ସଂକ୍ଷେପରେ ଆଜିର ତାଜା ଖବର - Sunday, 16 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମାଲକାନଗିରି ବଣ୍ଡାଘାଟିରୁ ଦୁବାଇ; ବିଦେଶ ଯିବେ ବଣ୍ଡା ଛାତ୍ରୀ ବୁଦ୍ରୀ କିର୍ସାନୀ

ବିଦେଶରେ ଆଇଟିଆଇ ବ୍ୟବସ୍ଥା ଓ ସେଠାରୁ ଅଧିକ ଜ୍ଞାନକୌଶଳ ହାସଲ ଲାଗି ରାଜ୍ୟର ୫ ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ପଠାଉଛି ଇପିକଲ ସଂସ୍ଥା । ରାଜ୍ୟ ବୈଷୟିକ ଓ ଦକ୍ଷତା ବିକାଶ ବିଭାଗ ପିଲାଙ୍କ ନା ମନୋନୀତ କରିଛି । ତେବେ ସେଇ ତାଲିକାରେ ମାଲକାନଗିରିର ବଣ୍ଡା ଛାତ୍ରୀ ବୁଦ୍ରୀ କିର୍ସାନୀ ସାମିଲ ହୋଇଥିବାରୁ ତାକୁ ନେଇ ବେଶ ଖୁସି ବୁଦ୍ରୀ । More

ନୂଆପଡ଼ାରେ କାବୁ ହେଲା କଲରାପତରିଆ

ନୂଆପଡ଼ାରେ ବାଘ ଆତଙ୍କ ଭିତରେ କାବୁ ହେଲା କଲରାପତରିଆ । ବନ ବିଭାଗ ଜାଲରେ ଧରାପଡ଼ିଲା ଶିକାରୀ ବାଘ । ନୂଆପଡ଼ା ଜିଲ୍ଲାର ତିନିଟି ରେଞ୍ଜ୍ ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ବାଘ ଭୟ । More

ଗରମ ଗୁଳୁଗୁଳିରେ ଆଜି ବି ଛଟପଟ ଓଡ଼ିଶା

କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆସନ୍ତା ୧୮, ୧୯ ଓ ୨୦ ତାରିଖରେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । More

ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ

୧୬ ତାରିଖ ଅର୍ଥାତ୍‌ ଆଜି ଯାଏଁ ରାଜ୍ୟର ସବୁ ସ୍କୁଲଗୁଡ଼ିକ ଛୁଟି ରହିବା ନେଇ କୁହାଯାଇଥିଲା । ସ୍କୁଲ୍‌ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିଥିଲା । More

ଘଣ୍ଟାଏ ଭିତରେ କଳା କନା ବୁଲାଇ ଦେଲେ, ୩ ଲକ୍ଷ ଟଙ୍କା ସହ ଲୁଟି ନେଲେ ସୁନା...

ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ଘଣ୍ଟାଏ ଭିତରେ ଅଫିସ୍‌ ପଶି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ସହ ସୁନା ଓ ରୁପା କଏନ ଲୁଟି ନେଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।  More

‘ଯୋଜନାବଦ୍ଧ ଥିଲା ସମ୍ବଲପୁରର ପଥର ମାଡ଼ ଘଟଣା’

ପରିସ୍ଥିତି ସ୍ୱାଭାବିକ ହେଲେ କର୍ଫ୍ୟୁ କୋହଳ ଉପରେ ଚିନ୍ତା କରାଯିବ ବୋଲି କହିଲେ ସମ୍ବଲପୁର ଏସପି ବି ଗଙ୍ଗାଧର । More

ମୋବାଇଲ୍‌ ଅଛି କିନ୍ତୁ କଲ୍‌ ଯାଉନି; 5G ଯୁଗରେ ବି ମିଳୁନି 2G ସୁବିଧା

ମୋବାଇଲ ଅଛି ହେଲେ ନେଟୱର୍କ ନାହିଁ । କଲ୍ ଯାଉନି କି କଲ୍ ଆସୁନି । 5G ଜମାନାରେ 2G ତ ଦୂରର କଥା ଲୋକେ ଟାୱାରଟିଏ ବି ପାଇ ପାରିନାହାନ୍ତି । ନେଟୱର୍କ ନଥିବାରୁ ଯୋଗାଯୋଗ, ଆମ୍ବୁଲାନ୍ସ କିମ୍ବା ଅନଲାଇନ୍ ପଠପଢ଼ା ହୋଇପାରୁନି । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି ମୟୂରଭଞ୍ଜ ଉଦଳାର ଶାଳମୁଣ୍ଡଳି ଗାଁ ଲୋକେ… More

ସୀମା ବିବାଦକୁ ନେଇ ଉତ୍ତେଜନା : ୪୮ ଘଣ୍ଟିଆ ୧୪୪ ଧାରା ଜାରି

ଭଦ୍ରକ-କେନ୍ଦୁଝର ସୀମା ଆପଣ୍ଡା ଛକରେ ଦୁଇ ଦିନ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ More

