ସଂକ୍ଷେପରେ ଆଜିର ତାଜା ଖବର - Sunday, 27 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦୟାଲ ଆଶ୍ରମରେ ପଶିଲା ତଦନ୍ତକାରୀ ସଂସ୍ଥା

କ୍ରାଇମ୍ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ୍‌। ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ଦୟାଲ ଆଶ୍ରମରେ ପଶିଲା ତଦନ୍ତକାରୀ ସଂସ୍ଥା। ଯେଉଁଠି ରହସ୍ୟଜନକ ମେମୋରୀଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ସବକ୍ ଶିଖାଇବାକୁ ଏଠାରେ ତିଆରି ହୋଇଥିଲା ଅପରାଧର ନକ୍ସା। More

IICଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ?

IICଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ? ଚାପରେ ଥାଇ ଆତ୍ମହତ୍ୟା, ସର୍ଭିସ ରିଭଲଭରରୁ ଅକସ୍ମାତ ଗୁଳି ଫୁଟି ନା ଅନ୍ୟ କେଉଁ ଅନାଲୋଚିତ କାରଣ ପାଇଁ ମୃତ୍ୟୁ ଫାସରେ ପଡ଼ିଗଲେ ଥାନାଧିକାରୀ ଦେବ କୁମାର ଗମାଙ୍ଗ ଏଭଳି ପ୍ରଶ୍ନ ଉଙ୍କିମାରୁଛି। More

ଶାସ୍ତ୍ରୀୟ ବିଧିକୁ ନ ମାନି ଅସମୟରେ ବନଯାଗ ଯାତ୍ରା !

ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ରରେ ବନଯାଗ ଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ। ନବକଳେବର ପଦ୍ଧତି ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ କ୍ଷୁଣ୍ଣ କରୁଛି। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଲେ ଦଇତାପତି। More

୪୮ ଘଣ୍ଟା ପରେ ବି IIC ଦେବ ଗମାଙ୍ଗ ମୃତ୍ୟୁ ରହସ୍ୟଘେରରେ : ଘଟଣାର ସଠିକ୍ ତଦନ୍ତ କଲେ ଦାବି IICଙ୍କ ପତ୍ନୀ

ପାରିବାରିକ ସ୍ଥିତି ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା । କେବଳ ଓ୍ୱାର୍କ ପ୍ରେସର ଅଧିକ ଥିଲା, ନିର୍ବାଚନ ପରେ ଛୁଟିରେ ଆସିବେ କହୁଥିଲେ । More

ମହଙ୍ଗା ପଡ଼ିଲା ମିଛ ମାମଲା ରୁଜୁ କରି ଗିରଫ କରିବା

ଆଳିର ଆଠକଣିଆ ଛକରେ ଏକ ପିକଅପଗାଡ଼ିରେ ବେଆଇନ ଗୋଚାଲାଣ ହେଉଥିଲା। More

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ବରଗଡ ଜିଲ୍ଲା ବରପାଲିର ରିପୁନାଥ ସେଠ କଂଗେସରୁ ରାଜନୀତି ଆରମ୍ଭ କରିଥିଲେ । ୧୯୯୨ରେ ବରପାଲି ଏନଏସି ଚେୟାରମ୍ୟାନ୍ ଓ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ । More

ସେଦିନ ଆଶ୍ରମରେ କଣ ଘଟିଥିଲା, ସବୁ ଜାଣିଲା କ୍ରାଇମବ୍ରାଞ୍ଚ୍ !

