ସଂକ୍ଷେପରେ ଆଜିର ତାଜା ଖବର - Monday, 07 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶ୍ରୀଜିଉଙ୍କୁ ସୁନାବେଶରେ ମିଳିବ ତ ଦର୍ଶନ ? ପ୍ରଶାସନ ବି ଦୂର କରିପାରିଲାନି ଦ୍ୱନ୍ଦ୍ୱ

ଭୋର୍ ୫ଟା ୩୮ ମଧ୍ୟରେ ଡଙ୍ଗା ଭସାଇବାକୁ ପରାମର୍ଶ । ଆଜି ରାତି ୧୦ଟାରୁ କାଲି ସକାଳ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । More

ଏବେ ପଦ୍ମପୁର ପାଳି, ଏଠି ବି ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରେ ବିଜେଡି...

ଧାମନଗର ଝଟ୍‌କା ପରେ ବିଜେଡିରେ ବଢୁଛି ପ୍ରାର୍ଥୀ ଦ୍ୱନ୍ଦ୍ୱ । ପ୍ରଦୀପ ପୁରୋହିତ ବିଜେପିରୁ ଲଢ଼ିବା ପ୍ରାୟ ନିଶ୍ଚିତ । More

କିଏ କରିଥିଲା ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ପାଇଁ ଲବି, କାହାର ଥିଲା ସ୍ୱାର୍ଥ ? ଏବେ ତାକୁ ଖୋଜୁଛି ଦଳ...

ବିଜେଡିକୁ ବୁମେରାଂ ହେଲା କି ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ? ଚର୍ଚ୍ଚାରେ ବିଜେଡି ବିଜୟ ଧାରାରେ କଳଙ୍କ ଲଗାଇଥିବା ନେତା । More

ଏଥର କ୍ଲିନ୍‌ ଓ ଗ୍ରୀନ୍‌ ହେବ ଐତାହାସିକ ବାଲିଯାତ୍ରା

ଚଳଚଂଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ । ପ୍ଲାଷ୍ଟିକ ମୁକ୍ତ ଯାତ୍ରା ପାଇଁ ହୋଇଛି ବନ୍ଦୋବସ୍ତ । More

ଏଥର ଜମିବ ଧନୁଯାତ୍ରା, ୭୫ ବର୍ଷ ପାଇଁ ଡାଇମଣ୍ଡ ଜୁବ୍‌ଲି ପାଳନ

୧୦ ତାରିଖରେ ଧନୁଯାତ୍ରାର ମୁଖ୍ୟ ଭୂମିକା ମହାରାଜ କଂସଙ୍କ ପାଇଁ କଳାକାର ଚୟନ କରାଯିବାକୁ ସ୍ଥିରୀକୃତ ହୋଇଛି । More

ଓଡ଼ିଶାର ଦୁଇ ନର୍ସଙ୍କୁ ରାଷ୍ଟ୍ରପତିଙ୍କ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର

ଜଗତସିଂହପୁର DDHରେ କାର୍ଯ୍ୟରତ ଖୁଲାନା ବାରିକ ଓ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନୀତି କରିଛନ୍ତି । More

ବାଲିଯାତ୍ରା ପଡିଆରେ ତିଆରି ହେଉଛି ବିଶ୍ୱର ସବୁଠାରୁ ବଡ ବାଲୁକା କଳା

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରାତିଦିନ ଏକ କରି ବିଶ୍ୱ ଦରବାରରେ କଟକର ବାଲିଯାତ୍ରାକୁ ଆଉ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ପରିଚୟ ଦେବା ପାଇଁ ଲାଗିପଡିଛନ୍ତି। ତାଙ୍କର ପ୍ରୟାଶରେ ବିଶ୍ୱର ସବୁଠୁ ବଡ ବାଲୁକା କଳାରେ ଝଲସିବ କଟକ। More

ଏବେ ସମୟ ଆସିଛି ମୁଖ୍ୟମନ୍ତ୍ରୀ ନିଅନ୍ତୁ ଧାମନଗର ଦାୟିତ୍ୱ: ବିଧାୟକ ସୂର୍ଯ୍ୟବଂଶୀ

ଇଞ୍ଜିନିୟରିଂ ମୋର ବୃତ୍ତିଗତ ମାନ୍ୟତା କିନ୍ତୁ ବିଧାୟକ ମୋର କର୍ତ୍ତବ୍ୟ ବୋଲି ଦୋହରାଇଛନ୍ତି ସୂର୍ଯ୍ୟ । More

ଜେଜେ IAS ଅଫିସର, ବାପା ଆସୋସିଏଟ୍ ପ୍ରଫେସର୍ ! ମେଳାରେ ଯୁବତୀ ବିକୁଛନ୍ତି ଦହିବରା

ମୋଟା ଅଙ୍କର ଦରମା ପାଇ ବି ଦହିବରା ବିକୁଛନ୍ତି ଆଶ୍ୟୁକ୍ତା More

ମୁକ୍ତା ଯୋଜନା ନାଁରେ ଟଙ୍କା ହରିଲୁଟ୍ ! ହଜିଯାଇଛି ପ୍ରକଳ୍ପ କିନ୍ତୁ ପଡିରହିଛି ଫଳକ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ମୁକ୍ତା ପ୍ରକଳ୍ପ ପାଇଁ କାର୍ଯ୍ୟାରଦେଶ ଦିଆଯାଇଥିଲା । କିଛି ମହିଳା ମଧ୍ୟ କାମ କରିଥିଲେ । ହେଲେ କେତେ ଟଙ୍କାର କାର୍ଯ୍ୟ, କେତେ ବିଲ୍ ହେଉଛି ସେନେଇ ପଚାରିଲେ SHG ମହିଳାଙ୍କୁ ସଠିକ୍ ଉତ୍ତର ଦେଉନାହାନ୍ତି More

