ସଂକ୍ଷେପରେ ଆଜିର ତାଜା ଖବର - Monday, 13 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୋବାଇଲ୍ ଦେଲେନି ବୋଲି କ’ଣ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ..! ନା ରାହିଛି ଅନ୍ୟ କିଛି କାରଣ ?

ବଲାଙ୍ଗିର ପୁଇଁତଳାର ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ମୋବାଇଲ ମାଗିଥିବା ପତ୍ନୀଙ୍କୁ ଡାଟା ସରିଯିବ କହି ମନା କରିଥିଲେ ସ୍ୱାମୀ । More

ମାଡ଼ି ଚାଲିଛି ଜଙ୍ଗଲ ନିଆଁ ! ୧୨ ଶହରୁ ଅଧିକ ସ୍ଥାନରେ ଜଳୁଛି, ବନ୍ୟଜନ୍ତୁ ଜନବସତି ମୁହାଁ

ଜନବସତି ମୁହାଁ ଜଙ୍ଗଲ ଯନ୍ତୁଙ୍କୁ ନେଇ ଚିନ୍ତା । ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ଖବର ଦେଲେ ୧୦ ହଜାର ପୁରସ୍କାର । More

ବିଧାନସଭାରେ ବଡ଼ ପ୍ରଶ୍ନ, 5T କ’ଣ ଏକ ବିଭାଗ ? ନା.. 5T ଏକ ଚିନ୍ତାଧାରା..!

ସବୁ ବିଭାଗର କ୍ଷମତା ସଂକୋଚନ ପାଇଁ ଆସିଛି କି 5T ? ଯଦି ବିଭାଗ, ତେବେ ବିଧାନସଭାରେ କାହିଁକି ହେଉନି ପ୍ରଶ୍ନୋତ୍ତର ? More

କି ଦୁର୍ଭାଗ୍ୟ ! ଗାଡ଼ିରୁ ତେଲ ସରିବାରୁ ଧରାପଡ଼ିଗଲେ ଲୁଟେରା

୨ଜଣ ଲୁଟେରା କେନ୍ଦ୍ରାପଡା ରାସ୍ତାରେ ଜଣେ ମହିଳାଙ୍କଠାରୁ ଚେନ୍ ଛିନତାଇ କରି ସ୍ପିଡରେ ପଳାଇ ଯାଉଥିବାବେଳେ ସେମାନଙ୍କୁ ଧରିବାକୁ ପଛରେ ଗୋଡାଇ ଥିଲେ କିଛି ଲୋକେ । ତେବେ ସ୍ପିଡ୍ ରେ ଯାଉଥିବାବେଳେ ଲୁଟେରାଙ୍କ ଗାଡିରୁ ତେଲ ସରିଯାଇଥିଲା । ତା’ପରେ.. More

ବାଲେଶ୍ୱରର ବୁଲେଟ୍‌ ରାଣୀ : ଦୁଃସାହସିକ ଷ୍ଟଣ୍ଟ ପ୍ରଦର୍ଶନ କରି ଚମକାଇ ଦେଲେ ଜିନା

୨୭ ବର୍ଷିୟ ଜିନା ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର More

ଶୂନ୍ୟକାଳରେ ଜୟନାରାଣଙ୍କ ପ୍ରଶ୍ନ . . 5-T ଏକ ବିଭାଗ କି ?

5T ଟା କ’ଣ ବୁଝା ପଡୁନି । ଏହା କ’ଣ ଏକ ବିଭାଗ ? More

ହତ୍ୟାକାଣ୍ଡର ଦିନକ ପୂର୍ବରୁ ଝିଅ ଦୀପାଳି ସହ ନବ ଦାସଙ୍କ ଶେଷ କଥା...

ଗତ ୨୮ ତାରିଖରେ ନବ ଦାସ ଝିଅ ଦୀପାଳିଙ୍କୁ ଫୋନ କରି କହିଥିଲେ କି ତୁ ଶୀଘ୍ର ପଳାଇ ଆସେ। ଦୀପାଳିି ବିଦେଶରେ ଥିବାରୁ ତାଙ୍କୁ ଶୀଘ୍ର ଆସିବାକୁ କହିଥିଲେ ନବ। More

ପ୍ରଚଣ୍ଡ ଶବ୍ଦରେ ଥରିଲା ୪ ଜିଲ୍ଲା : ଭୟରେ ବାହାରକୁ ବାହାରି ଆସିଲେ ଲୋକେ

ଶବ୍ଦର କାରଣ ଅସ୍ପଷ୍ଟ ରହିଛି । More

ନିଶା କବଳରେ ଯୁବପିଢ଼ି, ୪୦ ଲକ୍ଷ ଟଙ୍କାର କଫ ସିରପ୍‌ ଜବତ...

