yellow warning
ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା। ଆଜି ପାଇଁ ପୁରା ରାଜ୍ୟକୁ ପ୍ରବଳ ବର୍ଷା ସହ ଝଡ଼ତୋଫାନ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୱାର୍ଣ୍ଣଂ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମେତ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିଭଳି ଆସନ୍ତାକାଲି ପାଇଁ ମଧ୍ୟ ପୁରା ରାଜ୍ୟକୁ ଝଡ଼ବର୍ଷା ପାଇଁ ଚେତାବନୀ ଜାରି ହୋଇଛି । ଉତ୍ତର ଓଡ଼ିଶାର ୩ ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରରେ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣଂ ଜାରି ହୋଇଛି। ବାକି ୨୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ୨୫ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହ କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୨୬ ଜୁନ୍ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।
୨୫ ଜୁନ୍ ପାଖାପାଖି ପଶ୍ଚିମବଙ୍ଗ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହାର ପ୍ରଭାବରେ ଆସନ୍ତା ୨୫ ତାରିଖରୁ ରାଜ୍ୟରେ ଭାରି ବର୍ଷା ବା ଅତ୍ୟନ୍ତ ପ୍ରବଳ ବର୍ଷା ର ସମ୍ଭାବନା ରହିଛି। ୨୪ ଏବଂ ୨୫ ତାରିଖରେ ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ୩୫-୪୫ କିମିରୁ ୫୫ କିମି ବେଗରେ ପବନ ବୋହିବା ସହିତ ଝଡ଼ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସାରା ଓଡ଼ିଶାରେ ଆହୁରି ୫ ଦିନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ବି ଜାରି ରହିବ I
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750734889.jpg)