Advertisment

ଦଶହରା ବେଳକୁ ଆସିବ ବାତ୍ୟା !

ବାତ୍ୟା ହେବା ନେଇ ବିଭିନ୍ନ ମଡେଲ୍ ସଙ୍କେତ ଦେଉଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ମଧ୍ୟ କହିଛନ୍ତି ବାତ୍ୟା ଆସିବାର ସମ୍ଭାବନା ରହିଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା କିମ୍ବା ସିଭିୟର୍ ସାଇକ୍ଲୋନର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ୧୫ରୁ ୧୭ ତାରିଖ ଭିତରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସେ ଆକଳନ କରିଛନ୍ତି।

Cyclone in Odisha

Cyclone in Odisha

Advertisment

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବାତ୍ୟା ଡର। ଦଶହରା ବେଳକୁ ବାତ୍ୟା ଆସିବା ନେଇ କେତେକ ମଡେଲ୍‌ର ପୂର୍ବାନୁମାନ ଯାହାକୁ ନେଇ ପଶିଛି ଛନକା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପ୍ରାୟ ୪-୫ ଦିନ ପରେ ଅର୍ଥାତ ଅକ୍ଟୋବର ୧୫ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେବାର ସମ୍ଭାବନା ରହିଛି।

Advertisment

ତେବେ ଲଘୁଚାପ ଘନୀଭୂତ ହେଲା ପରେ ବାତ୍ୟାର ରୂପ ନେବ ନା ନାହିଁ, ଯଦି ବାତ୍ୟା ହୁଏ ତାର ପ୍ରଭାବ କେତେ ରହିବ, ଗତିପଥ କଣ ହେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। କିନ୍ତୁ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟତଃ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ଧୋଇଯାଇପାରେ ଦଶହରା।

ସେପଟେ ବାତ୍ୟା ହେବା ନେଇ ବିଭିନ୍ନ ମଡେଲ୍ ସଙ୍କେତ ଦେଉଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ମଧ୍ୟ କହିଛନ୍ତି ବାତ୍ୟା ଆସିବାର ସମ୍ଭାବନା ରହିଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା କିମ୍ବା ସିଭିୟର୍ ସାଇକ୍ଲୋନର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ୧୫ରୁ ୧୭ ତାରିଖ ଭିତରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସେ ଆକଳନ କରିଛନ୍ତି।

Advertisment

୧୯୯୯ ଅକ୍ଟୋବରରେ ମହାବାତ୍ୟା ଆସି ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା। ସେହିପରି ୨୦୧୩ ଅକ୍ଟୋବରରେ ଫାଇଲିନ୍ ଓ ୨୦୧୪ ଅକ୍ଟୋବରରେ ଆସିଥିବା ହୁଡହୁଡ୍ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏବେ ପୁଣି ସେହି ବାତ୍ୟା ମାସ। ଅକ୍ଟୋବର ଚାଲିଥିବାରୁ ଲୋକଙ୍କ ଭିତରେ ଛନକା ପଶିଲାଣି। 

ରିପୋର୍ଟ: ଅର୍ଚ୍ଚନା ଶତପଥୀ ଓ ହରିହର ଚାନ୍ଦ

Odisha Weather Update Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