ଅଢେଇ ଘଣ୍ଟାର ତନାଘନା ପରେ ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମ ସିଲ୍ କଲା କ୍ରାଇମବ୍ରାଞ୍ଚ।  More

ସରକାରୀ ଅର୍ଥ ହଡ଼ପ ଅଭିଯୋଗ, ୨ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ

ସରକାରୀ ଅର୍ଥ ହଡ଼ପ ଅଭିଯୋଗରୁ ଦୁଇ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ । ସୁବାସ ଘିସିଂ ଗିରି ନାମକ ଜଣେ ଯୁବକକୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି । More

ଦୁଇ ଓଡିଆ ଅନ୍ତର୍ଜାତୀୟ କ୍ରୀଡା ତାରକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଦୁବାଇ ଠାରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ପ୍ରତିଯୋଗିତାରେ ୩ଟି ମେଡାଲ ହାସଲ କରିଛନ୍ତି ଜୟନ୍ତୀ। More

କ୍ୟାମେରାମ୍ୟାନ୍ ମାନସଙ୍କ ହତ୍ୟାକାରୀକୁ ଧରିବା ପାଇଁ ଆସିଲା ଥ୍ରୀ-ଡି କ୍ୟାମେରା

ହାଇରିଜୋଲ୍ୟୁସନ୍ କ୍ୟାମେରାରେ ଘଟଣାସ୍ଥଳର ଥ୍ରୀଡି ଫୁଟେଜ୍ ନିଆଯାଇ ଫୋରେନସିକ୍ ଯାଞ୍ଚ୍ କରାଯାଉଛି। More

ଭୁବନେଶ୍ୱରରେ ‘RRR’ କ୍ରେଜ୍‌, ସୂର୍ଯ୍ୟୋଦୟ ନହେଣୁ ଭୋର ୫ଟାରୁ ହଲ୍‌ ଆଗରେ ଦର୍ଶକଙ୍କ ଭିଡ଼

ବକ୍ସ ଅଫିସ୍‌ରେ ଧମାଲ କରୁଛି ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’। ଭୁବନେଶ୍ୱରରେ ମଧ୍ୟ ‘RRR’ର କ୍ରେଜ୍‌ ରହିଛି। ଫ୍ୟାନ୍ସଙ୍କ ବଢ଼ୁଥିବା ଡିମାଣ୍ଡକୁ ଦୃଷ୍ଟିରେ ରଖି ଏବେ ଭୋର୍ ୫ଟାରୁ ଶୋ’ ଆରମ୍ଭ ହୋଇଛି। More

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ

ଏଠି ସରକାରୀ କଳ, ଅର୍ଥ ବଳ ଓ ବାହୁ ବଳ କାମ ଦେଇନି। More

ସେବାୟତ କୃଷ୍ଣଚନ୍ଦ୍ରଙ୍କୁ କେମିତି କଲେ ହତ୍ୟା ? କ୍ରାଇମ ସିନ୍ ରିକ୍ରିଏଟ ବେଳେ ସତ ଓଗାଳିଲେ ଅଭିଯୁକ୍ତ

ପୁରୀର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ହତ୍ୟା କରିବା ପରେ କେଉଁ ବାଟ ଦେଇ ଗଲେ ଓ କାହା ସହ ଗଲେ ତାହା ମଧ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲେ ଅଭିଯୁକ୍ତ।  More

ତାତିରେ ବ୍ରେକ୍‌ ଲଗାଇବ ବର୍ଷା, ୨୪ ଘଣ୍ଟାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ତାତିରେ ବ୍ରେକ୍‌ ଲଗାଇବ ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  More

୨ଟି ଶିଶୁଙ୍କ ଗୋଟିଏ ଶରୀର

୨ଟି ଶିଶୁଙ୍କ ଗୋଟିଏ ଶରୀର। ବେକରୁ ପେଟ ଯାଏ ଯୋଡ଼ି ହୋଇ ରହିଛି। ସମ୍ବଲପୁରରେ ଏଭଳି ଯୋଡ଼ା ଶିଶୁ ଜନ୍ମ ନେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଜଣେ ମହିଳା ଶନିବାର ଏକ ଯୋଡ଼ା ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। More

ନଷ୍ଟ ହେବାକୁ ବସିଛି ଉଠାଜଳସେଚନ ପ୍ରକଳ୍ପ, କୋଟି କୋଟି ଟଙ୍କାର ସଂପତ୍ତି ହରିଲୁଟ୍ ଅଭିଯୋଗ

ଅବ୍ୟବସ୍ଥା ଭିତରେ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ଉପରେ ନିର୍ମାଣ କରାଯାଇଥିବା ଉଠାଜଳସେଚନ ପ୍ରକଳ୍ପ । ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ କୋଟି କୋଟି ଟଙ୍କାର ସଂପତ୍ତି ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ଉଠାଜଳସେଚନ ପ୍ରକଳ୍ପ । More

