ସଂକ୍ଷେପରେ ଆଜିର ତାଜା ଖବର - Sunday, 29 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶା ଇତିହାସରେ କଳଙ୍କ, ସାରା ରାଜ୍ୟରେ ଚାଞ୍ଚଲ୍ୟ ! ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି କଲେ ପୋଲିସ୍ ASI 

ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ କର୍ମଚାରୀଙ୍କ ଗୁଳି । ଘଟଣାର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । More

ମନ୍ତ୍ରୀଙ୍କୁ ଗୁଳିମାଡ଼ ନେଇ ରାଜ୍ୟ ସାରା ହଇଚଇ, ବିନ୍ଦୁ ବିସର୍ଗ ବି ଜାଣିପାରିଲାନି ଗୋଇନ୍ଦା ବିଭାଗ ?

ନବଙ୍କ ସହ ପୂର୍ବ ଶତ୍ରୁତା ନା ରହିଛି ଅନ୍ୟ କିଛି ରହସ୍ୟ ? କାହିଁକି ଏତେ ବଡ଼ ଦୁଃସାହସ କଲେ ASI ଗୋପାଳ ? More

ମାନସିକ ରୋଗରେ ଆକ୍ରାନ୍ତ ଥିଲେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ

ପ୍ରାୟ ବର୍ଷେ ତଳେ ଗୋପାଳ ଚେକ୍ଅପ ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର । More

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳ କିଏ ? ଆସନ୍ତୁ ଜାଣିବା...

ଆଜି ଡ୍ୟୁଟିରେ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ଗୋପାଳ । More

ଡାକ ବିଭାଗରେ ନିଯୁକ୍ତି ପାଇବେ ୪୦,୮୮୯ ପ୍ରାର୍ଥୀ; ଓଡିଶାରେ ୧୩୮୨

ଡାକ ବିଭାଗରେ ଜବରଦସ୍ତ ନିଯୁକ୍ତି ବାହାରିଛି। ୧୦ମ ପାଶ୍‌ ପ୍ରାର୍ଥୀମାନେ ଏହାର ସୁଯୋଗ ନେବେ। ମୋଟ୍ ୪୦,୮୮୯ପ୍ରାର୍ଥୀ ନିଯୁକ୍ତି ପାଇବେ। ଏନେଇ କୌଣସି ଲିଖିତ ପରୀକ୍ଷା ହେବନି। More

Video: ସ୍ୱାଗତ ପାଇଁ ପାଛୋଟି ନେବା ବେଳେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ...

ଗୁଳିମାଡ଼ରେ ମନ୍ତ୍ରୀ ନବ ଦାସଙ୍କ ସମେତ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ ବେଳର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। More

‘ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଛି ପୋଲିସ୍‌’

ମନ୍ତ୍ରୀ ନବ ଦାସଙ୍କୁ କିଏ ଗୁଳିମାଡ଼ କରିଛି ତାହା ଜଣାପଡ଼ିଛି। ଜଣେ ପୋଲିସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି।  More

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। More

ବନ୍ଦ ପଡ଼ିଛି ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌, ସ୍ୱପ୍ନରେ ରହିଗଲା ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧା...

ବନ୍ଦ ପଡ଼ିଛି ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌। ହସ୍ପିଟାଲ୍‌ ନିର୍ମାଣ କାମ ଶେଷ ହେବାର ଇତି ମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଲାଣି। କୋଭିଡ୍ ସ୍ଥିତି ସମୟରେ ଏହି ହସ୍ପିଟାଲ୍‌ କାର୍ଯ୍ୟକାରୀ ହୋଇଥିଲା, ଏବେ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ଫଳରେ ସେଥିରେ ଥିବା ବହୁ ସରଞ୍ଜାମ ନଷ୍ଟ ହେବାକୁ ବସିଲାଣି।   More

