ସଂକ୍ଷେପରେ ଆଜିର ତାଜା ଖବର - Saturday, 27 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପରିଣତ ବୟୟରେ ନିଜ ଗର୍ଭକୁ କାହିଁକି ନିନ୍ଦୁଛି ଏ ବୁଢ଼ୀ ମାଆ ?

ନିଜ ଜନ୍ମଦାତାଙ୍କ ପ୍ରତି ଏଭଳି ଆଚରଣକାରୀ ପୁଅ-ଝିଅ କେମିତି ଭୁଲିଯାଉଛନ୍ତି ଯେ କାଲି ସେମାନଙ୍କ ଦିନ ବି ଆସୁଛି ବୋଲି...। More

ପଶ୍ଚିମ ଓଡ଼ିଶାରେ ଘନଉଛି ନୂଆଖାଇ ଛୁଟି ବିବାଦ

ବଢୁଛି ନୂଆଖାଇ ଛୁଟି ବିବାଦ। ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ବିକ୍ଷୋଭ ସହ ଆନ୍ଦୋଳନ। କେଉଁଠି ଜିଲ୍ଲାପାଳଙ୍କ ଅଫିସ୍‌ରେ ପଶି ହଙ୍ଗାମା କଲେଣି ତ ଆଉ କେଉଁଠି ସ୍ମାରକପତ୍ର ଦେଇ ଚେତାବନୀ ଶୁଣାଇଲେ। ବରଗଡ଼ରୁ ବଲାଙ୍ଗିର, ସମ୍ବଲପୁରରୁ ସୁବର୍ଣ୍ଣପୁର ସବୁଠି ଦେଖାଦେଇଛି ଅସନ୍ତୋଷର ବାତାବରଣ। More

ସାର ଅଭାବକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ସାର ଅଭାବକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଏହାର ଜବାବ ଦେଇଛନ୍ତି। ରାଜ୍ୟ ଯେତିକି ସାର ମାଗିଥିଲା ତା’ଠାରୁ ଯଥେଷ୍ଟ ଅଧିକ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି। ହେଲେ… More

‘ଭାରତ ରତ୍ନ’ ଠାରୁ ଅପହଞ୍ଚ ଦୂରରେ ହକି ଯାଦୁକର

ଭାରତୀୟ ହକି କହିଲେ ଯାହାଙ୍କ ନାଁ ମନ ଭିତରେ ସ୍ୱତଃ ଭାସି ଆସେ, ସେ ହେଉଛନ୍ତି ତିନି ଥର ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ମେଜର୍ ଧ୍ୟାନ ଚାନ୍ଦ। ଅସାମାନ୍ୟ ଖେଳାଳି, ‘ହକି ଯାଦୁକର’ ଭାବରେ ଆଖ୍ୟାୟିତ; ଅଥଚ ଧ୍ୟାନ ଚାନ୍ଦଙ୍କୁ ପ୍ରଥମ କ୍ରୀଡ଼ାବ୍ୟକ୍ତିତ୍ୱ ଭାବେ ମରଣୋତ୍ତର ‘ଭାରତ ରତ୍ନ’ ଦିଆ ନ ଯାଇ ଜଣେ କ୍ରିକେଟ୍ ତାରକାଙ୍କୁ ବଛାଯିବା ପଛରେ କି କାରଣ ଥିଲା ଆସନ୍ତୁ ଜାଣିବା। More

‘ଅଜା କିଚେନ’ର କମାଲ : ସହଯୋଗ କରୁଛନ୍ତି ଆଈ...ୟୁଟ୍ୟୁବରେ ‌ଆଠ ଲକ୍ଷ ସବ୍‌ସ୍କ୍ରାଇବର୍‌

ବୃଦ୍ଧ ଦମ୍ପତିଙ୍କ ପ୍ରତିଭା ଅନ୍ୟମାନଙ୍କ ପାଇଁ ପ୍ରେରଣା । More

କେମିତି କରିବେ ପୂଜାଘର, ଶୁଭ ଫଳ ପାଇଁ ୧୦ ପଏଣ୍ଟ୍

ଘର ତିଆରି ବେଳେ ପ୍ରତ୍ୟେକ ହିନ୍ଦୁ ପରିବାର ଏକ ଠାକୁର ଘର ନିର୍ମାଣର ଚିନ୍ତା କରିଥାନ୍ତି। ଘରେ ସର୍ବଦା ଈଶ୍ୱର କରୁଣା ରହୁ ଏହା ସମସ୍ତଙ୍କର ଲକ୍ଷ ଥାଏ। ତେବେ ଏହି ଠାକୁର ଘର କିପରି ହେଲେ ଶୁଭ ଫଳ ମିଳିବ ଆସନ୍ତୁ ଜାଣିବା। More

ଚାଲ ବୁଲିଯିବା ଘୋଡ଼ାହାଡ଼ ଇକୋ ଟୁରିଷ୍ଟ ସ୍ପଟ୍

ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। More

ଫୋନ୍‌ କରି କରି ଥକିଗଲା ବୁଢ଼ୀ ମା’ : ବାପାର ଶବ ନେବାକୁ ଆସିଲାନି କୁଲାଙ୍ଗାର ପୁଅ

ଏ ଦୁନିଆରେ ସମସ୍ତେ ସ୍ୱାର୍ଥର ଦାସ । ସ୍ୱାର୍ଥ ସରିଗଲେ ପୁଅଝିଅ ବି ବାପାମା’ଙ୍କୁ ଚିହ୍ନି ପାରନ୍ତି ନାହିଁ । More

ମନ୍ଦିରରେ ସ୍କୁଲ : ଯେଉଁଠି ଭକ୍ତ ଆସି ପୂଜାପାଠ କରନ୍ତି, ସେଇଠି ବସି ପାଠ ପଢ଼ନ୍ତି ଛୋଟ ଛୋଟ ପିଲା

ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ ଭୋଜନ ହୁଏ ମନ୍ଦିର ପ୍ରାଙ୍ଗଣରେ। More

ଆନ୍ଧ୍ରର କୋଟିଆ ଲୋଭ, ୧୧ କୋଟି ଖର୍ଚ୍ଚରେ ତିଆରି ହେବ ରାସ୍ତା

କୋଟିଆ ପଞ୍ଚାୟତର ଶେଷ ଗାଁ ଫାଟୁସିନେରି ନିକଟ ତଥା ଆନ୍ଧ୍ରର ନନ୍ଦା ଗାଁ ପଟେ ରାସ୍ତା ତିଆରି ପାଇଁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। More

ଦିବ୍ୟାଙ୍ଗ ପ୍ରେମିକଙ୍କ ହାତ ଧରିଲେ ଚାନ୍ଦିନୀ : ନିରୋଳା ପ୍ରେମ ପାଇଁ ଅଢ଼େଇ ଲକ୍ଷ ପୁରସ୍କାର ଦେଲେ ସରକାର

ଦିଲ୍ଲୀପ ଓ ଚାନ୍ଦିନୀଙ୍କ ପ୍ରେମକାହାଣୀ ଦିନେ ଚର୍ଚ୍ଚାରେ ଥିଲା। ଏବେ ପୁଣି ସେମାନେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । More

ସରକାରୀ କ୍ୱାର୍ଟର୍ସରୁ ମିଳିଲା ମହିଳା SIଙ୍କ ଝୁଲନ୍ତା ମୃତଦେହ

କେଉଁ ପରିସ୍ଥିତିରେ ମହିଳା SIଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ନି। ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। More

ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟାନ୍‌: ଆଇନ୍‌ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ି ଭାବେ ସାରା ରାଜ୍ୟରେ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରାଯାଇଛି।  More

ବ୍ରିଜ୍‌ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ

କେଉଁ କାରଣ ପାଇଁ ଯୁବକ ଜଣକ ନଦୀକୁ ଡେଇଁଲେ ତାହା ଜଣାପଡ଼ି ନାହିଁ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି। More

ବାର୍‌ହା ଶିକାର ପାଇଁ ପଡ଼ିଥିଲା ବିଦ୍ୟୁତ୍‌ ଚାର୍ଜିତ ଫାଶ, ହେଲେ ପଡ଼ିଗଲା ହାତୀ...

ବାର୍‌ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍‌ ଚାର୍ଜିତ ଫାଶ ବସାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ, ଏକ ଦନ୍ତା ଏହି ବିଦ୍ୟୁତ୍‌ ଚାର୍ଜିତ ଫାଶରେ ପଡ଼ି ଯାଇଥିଲା। More

ଆଜି ASO ପରୀକ୍ଷା, ୩ଟି ସିଟିଂରେ ହେବ ପରୀକ୍ଷା 

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି। More

ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା

ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। More

ସ୍ମାର୍ଟ ସିଟିରେ ଏବେ ଲୋକଙ୍କୁ ଘାରିଛି ଅଳିଆ ଟେନସନ୍ : ଆବର୍ଜନା ହଟାଇବା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ସ୍ଥିତି କାଲି ଥିଲା ଯାହା ଆଜି ବି ତାହା । କେଉଁଠୁ ଆବର୍ଜନା ଉଠୁଛି ତ ଆଉ କେଉଁଠି ଉଠୁନି । More

ସରକାରୀ ନିଯୁକ୍ତି ରାସ୍ତାରେ ବାଟ ଓଗାଳୁଛନ୍ତି ସରକାରୀ ବାବୁ

୨୦୧୯ରେ ସରକାରକୁ ଆସିବା ପରେ ୩ ବର୍ଷରେ ମାତ୍ର ୩୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର କିନ୍ତୁ ରାଜ୍ୟରେ ଏବେ ବି ୭୩ ହଜାର ସରକାରୀ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।  More

କାହିଁକି ବିଜେଡି ଯୁବ ଓ ଛାତ୍ର ସଂଗଠନର ଜୁମ୍ବୋ ଟିମ୍ ? ଯୁବ ନେତାଙ୍କୁ ଥଇଥାନ ନା ଦଳୀୟ ଅସନ୍ତୋଷର ପ୍ରଶମନ ଚେଷ୍ଟା

ରାଜନୈତିକ ବିଶେଷଜ୍ଞ କହିଲେ ୨୫ ବର୍ଷ ପୂର୍ତ୍ତି ପାଳନ ଓ ୨୪ ନିର୍ବାଚନ ପାଇଁ ଜରୁରୀ ଯୁବ ଚେହେରା More

ଚାଟ୍ ଖୋଲିବ କି ଶ୍ୱେତା ମୃତ୍ୟୁର ଗୁମର ? ବିବାହ ଟାଳିବାକୁ ନାନା ଆଳ କରିଥିଲେ ସୌମ୍ୟଜିତଙ୍କ ପରିବାର

ପ୍ରଥମେ ଫୋନ କଲ ରେକର୍ଡିଂ, ପରେ ଡାଏରୀ ଆଉ ଏବେ ଶ୍ୱେତା-ସୌମ୍ୟଜିତ ସସପେନ୍ସର ପରଦା ହଟାଉଛି ହ୍ୱାଟ୍ସଆପ୍ ଚାଟ୍ More