ତି ଟପ୍ପର ଛାତ୍ରୀ

ଦିନେ ଜିଲ୍ଲା ଟପ୍ପର ଥିଲେ, ଏବେ ଦିନ ମଜୁରିଆ। ପାଠ ପଢ଼ିବାକୁ ଏହି ଟପ୍ପର ଛାତ୍ରୀ ଦିନ ମଜୁରିଆ ସାଜିଛନ୍ତି। । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ଜିଲ୍ଲା ଟପ୍ପର ଥିଲେ, ଭାଗ୍ୟର ବିଡ଼ମ୍ବନା ଏବେ ସେ ଦିନ ମଜୁରିଆ ଭାବେ ଗୋଡ଼ି-ବାଲି ଉଠାଉଛନ୍ତି। More

କଟକରେ ଅଘଟଣ: ବକ୍ସ ଡ୍ରେନ୍‌ କାମ ଚାଲୁଥିବା ବେଳେ ଗଳି ପଡ଼ିଲେ ନାବାଳିକା

କଟକରେ ପୁଣି ଡ୍ରେନ୍‌ କାମ ବେଳେ ଅଘଟଣ। ବକ୍ସ ଡ୍ରେନ୍‌ କାମ ଚାଲୁଥିବା ବେଳେ ଆଜି ଅପରାହ୍ଣରେ ଜଣେ ନାବାଳିକା ଏହା ମଧ୍ୟକୁ ଗଳି ପଡ଼ିଛନ୍ତି। ଏହାସହ ପାଦ ଚଲା ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। More

କାଲି ପ୍ରକାଶ ପାଇବ +୨ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । More

ବଢ଼ିବ +୨ ସିଟ୍‌, ଚଳିତ ବର୍ଷ ଶେଷ ସୁଦ୍ଧା ସବୁ ହାଇସ୍କୁଲ୍‌ରେ ଉପଲ୍ଲବ୍ଧ ହେବ ଆଇଟି ଲ୍ୟାବ୍‌

୨୦୨୩-୨୪ ଅର୍ଥାତ୍‌ ଚଳିତ ବର୍ଷରୁ +୨ ସିଟ୍ ବଢ଼ାଇବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲ୍‌ରେ ଆଇଟି ଲ୍ୟାବ୍‌ ଉପଲ୍ଲବ୍ଧ ହେବ।  More

ଦିନରେ ଅସହ୍ୟ ତାତି, ସଂଧ୍ୟାରେ ଘଡ଼ଘଡ଼ି ସହ ବର୍ଷା

ଦିନରେ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ସଂଧ୍ୟାରେ କାଳବୈଶାଖୀ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଛି । More

ହୃଦୟବିଦାରକ !! ଟ୍ରକ୍ ଧକ୍କାରେ ମାଆ, ଛୋଟ ଝିଅ ମୃତ

ବାଲିକୁଦା ଥାନା ଚଷାପଡ଼ା ଛକ ନିକଟରେ ଦୁର୍ଘଟଣା, ମାଆ, ଝିଅଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା More

ପୋଲିସ-ସେବାୟତଙ୍କ କଳିରେ ଦୁଇ ଦିନ ଧରି ଉପବାସରେ ପ୍ରଭୁ ନୀଳମାଧବ

ଦୁଇ ଦିନ ଧରି ଖାଡ଼ା ଉପବାସରେ ରହିଛନ୍ତି ନୟାଗଡ଼ କଣ୍ଟିଲୋ ନୀଳମାଧବ । More

ପ୍ରମାଣ ଲୁଚାଇବାକୁ ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଛନ୍ତି କି ? ହୁସିଆର ! ! !

ପ୍ରମାଣ ଲୁଚାଇବାକୁ ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଛନ୍ତି କି ? ତା’ହେଲେ ହୁସିଆର୍‌ ରୁହନ୍ତୁ। ସେଭଳି ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କ ରହିବାକୁ ଭିଜିଲାନ୍ସ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। More

ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଆପାର୍ଟମେଣ୍ଟ ମାଲିକାନା ଆଇନ୍

ଆପାର୍ଟମେଣ୍ଟ ମାଲିକାନା ଅଧ୍ୟାଦେଶକୁ ବାସଗୃହ କ୍ରେତାଙ୍କ ବିଜୟ ବୋଲି କହିଛନ୍ତି ରିଅଲ ଇଷ୍ଟେଟ୍ କର୍ମୀ। ସେମାନଙ୍କ ମତରେ, ୪୦ ବର୍ଷ ପରେ ଏବେ ଘରକ୍ରେତା ସେମାନଙ୍କ ବାସ୍ତବ ଅଧିକାର ପାଇବେ। More

ଗଞ୍ଜାମରେ ବଦଳିବ କି ବିଜେଡିର ରାଜନୈତିକ ଦୃଶ୍ୟପଟ୍ଟ ?

ହଟଚମଟ ଗୋପାଳପୁର ପଲିଟିକାଲ ମୈଦାନ। ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଏ ଓ କେମିତି ଦେବେ ଚେକ୍, ବିଜେଡି ଚଳାଇଛି ଗୋଟି ଚାଳନା। More

ପୁରୀରେ ହାଇ ରେଟ୍ ହୋଟେଲ ରୁମ୍, ୪୫ ହଜାର ଛୁଇଁଲାଣି ପ୍ୟାକେଜ୍...!

ସ୍ନାନ ଓ ରଥଯାତ୍ରା ପାଇଁ ଚଢା ଦର କଷୁଛନ୍ତି ମାଲିକ । ଗତବର୍ଷ ଅପେକ୍ଷା ଏଥର ୪୦% ଅଧିକ । ଅଫଲାଇନ୍ ବୁକିଂକୁ ଟୁର ଅପରେଟରଙ୍କ ନାପସନ୍ଦ । More

ଭୋଟ୍ ପୂର୍ବରୁ ଘର ଥୋପ ! କ୍ୟାବିନେଟରେ ପାସ୍ 'ମୋ ଘର' ସ୍କିମ୍, ୩ ଲକ୍ଷ ଯାଏଁ ସବସିଡିରେ ଲୋନ୍

ନିମ୍ନ ମଧ୍ୟବିତ୍ତଙ୍କ ଆଶା ପୂରଣ ନେଇ ଯୋଜନା । ହିତାଧିକାରୀଙ୍କୁ ୩ ଲକ୍ଷ ଯାଏଁ ସବସିଡିରେ ମିଳିବ ଋଣ । ବିରୋଧୀ କହିଲେ ନିର୍ବାଚନୀ ଷ୍ଟଣ୍ଟ । More

୫ମ ପାଳିର ୫ମ ବର୍ଷରେ ନବୀନ ସରକାର, ଦଳରେ ବିଦ୍ରୋହ ଓ ବିଜେପିର ଶକ୍ତି ବୃଦ୍ଧି ହେବ ଚ୍ୟାଲେଞ୍ଜ

ମନମୋହନଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ଛନକା । ସବୁ ବିଜେଡି ବିଧାୟକ ବିଜେପି ଲିଙ୍କରେ କହିଲେ ମନମୋହନ । More