ସଂକ୍ଷେପରେ ଆଜିର ତାଜା ଖବର - Thursday, 20 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସପ୍ତମ ପଢିବାବେଳେ ୨ ଯୁବକଙ୍କ ବିରୋଧରେ ଅର୍ଚ୍ଚନା ଆଣିଥିଲା ଦୁଷ୍କର୍ମ ଅଭିଯୋଗ

ଅର୍ଚ୍ଚନାର କେଳେଙ୍କାରୀ ଏତିକି ନୁହେଁ। ଚର୍ଚ୍ଚାକୁ ଆସିଛି କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠା।  More

ଧାମନଗର ଉପନିର୍ବାଚନରେ ଯାଜପୁର ବିଜେଡି ନେତାଙ୍କ ହାକିମାତି

ଯାଜପୁର ବିଜେଡି ନେତାଙ୍କ ଏଭଳି ଦବଦବାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। More

ଏଣିକି କୋରାପୁଟର ଜୟପୁର ବିମାନବନ୍ଦରକୁ ଉଡ଼ିବ ବିମାନ

ଜୟପୁରକୁ ଉଡାନ୍ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି। More

ଦୁଇବର୍ଷ ପରେ କଟକଣାମୁକ୍ତ ଦୀପାବଳି : ବର୍ଷା ଆଶଙ୍କା କରି ଗ୍ରାହକ ବି ବାଣ କିଣିବେ ନା ନାହିଁ ଦ୍ୱନ୍ଦ୍ୱରେ

ସମ୍ଭାବ୍ୟ ବର୍ଷା ଓ ପ୍ରଶାସନର ଚଢାଉକୁ ନେଇ ଚିନ୍ତାରେ ବାଣ ବ୍ୟବସାୟୀ More

ମନର ମଣିଷ ନୁହେଁ ପିଶାଚ ! ସ୍ତ୍ରୀକୁ ହତ୍ୟା କରି ପୋତିଦେଲା ସ୍ୱାମୀ, ୪୫ ଦିନ ପରେ ମୃତଦେହ ଉଦ୍ଧାର

ସ୍ତ୍ରୀକୁ ମାରି ଅଗଣାରେ ପୋତିଦେଲା ମଦ୍ୟପ ସ୍ୱାମୀ । ୪୫ ଦିନ ପରେ ପୋଲିସ ଆସି ଖୋଳିଲା ମାଟି ମୃତଦେହ ଉଦ୍ଧାର କରିଛି । More

ପୁଅ ବିଡିଓ ! ଟଙ୍କା ପଇସାର ଅଭାବ ନାହିଁ, ତଥାପି ବାପାମାଆ ନେଉଛନ୍ତି ରାସନ ଚାଉଳ

ଦୀର୍ଘ ୩ ବର୍ଷ ହେବ ସେମାନେ ରାସନ କାର୍ଡର ସୁବିଧା ପାଉଥିବା ଅଭିଯୋଗ ହୋଇଛି । More

ବାତ୍ୟା ନେଇ IMD ଡିଜିଙ୍କ ବଡ଼ ସୂଚନା, ଓଡ଼ିଶା ଛୁଇଁବନି ବାତ୍ୟା !

ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ । More

Today Gold Price- 20th Oct : କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ସୁନାର ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସାମାନ୍ୟ କମ୍‌ ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୧୦୦ ଟଙ୍କା ରହିଛି । More

ଭିଟାମାଟି ପାଇଁ ଆଦିବାସୀଙ୍କ ପଦଯାତ୍ରା, ଅଭିଯୋଗ କରିବାକୁ ୬୫ କିମି ଚାଲିଲେ

ରାଜଗାଙ୍ଗପୁର, କୁତ୍ରା ବ୍ଲକର ୫ ପଞ୍ଚାୟତର ବାସିନ୍ଦା । ରାଜଗାଙ୍ଗପୁର କେଶ୍ରାମାଲରୁ ସୁନ୍ଦରଗଡ ପର୍ଯ୍ୟନ୍ତ ପଦଯାତ୍ରା । More

ବଡ଼ ଅପ୍‌ଡେଟ୍ ! ଓଡ଼ିଶା ଛୁଇଁ ଚାଲିଯିବ ବାତ୍ୟା

ବୈଠକରେ ଏସ୍‌ଆର୍‌ସିଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗଦେବେ । More

Today Panchang 20th Oct 2022 : ଆଜିର ପଞ୍ଚାଙ୍ଗରୁ ଜାଣନ୍ତୁ କେଉଁ ଶୁଭ ସମୟରେ କରିବେ ଗୃହ ପ୍ରବେଶ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ଆପଣ ଆଶ୍ଚର୍ଯ୍ୟ ହେବେ ! ପରିମଳ ବ୍ୟବସ୍ଥାର ବିକଳ ଚିତ୍ର, ନଦୀ ଉପରେ କରାଯାଇଛି ପାଇଖାନା

ନଦୀ ଭିତରେ ସିଧା ସଳଖ ମଳତ୍ୟାଗ କରୁଛନ୍ତି ଲୋକେ । ବାହ୍ୟମଳମୁକ୍ତ ଅଞ୍ଚଳ ଘୋଷଣା ସତ୍ତ୍ୱେ ଖୋଲାରେ ମଳତ୍ୟାଗ । More

କାର୍ତ୍ତିକରେ କରେଣ୍ଟ ମାରୁଛି ପରିବା ଦର, ଯାହାକୁ ଛୁଇଁବ ୫୦

ବଜାରରେ ଭଳିକି ଭଳି ପନିପରିବା । ବେପାରି ପରିବା ଧରି ବିକିବା ପାଇଁ ବସିଛି । ଗ୍ରାହକ ବି ପରିବା କିଣିବା ପାଇଁ ବଜାରରେ ବୁଲୁଛନ୍ତି । ହେଲେ ଦର ପଚାରି ପରିବାରେ ହାତ ନ ମାରି ଚାଲି ଯାଉଛନ୍ତି। More

ଆଜିଠୁ ଲଘୁଚାପ ! ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟରେ ୭ ଜିଲ୍ଲା

ଆଇଏମଡି ଜିଏଫଏସ୍ ମଡେଲ କହୁଛି, ଓଡିଶାରେ ସ୍ଥଳ ଭାଗ ଛୁଇଁ ପାରେ ବାତ୍ୟା ସିତ୍ରାଙ୍ଗ । ତେବେ ଆଇଏମ୍‌ଡି ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ନେଇ ଏଯାଏଁ କୌଣସି ଆକଳନ କରିନାହିଁ । More

ଖୋଲିଲାନି ମୋ ବସ୍‌ର ଡୋର୍‌; ଝରକା ଡେଇଁ ପଦାକୁ ବାହାରିଲେ ଯାତ୍ରୀ

କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩  ନମ୍ବର ରୁଟ୍‌ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା । ଫଳରେ ବସ୍‌ର ଦୁଇଟି ଯାକ ଡୋର ଖୋଲି ନଥିଲା । More

ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ ଶେଷ

ସଜେଇ ହେଉଛି କଟକର ଐତିହାସିକ ବାଲିଯାତ୍ରା ପଡିଆ । ବାଲିଯାତ୍ରା ପଡିଆର ମୁଖ୍ୟ ଗେଟ୍‌ରେ ଚାଲିଛି ରଙ୍ଗ କାମ । ଆଉ ଏପଟେ ପଡିଆରେ ବ୍ୟବସାୟୀ ଏବଂ ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ସହ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି । ହେଲେ ପ୍ଲଟ୍ ନିଲାମ ଆରମ୍ଭରୁ ଦେଖାଦେଇଛି ବିବାଦ । More

ଆକାଶଛୁଆଁ ଅବଢ଼ା ଦର; ୨ଶହ ଟଙ୍କାରେ ବି ପୂରୁନି ଜଣଙ୍କ ପେଟ

ଧର୍ମମାସ କାର୍ତ୍ତିକରେ ଅବଢ଼ା ରେଟ୍ ହୋଇଛି ଆକାଶଛୁଆଁ । ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି । More

ସ୍ୱତନ୍ତ୍ର ଭାବେ 'କଂଗ୍ରେସ' ଚଳାଇପାରିବେ କି ଖଡଗେ?

ଖଡଗେ ସଭାପତି ହେବା ପରେ ତାଙ୍କ ଆଗରେ ଉଭୟ ସାଂଗଠନିକ ଓ ରାଜନୈତିକ ସ୍ତରରେ ଅନେକ ଚ୍ୟାଲେଞ୍ଜ୍ କୁହାଯାଉଛି, ସଭାପତି ହେବା ସତ୍ତ୍ୱେ ଗାନ୍ଧୀ ପରିବାର ଛାଇରୁ ବାହାରି ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ ତ ଖଡଗେ? More

ରାଜୁ ଦାସଙ୍କୁ ଦଳରୁ ବହିଷ୍କୃତ; ବଢ଼ିଲା ବିଜେଡିର ଭୋଟ୍ ବିଭାଜନ ଆଶଙ୍କା

ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ ବିଜେଡି ? More