ନିଶା ବିରୋଧରେ ବଲାଙ୍ଗିର ପୋଲିସ୍‌ର ମିଶନ ‘କଫ ସିରପ୍‌’। ଗାଡ଼ି ସମେତ ୪୦ ଲକ୍ଷ ଟଙ୍କାର କଫ ସିରପ୍‌ ବୋତଲ ବଲାଙ୍ଗିର ପୋଲିସ୍‌ ଜବତ କରିଛି।  More

ପରୀକ୍ଷା ବେଳେ ମୋବାଇଲ୍‌ ଅନ୍‌ କଲେ; ନିଳମ୍ବିତ ହେଲେ ୩ ଅଧୀକ୍ଷକ

କାକଟପୁର ଓ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟ ଅଧୀକ୍ଷକ ବଦଳିଲେ । ପରୀକ୍ଷା ବେଳେ ଅଧୀକ୍ଷକଙ୍କ ମୋବାଇଲ୍ ସ୍ୱିଚ୍ ଅନ୍ ଥିବାରୁ ବଦଳିଲେ । କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟ କିରାଣି ଚାକିରିରୁ ନିଲମ୍ବିତ ହୋଇଛନ୍ତି । More

ନୂଆପଡ଼ା ଚାଷୀଙ୍କୁ ଆଳୁ ଦେଇଛି ନୂଆ ରୋଜଗାର

ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ। More

ମୋବାଇଲ୍‌ ଦେଲାନି ସ୍ୱାମୀ, ପନିକିରେ ହାଣିଲା ସ୍ତ୍ରୀ

ମୋବାଇଲ୍‌ ଦେବାକୁ ମନା କରିବାରୁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏହି ଘଟଣା ଘଟିଛି। More

ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଯାଉଥିବା ବେଳେ ଓଲଟିଲା ବସ୍‌, ମଧ୍ୟ ରାତ୍ରରେ ଦୁର୍ଘଟଣା...

ବାରିପଦା-ବେତନଟୀ ରାସ୍ତାରେ ବସ୍‌ ଓଲଟି ପଡ଼ିବା ଯୋଗୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ମଧ୍ୟ ରାତ୍ରରେ ‘ଇନ୍ଦ୍ରାଣୀ’ ନାମକ ଏକ ଘରୋଇ ବସ୍‌ ଓଲଟି ପଡ଼ିଥିଲା। More

ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ଥିଲା ଦ୍ୱାଦଶାହ

ମାର୍ଚ୍ଚ ୧ ତାରିଖରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିଲା । ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା । More

ଆଞ୍ଚଳିକ ସିନେମାରେ ଆସିଛି ନୂଆଯୁଗ: ଅମୋଲ ପାଲେକର୍

ଓଡ଼ିଆ ନୁହେଁ, ବିଭିନ୍ନ ଭାରତୀୟ ଭାଷାର ସିନେମା ଶିଳ୍ପରେ ଯେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି ଏବଂ ତାହା ଆଗକୁ ଅଭିବୃଦ୍ଧିର ଆହୁରି ଅନେକ ପାହାଚ ଚଢ଼ିବାକୁ ଯାଉଛି, ତାହା ପ୍ରମାଣିତ ହୋଇଥିଲା ତରଙ୍ଗ ସିନେଫ୍ଲିକ୍ସ-୨୦୨୩ରେ । More

ନିଆରା ବାହାଘର; ଘୋଡ଼ାରେ ବର, ଶଗଡ଼ରେ କନିଆଁ

୨୦୨୩ରେ ଆଗକାଳ ଭଳି ବିବାହ ଶୋଭାଯାତ୍ରାର ଚିତ୍ର । ବିଳାସପୂର୍ଣ୍ଣ କାର ବଦଳରେ ପୁରୁଣାକାଳିଆ ଶଗଡ଼ ଗାଡ଼ି ଆଉ ଶୀତତାପ ନିୟନ୍ତ୍ରିତ ଆବଦ୍ଧ ସ୍ଥାନ ବଦଳରେ ବାଉଁଶ ପାତିଆର ଆଢୁଆଳ । ତାରି ଭିତରେ ବୋହୂ ଯାଉଛି ଶାଶୁଘର । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଙ୍କତରା ଗାଁର ଏ ଦୃଶ୍ୟ ଆଜି ଦିନରେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ । More

ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ହେଲାଣି ଜଳକଷ୍ଟ; ଦେଖାଦେଲାଣି ପିଇବା ପାଣି ସମସ୍ୟା

ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି । More

H3N2 ଇନ୍‌ଫ୍ଲୁଏନ୍‌ଜା; CDMOମାନଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଔଷଧ, ଅକ୍ସିଜେନ୍ ଓ ଆଇସିୟୁ ସ୍ଥିତି ନିୟମିତ ଅନୁଧ୍ୟାନ କରିବାକୁ ଦିଆଯାଇଛି ପରାମର୍ଶ । ଏହାରି ଭିତରେ ଦୀର୍ଘ ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କୋଭିଡ୍ ସଂକ୍ରମଣ । ଏଣୁ କୋଭିଡ୍ ଅନୁରୂପ ନିୟମ ପାଳନ ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । More