Advertisment

Heavy Rain Predicted: ବନ୍ୟା ଛନକା ଭିତରେ ବର୍ଷା ଭୟ; ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ...

ଆସନ୍ତା ଦୁଇଦିନ ଉତ୍ତର, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ଓ କାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ଅଦ୍ୟତନ ହୋଇଛି
Heavy Rain Predicted

Heavy Rain Predicted

Advertisment

ବନ୍ୟା ଛନକା ଭିତରେ ବର୍ଷା ଭୟ। ଅଧା ଓଡ଼ିଶାକୁ ବର୍ଷା ଆଲର୍ଟ । ଆସନ୍ତା ଦୁଇଦିନ ଉତ୍ତର, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ଓ କାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେହି ଜିଲ୍ଲା ଗୁଡ଼ିକ ହେଉଛି- ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ । ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇପାରେ ।

Advertisment

ଆସନ୍ତାକାଲି ତିନି ଜିଲ୍ଲା- ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ଅତିପ୍ରବଳ ବର୍ଷା ହେବାନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ କରାଯାଇଛି ।

ଏପଟେ ବନ୍ୟା ଘେରରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲା। ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବାଲେଶ୍ବର, ଭଦ୍ରକ ଓ ଯାଜପୁର। ରାଜଘାଟରେ ବିପଦ ସଂକେତ ଟପିଛି ସୁବର୍ଣ୍ଣରେଖା। ବାଲିଆପାଳ, ଭୋଗରାଇ ଏବଂ ବସ୍ତା ବ୍ଲକରେ ବିପଦ ବଢ଼ାଇଛି ବଢ଼ିପାଣି। ବାଲେଶ୍ବର ରାଜଘାଟ ନିକଟରେ ବିପଦ ସଂକେତ ୧୦.୩୬ ମିଟର ରହିଥିବାବେଳେ ସକାଳ ୬ଟା ସୁଦ୍ଧା ୧୦.୫୫ ମିଟର ରହିଛି ଜଳସ୍ତର।ଗତକାଲି ରାତିରୁ ବାଲିଆପାଳ, ବସ୍ତା, ଭୋଗରାଇ ସହ ତଳି ଅଞ୍ଚଳରେ ବନ୍ୟାପାଣି ପଶିଛି। ଅନେକ ଗାଁ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ଚାଷ ଜମି ଜଳମଗ୍ନ ହୋଇଯାଇଛି ।

Advertisment

ତେବେ ବିପଦ ସଂକେତ ଉପରେ ଥିଲେ ବି ଗତକାଲି ରାତିରୁ ସୁବର୍ଣ୍ଣରେଖା ଜଳସ୍ତର କମୁଥିବା ଜଣାପଡ଼ିଛି । ବନ୍ୟା ମୁକାବିଲା ପାଇଁ ୨ଟି ଅତିରିକ୍ତ ଓଡ୍ରାଫ ଟିମ୍, ୧୩ଟି ଫାୟାର ଟିମକୁ ସଜାଗ ରଖାଯାଇଛି। ତା’ସହ ଶୁଖିଲା ଖାଦ୍ୟ ଏବଂ ଔଷଧ ବି ମହୁଜୁଦ ରହିଛି। ବୈତରଣୀ ବନ୍ୟାରେ ଧାମନଗର ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନ ପାଣି ଘେରରେ। 

Heavy Rainfall Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