ଚିଲିକା ଟାପୁ ମଝିରେ ପଣାଯାତ୍ରା : ସପ୍ତାହେ ଧରି ଚାଲିବ

ପଣା ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଏହି ଯାତ୍ରା । More

‘ଜାଗା ମିଶନ’ରେ ମିଳୁନି ଜାଗା; ଛପର ଘରକୁ ପଲିଥିନ ସାହା ହୋଇଛି

ଜମି ହୀନ ଓ ଅସହାୟ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ସାଙ୍ଗକୁ ପକ୍କା ଘର ପ୍ରଦାନ ପାଇଁ ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ। ମୟୂରଭଞ୍ଜ ଉଦଳା ଏନଏସିର ତେଲି ସାହିରେ ବସବାସ କରୁଥିବା ଆଦିବାସୀଙ୍କୁ ଜୀବନ ଶୈଳୀ ଓ ମାଳ ମାଳ ସମସ୍ୟାର ଚିତ୍ର ଦେଖିଲେ ମନେ ହେଉଛି ସରକାରୀ ଯୋଜନା ସବୁ ଏମାନଙ୍କ ପାଇଁ ସାତ ସପନ.. More

ପରୀକ୍ଷାର୍ଥୀଙ୍କ ପାଇଁ ସମ୍ବଲପୁରରେ କର୍ଫ୍ୟୁ କୋହଳ

ସମ୍ବଲପୁରରେ ଆଜି ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ କରିଛି ପ୍ରଶାସନ। UPSC ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଦେଖାଇ ଯାଇ ପାରିବେ। More

କାଲିଠୁ ପୁଣି ଖୋଲିବ ସ୍କୁଲ୍

ଆସନ୍ତାକାଲିଠୁ ପୁଣି ସ୍ୱାଭାବିକ ହେବ ସ୍କୁଲ୍‌ ପାଠପଢ଼ା। ୧୭ରୁ ସ୍କୁଲ୍‌ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। More

Today Panchang 16th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୧ଶୀ ସନ୍ଧ୍ୟା ୦୬.୧୪ ଗତେ ୧୨ଶୀ, ଘାତ ଚନ୍ଦ୍ର – ମିଥୁନ ଓ ମୀନ ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ସନ୍ଧ୍ୟା ୦୬.୧୪ ଗତେ ୨ ପାଦ -କୃଷି ଓ ପଶୁହାନି - ଭୂମି ଓ ଅନ୍ନଦାନ ରାତ୍ରି ୦୪.୦୬ ଗତେ ୩ ପାଦ More

ସମ୍ବଲପୁର ହିଂସା: ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ?

ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ? More

କେମିତି ସ୍ୱାଭାବିକ ଅବସ୍ଥାକୁ ଫେରିବ ସମ୍ବଲପୁରର ଜନଜୀବନ ?

ସମ୍ବଲପୁର ସହରର ଅଇଁଠାପାଲି ସମେତ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ। More

ବିଜୁଳିକାଟ୍‌ର ବିକଳ ଚିତ୍ର; ଗାଁଠୁ ସହର ସବୁଠି ଲୋକେ କଲବଲ

ତିନି ଦିନ ତଳେ ଖୋଦ୍ ଶକ୍ତିମନ୍ତ୍ରୀଙ୍କ ମୁହଁରୁ ରାଜ୍ୟବାସୀ ଶୁଣିଥିବା ଟାଣ ପ୍ରତିଶ୍ରୁତି, କେତେ ଫଳପ୍ରଦ ବର୍ତ୍ତମାନର ବାସ୍ତବ ଚିତ୍ର କହିଦେଉଛି । ଆସିକା ବ୍ଲକ ହରଡ଼ାପଦର ଗାଁରେ ଘଣ୍ଟାକୁ ଘଣ୍ଟା ଛାଡ଼ି ଏଠି ଚାଲିଛି ପାୱାରକଟର ଲୁଚକାଳି ଖେଳ । More

ଆସନ୍ତାବର୍ଷଠୁ ଓଡ଼ିଆରେ ହେବ CAPF କନଷ୍ଟେବଲ ଭର୍ତ୍ତି ପରୀକ୍ଷା

ଓଡ଼ିଆ ମିଡିୟମରେ ପାଠ ପଢ଼ିଥିବା ଏମିତି ଅନେକ ଆଶାୟୀଙ୍କର ଥିଲା ସମାନ ଚିନ୍ତା । ହେଲେ ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ବଦଳୁଛି ନିୟମ । More

ଝାରସୁଗୁଡ଼ା ଲଢ଼େଇ ପାଇଁ ନାମାଙ୍କନ ପର୍ବ ଆରମ୍ଭ

ମେ ୧୦ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପର୍ବ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ତିନି ପ୍ରମୁଖ ଦଳ ଭିତରୁ ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । More