• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦିନରେ ଖରା, ସଂଧ୍ୟାରେ ବର୍ଷା । ଗତ କିଛି ଦିନ ଧରି ଏମିତି ପାଗ ଲାଗି ରହିଛି । ଦିନରେ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ସଂଧ୍ୟାରେ କାଳବୈଶାଖୀ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଛି । ଆଜି ବି ସମାନ ପାଣିପାଗ ଲାଗି ରହିପାରେ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗରମ, ଗୁଳୁଗୁଳିରେ ଆକ୍ତାମାକ୍ତା ସାରା ରାଜ୍ୟ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେଉଛି ତାତି । ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡ଼ା ସର୍ବାଧିକ ତାପମାତ୍ର ରେକର୍ଡ କରାଯାଇଛି । ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ୩୯.୪ ଡିଗ୍ରୀ ରହିଛି । ହୀରାକୁଦ ୩୯.୨, ଭୁବନେଶ୍ବର ଓ ଚାନ୍ଦବାଲି ୩୭ ଡିଗ୍ରୀ ରେକର୍ଡ ହୋଇଛି । କେନ୍ଦୁଝର ୩୬.୨, ବାଲେଶ୍ବର ୩୫.୬ ଏବଂ ପୁରୀର ତାପମାତ୍ରା ୩୫.୫ ରହିଛି ।

  • Reported by:
  • Bhagirathi Sahu