ସଂକ୍ଷେପରେ ଆଜିର ତାଜା ଖବର - Thursday, 30 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ଓଟିଭି ଲୋଗୋକୁ ବ୍ୟବହାର କରି ମିଥ୍ୟା ଖବର ଭାଇରାଲ

ଏଭଳି ମିଥ୍ୟା ଖବର କରି ଭାଇରାଲ୍ କରିବା ଆଇନତଃ ଅପରାଧ। More

"ଜଗାଚାକର ସଙ୍ଘ" ପକ୍ଷରୁ ବିରାଟ କାର୍ଯ୍ୟକ୍ରମ : ରଥଯାତ୍ରାରେ ଭକ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ସେବା

ଏହି ଉତ୍ସବରେ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଏବଂ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ ଓ ଆଶୀବାଣୀର ସ୍ରୋତ, ବେଦ ପାଠରେ କମ୍ପିଥିଲା ପୂରା ଏରିଆ More

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସାରା ଭାରତ

ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ  ନାମ ଧ୍ୱନିରେ କମ୍ପୁଛି ମନ୍ଦିର । More

କଳାଦିନ '୨୯' ତାରିଖ ! ନବ ଦାସ ଗୁଳିକାଣ୍ଡର ୨ ମାସ ପରେ ନାବାଳକକୁ ହତ୍ୟା

ମନ୍ତ୍ରୀ ନବଦାସ ଗୁଳିକାଣ୍ଡ ହେଉ କି ନାବାଳକ ସମର୍ଥ ଅଗ୍ରୱାଲକୁ ଅପହରଣ ପରେ ଜଘନ୍ୟ ହତ୍ୟା। ଝାରସୁଗୁଡ଼ା ଜିଲ୍ଲା ପାଇଁ ଏ ଦୁଇଟି ଯାକ କଳଙ୍କିତ ଘଟଣାର ତାରିଖ ସମାନ... More

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ରାକେଟ୍: ମାଷ୍ଟରମାଇଣ୍ଡଙ୍କର ବିଜେଡି ଲିଙ୍କ୍ !

ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ । ବଣିକ୍ ଭଳି କୋଚିଂ ସେଣ୍ଟର ନାଁରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ଉଭୟ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍ ବିଜେଡି ସରକାରର ଛତ୍ରଛାୟାରେ ଚାଲିଛି କି ଏସବୁ କାରବାର ? More

୯୦ ଲକ୍ଷ ମାଗିଥିଲେ, ହେଲେ ଜାଳିପୋଡ଼ି ମାରିଦେଲେ କାହିଁକି ?

ପ୍ରଥମେ କିଡନ୍ୟାପ୍ ଆଉ ତା’ପରେ ହତ୍ୟା କରି ସମର୍ଥଙ୍କୁ ମରଣଶେଷରେ ଶୁଆଇଦେଲେ ଦୁର୍ବୃତ୍ତ । ଆଜି ନୀରବି ଯାଇଛି ସାରା ଝାରସୁଗୁଡ଼ା । ସ୍ତବ୍ଧ ହୋଇଯାଇଛନ୍ତି ଆତ୍ମୀୟ ସ୍ୱଜନ ପରିବାର । More

ଏପ୍ରିଲ୍ ୧ରୁ ମହଙ୍ଗା ହେବ ଓମଫେଡ୍ କ୍ଷୀର, ବଢିବ ଚା’ ସାଙ୍ଗକୁ ଦୁଗ୍ଧଜାତ ଦ୍ରବ୍ୟର ଦାମ୍

ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟି ଉପରେ ଏବେ ପଡ଼ିବ କ୍ଷୀର ଦରବୃଦ୍ଧି ଚଡ଼କ। କାରଣ ପ୍ରତି ଘରେ ସକାଳୁ ନିଇତି ଖୋଜା ପଡ଼ୁଥିବା କ୍ଷୀର ଦାମ୍ ଲିଟର ପିଛା ୪ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓମଫେଡ୍। More

ଫରେନ୍‌ ଫରେନ୍‌ ଭଳି ଲାଗିବ କଟକ ରେଳ ଷ୍ଟେସନ୍‌

କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । More

କଟକରେ ସପିଂ ମଲ୍‌ରେ ରେଡ୍‌, କେମିକାଲ୍‌ରେ ଲିଭାଇ ବିକ୍ରି କରୁଥିଲେ ଏକ୍ସପାଏରୀ ସାମଗ୍ରୀ

କଟକ ବାଦାମବାଡ଼ିରେ ଥିବା ଭି ବଜାରରେ ପୋଲିସ୍‌ ଚଢ଼ଉ କରିଛି। ଏକ୍ସପାଏରୀ ସାମଗ୍ରୀ ବିକ୍ରି ଅଭିଯୋଗରେ ଏହି ଚଢାଉ ହୋଇଛି।  More

ଆଜି ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ୨୫ ଜିଲ୍ଲାକୁ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । More

Today Panchang 30th March 2023: ଜାଣନ୍ତୁ ଆପଣଙ୍କ ଶୁଭ-ଅଶୁଭ ସମୟ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଗୁରୁବାର More

ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। More

ବଢ଼ିଲା ଓମଫେଡ୍ କ୍ଷୀର ଦର, ଏପ୍ରିଲ ୧ରୁ ଲାଗୁ ହେବ ନୂଆ ଦର...

ବଢ଼ିଲା ଓମଫେଡ୍ କ୍ଷୀର ଦର। ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହେବ। ଦର ବଢ଼ିବା ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି।  More

ଆଜି ପବିତ୍ର ଶ୍ରୀରାମ ନବମୀ, ଭଦ୍ରକରେ ନଗର ସଂକୀର୍ତ୍ତନ ବେଳେ ବୁଲିବ ଡ୍ରୋନ୍‌ କ୍ୟାମେରା

ଆଜି ପବିତ୍ର ଶ୍ରୀରାମ ନବମୀ । ରାମ ନବମୀ ଉପଲକ୍ଷେ ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ଉତ୍ସବ ମୁଖର ହୋଇପଡ଼ିଛି। More

'Vanik' କୋଚିଂ ସେଣ୍ଟର ଉପରେ ଜିଏସଟି ରେଡ୍; ଶାସକ ଦଳ ନେତାଙ୍କ ସହ ମାଲିକଙ୍କ ଲିଙ୍କ୍

ଗୋଟେ ପଟେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖାଉଛି ତ ଅନ୍ୟପଟେ ଟିକସ ଫାଙ୍କି କେଳେଙ୍କାରୀରେ ମାତିଛି । ରାଜଧାନୀର ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟ ‘ବଣିକ୍’ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । More

ଝୁଲିଲା କନଷ୍ଟେବଲ ନିଯୁକ୍ତି!

ଓଡ଼ିଶା ପୋଲିସ୍‌ରେ ଚାଲିଥିବା କନଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଆଜି ବଡ଼ ଟିପ୍ପଣୀ କରିଛନ୍ତି। More

ପୁଣି ଚର୍ଚ୍ଚାରେ କୋଇଡ଼ା ବିଡିଓ; ଟଙ୍କା ନେଣଦେଣକୁ ନେଇ ନିଜ ବାପା-ଭାଇ ଆକ୍ରମଣ କରିଥିବା ଅଭିଯୋଗ

ଯେଉଁ ବିଡିଓଙ୍କୁ ନେଇ ସାରା କୋଇଡ଼ାରେ କମ୍ପନ.... ଯାହାଙ୍କ ବିରୋଧରେ ଜନତାଙ୍କଠୁ ଜନପ୍ରତିନିଧିଙ୍କ ଯାଏଁ ଜଳିଛି ଆକ୍ରୋଶର ନିଆଁ... ସେହି ବିଡିଓଙ୍କୁ ଏବେ ଆକ୍ରମଣ ଅଭିଯୋଗ । ତା’ପୁଣି ଆକ୍ରମଣକାରୀ ଆଉ କେହି ନୁହଁନ୍ତି, ନିଜ ବାପା ଓ ଭାଇ ମାଡ଼ ମାରିଛନ୍ତି ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ । More

୫୦ ଲକ୍ଷ ଟଙ୍କା ପାଇଁ ୧୫ ବର୍ଷର ପିଲାକୁ ଜାଳିପୋଡ଼ି ଦେଲେ

ନା ସହଜରେ ବିଶ୍ୱାସ କରିହେଉଛି ନା ସହଜରେ ଗ୍ରହଣ କରିହେଉଛି । ମାତ୍ର ୧୫ ବର୍ଷର ନିଷ୍ପାପ ଶିଶୁଟିଏ ଯେ ଆତତାୟୀଙ୍କ ଦ୍ୱାରା ଅତି ବର୍ବର ଭାବେ ହତ୍ୟାର ଶିକାର ହେବ । ତାହା ଦେଖିଲେ ବିଚଳିତ ହୋଇଯାଉଛି ମନ ଆଉ ପ୍ରାଣ । More

ଜାଲ୍‌ ସାର୍ଟିଫିକେଟ୍ ପଛରେ ସରକାରୀ ଦଳର ହାତ ! ବିଧାନସଭାରେ ବର୍ଷିଲେ ବିରୋଧୀ

ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଲମ୍ବୁଛି ଜାଲ୍ ସାର୍ଟିଫିକେଟ କରାବାର । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟର ସାଂଘାତିକ ଅଭିଯୋଗ । ଆଉ ଏ ବଡ଼ ରାକେଟ ପଛରେ ରହିଛି ବିଜେଡି ଲିଙ୍କ୍ । More