ପୁଣି ମହଙ୍ଗା ହେଲା ତେଲଦର

ସପ୍ତାହକ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ଟଙ୍କା ୧୫ ପଇସା ବଢିଲାଣି More

ପରାଜିତ ବିଜେପି, ସ୍ୱାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଆତଙ୍କରାଜ; ରାତିରେ ଗାଡ଼ି ସବୁ ବାଡ଼େଇକି ଗୁଣ୍ଡ କଲେ ଦୁର୍ବୃତ୍ତ

ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ରାତି ଅଧରେ ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘର ଉପରକୁ ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍‌ମାର୍‌ କରିଛନ୍ତି। More

ମେୟର ନିର୍ବାଚନରେ ବିଜେଡିର କ୍ଲିନ୍‌ସ୍ୱିପ୍‌

ମେୟର ପଦ ଭଳି ସବୁ ଡେପୁଟି ମେୟର ପଦ ମଧ୍ୟ ବିଜେଡି ଖାତାକୁ ଯିବା ନିଶ୍ଚିତ। More

ଭୋଟ୍ ବିଭାଜନ ବିଜେଡି ପାଇଁ କାଳ ହେଲା କି?

ସଚେତନତା ସାଙ୍ଗକୁ ବୁଦ୍ଧିମତାର ପରିଚୟ ଦେଇଛନ୍ତି ସହରୀ ଭୋଟର। ଯାହାଦ୍ୱାରା ଅନେକ ପୌର ପରିଷଦରେ ଶାସକ ଦଳର ପ୍ରାର୍ଥୀ ଅଧିକ ସଂଖ୍ୟକ କାଉନ୍‌ସିଲର ପଦ ଜିତିଥିଲେ ବି କେତେକ ଜାଗାରେ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିରୋଧୀ ନହେଲେ ସ୍ୱାଧୀନ କ୍ୟାଣ୍ଡିଡେଟ୍। More

ଘନଉଛି IIC ଦେବକୁମାରଙ୍କ ମୃତ୍ୟୁ ରହସ୍ୟ

ରାୟଗଡ଼ା ଜିଲ୍ଲାର ଯେଉଁ ଗାଁରେ ଜନ୍ମିତ ଦେବକୁମାର, ସେହି ଗାଁ ଏଦଲୁବାଲ୍ସାରେ ଦିଆଯାଇଛି ଅନ୍ତିମ ବିଦାୟ। ଗାଁ ଭାଇ, ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ କରାଯାଇଛି ଅନ୍ତିମ ସତ୍କାର। ହେଲେ ତାଙ୍କ ଅବର୍ତ୍ତମାନରେ କିନ୍ତୁ ଖୋଜାପଡ଼ିଛି ଅନେକ ଅସମାହିତ ପ୍ରଶ୍ନର ଉତ୍ତର। More

ପୌର ଲଢେଇରେ ବାଜି ମାରିନେଲା ବିଜେଡି

ପୌର ଫାଇଟ୍‌ରେ ବି ବିଜେଡିର ବାଜିମାତ। ମୋଟ ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସି ଫଳାଫଳରେ ପ୍ରାୟ ୭୦ ପ୍ରତିଶତ ଅଧ୍ୟକ୍ଷ ପଦବୀ ଯାଇଛି ବିଜୁ ଜନତା ଦଳ ଖାତାକୁ। More

ଭାରତବର୍ଷର ବୃହତ୍‌ ଡାକ୍ତରଖାନା ଏଇଠି ହେବ: ସୁବାସ ସିଂ

ଯେଉଁଠି ଦେଖିବେ, ସେଠି ଦିନରାତି କାମ ହେଉଛି। More