କାଳିଆ ଯୋଜନାରେ କେଳେଙ୍କାରୀ ! ଚାଷୀଙ୍କ ଟଙ୍କା ଲୁଟୁଛନ୍ତି ସରକାରୀ ବାବୁ

ଏଠି ପ୍ରଶ୍ନ ଉଠୁଛି, କାହିଁକି ଯୋଗାଣ ସହାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ? କାହିଁକି ଚାକିରିରୁ ବରଖାସ୍ତ କରାଯାଉନାହିଁ ? ବ୍ଲକ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ରହିଛି କି ସଲାସୁତୁରା ? More

ଅଭାବନୀୟ ଘଟଣା: ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼ ମାରିଲା ପୋଲିସ୍‌

ପୁରୀ ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଣ୍ଟିଦ୍ୱାର ନିକଟରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଶ୍ରଦ୍ଧାଳୁ ଜଣକ ଅଭିଯୋଗ କରିଛନ୍ତି। More

ଜମ ଦୂତ ସାଜି ଲୋକଙ୍କ ଜୀବନ ନେଉଛି କ୍ୟାନ୍ସର

ଦେଶରେ ପ୍ରତିବର୍ଷ ୧୧ ଲକ୍ଷ ନୂଆ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ୫୦ ରୁ ୭୦% ରୋଗୀ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ମେଡିକାଲ ଆସିଥାନ୍ତି। ଯାହାକି ଚିନ୍ତାଜନକ ବିଷୟ। More

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଜାଣନ୍ତୁ, କେତେବେଳେ କରିବେ ପାକ ତ୍ୟାଗ ଓ ଦେବ ନୀତି...

କାଲି ଆକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର। ଚଳିତ ବର୍ଷର ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥିବା ବେଳେ ପୃଥିବୀ ଛାୟାରେ ଏହା ନାଲି ରଙ୍ଗର ଦେଖାଯିବ।  More

ଭୋର ସମୟରେ ମର୍ମନ୍ତୁଦ ଦୁର୍ଘଟଣା: ପଛକୁ ପଛ ପିଟିହେଲା ଗାଡ଼ି, ୩ ମୃତ

ପଛକୁ ପଛ ଗାଡ଼ି ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଦୁଇଟି କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। More

ଆଉ ଅପରାଜେୟ ନୁହେଁ ବିଜେଡି, ଭବିଷ୍ୟତ ରାଜ୍ୟ ରାଜନୀତିକୁ ନେଇ ବଢ଼ିଲା କଳ୍ପନାଜଳ୍ପନା

ନବୀନ ମ୍ୟାଜିକର କିଛି ବି ତୋଡ଼ ନାହିଁ। ହେଲେ ଏସବୁ ଭୁଲ୍ ବୋଲି ଆଜି ପ୍ରମାଣ କରିଦେଇଛନ୍ତି ଧାମନଗର ଭୋଟର୍।  More

ଖାଉଥିଲୁ ଖାଇବୁ, ଧମକର ଜବାବ ଦେବୁ: ହେତୁବାଦୀ

ଆଉ ସହିବୁନି ସନାତନ ସଂସ୍କୃତିର ଅପମାନ । ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟିକାରୀଙ୍କୁ ଛାଡ଼ିବୁନି । ଯେଉଁଠି ପରଂପରା ବିରୋଧୀ କାମ ହେବ, ସେଠି ପହଞ୍ଚି ଘଣ୍ଟ ପିଟିବୁ । ଭୁବନେଶ୍ୱରରେ ରାମମନ୍ଦିର ସମ୍ମୁଖରେ ଆଜି ଏମିତି ଢଙ୍ଗରେ ଚେତାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ । More

ଧାମନଗର ଉପନିର୍ବାଚନ: ବିଜେଡିର ଷ୍ଟ୍ରାଟେଜିରେ କେଉଁଠି ରହିଲା ଭୁଲ୍? 

ବିଜେଡି ହାରିବା ପଛର ପ୍ରମୁଖ କାରଣ କଣ? ଆରମ୍ଭ ହୋଇଛି ଏହାର ପୋଷ୍ଟମର୍ଟମ୍। More

ଇଞ୍ଜିନିୟରରୁ ରାଜନେତା; ବାପାଙ୍କ ରାସ୍ତାରେ ଆଗେଇଲା ପୁଅ

ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ବାପା ବିଷ୍ଣୁ ସେଠୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ । ଧାମନଗର ବିଜେପିର ଯୁବ ଚେହେରା । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ବି ପାଲଟିଯାଇଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା । More

ଧାମନଗରରେ ଫେଲ୍ ମାରିଲା ନବୀନଙ୍କ ମ୍ୟାଜିକ୍; ଗଡ଼ ବଜାୟ ରଖିଲା ବିଜେପି

ବିଷ୍ଣୁଙ୍କ ଗଡ଼ରେ ଉଇଁଲେ ସୂର୍ଯ୍ୟ । ବାପାଙ୍କ ଆସନରେ ବସିଲେ ପୁଅ । ଏ ବିଜୟ ସୂର୍ଯ୍ୟବଂଶୀ ସୂରଜଙ୍କର, ଭାରତୀୟ ଜନତା ପାର୍ଟିର, ସାରା ଧାମନଗର ବାସୀଙ୍କର । ବିଜେପି ଜିତିଛି ଧାମନଗର ବାଜି । ଯୁଆଡେ ଦେଖିବ ଫରଫର ଉଡୁଛି ପଦ୍ମ ପତାକା । More