ସ୍କୁଲରେ ଜମୁଛି ଅସାମାଜିକଙ୍କ ଆଡ୍ଡା ! ମଦ ପିଇବା ପରେ ଏଠିସେଠି ଫିଙ୍ଗୁଛନ୍ତି ମଦ ବୋତଳ

ବୁଲା କୁକୁରଙ୍କ ବି ଉତ୍ପାତ ଅଧିକ More

‘ମୁଁ ଆଜି ଅଲୋଡା, ଜଙ୍ଗଲ ମୋର ନୂଆ ଠିକଣା... ’ : ଘୋଡ଼ା କହୁଛି ଦୁଃଖ କାହାଣୀ

ଭିମାନ ଅଂଚଳର ଅଲୋଡା ଘୋଡା, ଜଙ୍ଗଲରେ କଟୁଛି ଦିନରାତି ! ଯେତେବେଳେ ବିଛିନ୍ନାଞ୍ଚଳ ଥିଲା, ସେତେବେଳେ ମୋର ଭାରି ଆଦର ଥିଲା। ଆଜି ଯେତେବେଳେ ସ୍ୱାଭିମାନ ଅଂଚଳ ହେଇଗଲା, ଗଡୁଛି ଅଟୋ ରିକ୍ସା, ବସ୍-ଟ୍ରକ୍। ସେଥିପାଇଁ ମୁଁ ଆଜି ଅଲୋଡା। More

Today Panchang 29th Jan 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ, ରବିବାର। ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବୃଷ ତିଥି – ୮ମୀ ଦିବା ୦୯.୦୫ ଗତେ ୯ମୀ ଘାତ ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବିଛା... More

Hockey World Cup: ଫାଇନାଲ୍‌ ଖେଳିବାକୁ ଜର୍ମାନୀକୁ ଲାଗିଲା ୧୨ ବର୍ଷ, ସୁଯୋଗ ହାତଛଡ଼ା କରିବ ନା ବେଲଜିୟମକୁ ଧୂଳି ଚଟେଇବ ?

କଳିଙ୍ଗ ଷ୍ଟାଡିୟମରେ କିଏ ହେବ ବାଦ୍‌ଶାହ ? ବିଶ୍ୱକପ୍‌ ତାଜ ପାଇଁ ସାମ୍ନାସାମ୍ନି ହେବେ ବିଶ୍ୱ ହକିର ଦୁଇ ସୁପର ପାଓ୍ୱାର ଜର୍ମାନୀ ଓ ବେଲଜିୟମ।  More

କ୍ୱାକ୍‌ଙ୍କ କବ୍‌ଜାରେ ଉପାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ! କେମିତି ନକଲି ଡାକ୍ତର ଚିହ୍ନିବେ ରାଜ୍ୟ ସରକାର ?

କେବେ ସୁଦ୍ଧା ସରିବ ଚିହ୍ନଟ ପ୍ରକ୍ରିୟା ? ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ନେଇ HCଙ୍କ ନିର୍ଦ୍ଦେଶ ପରେ ପ୍ରଶ୍ନ । More

ଖଣ୍ଡଗିରି ମାଘ ମେଳାରେ ଡମ୍ବରୁ ବାବା-ଷ୍ଟାଣ୍ଡିଂ ବାବା-ହରି ବାବା-ଡକ୍ଟର ବାବା

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ । ତପୋଭୂମି ଖଣ୍ଡଗିରିରେ ପ୍ରସିଦ୍ଧ ମାଘ ମେଳା ଆରମ୍ଭ । More

ବିଦ୍ରୋହୀଙ୍କ ବସା ପାଲଟିବ କି BRS ? ଅସନ୍ତୁଷ୍ଟ ନେତାଙ୍କୁ ନିଜ ଶିବିରକୁ ନେଉଛନ୍ତି KCR

ବଢିଛି ୩ ପଲିଟିକାଲ୍ ପାର୍ଟିଙ୍କ ଟେନ୍‌ସନ୍‌, ଅକଳରେ ବିଜେଡି । ୨୦୨୪ରେ ରାଜନୈତିକ ସମୀକରଣ ବଦଳିବା ସମୀକ୍ଷକଙ୍କ ଅନୁମାନ । More

ଭାରତ ଆସିବେ ପାକ୍ ମନ୍ତ୍ରୀ ? ଶତ୍ରୁ ଦେଶକୁ ଗଲା ନିମନ୍ତ୍ରଣ ପତ୍ର

ପାକିସ୍ତାନ ସହ ଚୀନକୁ ବି ଡାକିଲା ନୂଆଦିଲ୍ଲୀ More

ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ

ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ। ୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ? ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। More